ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତରପ୍ରଦେଶର ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସ-ୱେର ଭିତି ପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 18 DEC 2021 5:56PM by PIB Bhubaneshwar

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଶ୍ରୀ ବାବା ବିଶ୍ୱନାଥ ଉତର ଭଗବାନ ପରଶୁରାମଙ୍କ ଚରଣରେ ମୋର ପ୍ରଣାମ ଜୟ ଗଙ୍ଗା ମାତା କୀ ହର ହର ଗଙ୍ଗେ ଉତର ପ୍ରଦେଶର ଦ୍ରୁତ ଗତିଶୀଳ ଏବଂ ଉର୍ଜ୍ଜାବାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ବି.ଏଲ ବର୍ମା ମହାଶୟ, ସଂସଦରେ ମୋର ସହଯୋଗୀ ସନ୍ତୋଷ ଗଙ୍ଗୱାର ମହାଶୟ, ୟୁପି ସରକାରରେ ମନ୍ତ୍ରୀ ସୁରେଶ କୁମାର ଖାନ୍ନା ମହାଶୟ, ସତୀଶ ମହାନା ମହାଶୟ, ଜିତିନ ପ୍ରସାଦ ମହାଶୟ, ମହେଶ ଚନ୍ଦ୍ର ଗୁପ୍ତା ମହାଶୟ, ଧର୍ମବୀର ପ୍ରଜାପତି ମହାଶୟ, ସଂସଦରେ ମୋର ଅନ୍ୟ ସହଯୋଗୀ ଗଣ, ୟୁପି ବିଧାନସଭା ଏବଂ ବିଧାନ ପରିଷଦର ଅନ୍ୟ ସାଥୀ, ପଂଚାୟତ ସଦସ୍ୟ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଭଉଣୀମାନେ!

କୋକରୀ ବିପ୍ଳବର ଅଗ୍ନି ପ୍ରଜ୍ୱଳିତ କରିଥିବା, ବୀର ଶହୀଦ ବିପ୍ଳବୀଗଣ, ରାମପ୍ରସାଦ ବିସ୍ମିଲ୍, ଅସଫାକ୍ ଉଲ୍ଲା ଖାନ ଏବଂ ରୋଶନ ସିଂହଙ୍କୁ ଆମେ ହାତଯୋଡ଼ି ପ୍ରଣାମ କରି, ସେମାନଙ୍କ ପାଦ ଛୁଇଁ, ଏଠାରେ ଆପଣମାନଙ୍କ ଆଶୀର୍ବାଦ ପାଇ, ଆମେ ଏହି ମାଟିକୁ ମୁଣ୍ଡରେ ଲଗାଇବାର ସୌଭାଗ୍ୟ ମିଳିଲା ହେନଇର ଓଜସ୍ୱୀ କବି ଦାମୋଦର ସ୍ୱରୂପ ବିଦ୍ରୋହୀ, ରାଜ ବାହାଦୂର ବିକଲ, ଏବଂ ଅଗ୍ନିବେଶ ଶୁକ୍ଳାଙ୍କ ଭଳି ଶହ- ଶହ ସଂଗ୍ରାମୀ ବିପ୍ଳବର ଧାରା ପ୍ରବାହିତ କରିଥିଲେ କେବଳ ଏତିକି ନୁହେଁ, ଅନୁଶାସନ ଏବଂ ସଚ୍ଚୋଟତାର ସଂକଳ୍ପ ଦେଇଥିବା, ସ୍କାଉଟ-ଗାଇଡ଼ର ଜନକ ପଣ୍ଡିତ ଶ୍ରୀରାମ ବାଜପେୟୀଙ୍କ ଏହା ହେଉଛି ଜନ୍ମମାଟି ଏହି ସମସ୍ତ ମହାପୁରୁଷଙ୍କୁ ପାଇଥିବା ମାଆ ତୁମକୁ ପ୍ରଣାମ ଜଣାଉଛି

ସାଥୀଗଣ,

ସଂଯୋଗବଶତଃ ଆସନ୍ତା କାଲି ହିଁ ହେଉଛି ପଣ୍ଡିତ ରାମପ୍ରସାଦ ବିସ୍ମିଲ, ଅସଫାକ୍ ଉଲ୍ଲା ଖାନ ଏବଂ ଠାକୁର  ରୋଶନ ସିଂହଙ୍କର ମଧ୍ୟ ବଳିଦାନ ଦିବସ ଇଂରେଜ ସରକାରଙ୍କୁ ଆହ୍ୱାନ ଦେଇଥିବା ଶାହାଜାହାନପୁରର ଏହି ତିନି ବରପୁତ୍ରଙ୍କୁ ଡିସେମ୍ବର 19ରେ ଫାଶୀ ଦିଆ ଯାଇଥିଲା ଭାରତର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରି ଦେଇଥିବା ଏହି ବୀର ମାନଙ୍କର ଆମ ସମସ୍ତଙ୍କ ଉପରେ ମଧ୍ୟ ବହୁତ ବଡ଼ ଋଣ ରହିଛି ଏହି ଋଣକୁ ଆମେ କେବେ ପରିଶୋଧ କରି ପାରିବା ନାହିଁ କିନ୍ତୁ ଦେଶର ବିକାଶ ପାଇଁ ଦିନ- ରାତି ପରିଶ୍ରମ କରି, ଯେଉଁ ଭାରତର ସ୍ୱପ୍ନ ଆମର ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିଲେ, ସେହି ଭାରତର ନିର୍ମାଣ କରି, ଆମେ ସେମାନଙ୍କୁ ପ୍ରକୃତ କାର୍ଯ୍ୟାଞ୍ଜଳି ଦେଇ ପାରିବା ଆଜି ଶାହାଜାହାନପୁରରରେ, ହିଁ ହେଉଛି ଏଭଳି ପୁଣ୍ୟ ଅବସର, ହେଉଛି ଐତିହାସିକ ଅବସର ଆଜି ଉତର ପ୍ରଦେଶର ସବୁଠାରୁ ବଡ଼ ଏକ୍ସପ୍ରେସ ୱେ- ଗଙ୍ଗା ଏକ୍ସପ୍ରେସୱେ- ଉପରେ କାର୍ଯ୍ୟ ଆରମ୍ଭ ହେଉଛି

ରାମଚରିତ ମାନସରେ କୁହାଯାଇଛି- ଗଙ୍ଗ ସକଲ ମୁଦ ମଙ୍ଗଲ ମୁଲା ସବ୍ ସୁଖ କରନି ହରନି ସବ ସୁଲା ଅର୍ଥାତ, ମାଆ ଗଙ୍ଗା ହେଉଛନ୍ତି ସମସ୍ତ ମଙ୍ଗଳର, ସମସ୍ତ ଉନ୍ନତି ପ୍ରଗତିର ସ୍ରୋତ ମାଆ ଗଙ୍ଗା ସମସ୍ତ ସୁଖ ଦେଇଥାନ୍ତି, ଏବଂ ସମସ୍ତ କଷ୍ଟ ହରଣ କରି ନେଇଥାନ୍ତି ସେହିପରି ଗଙ୍ଗା ଏକ୍ସପ୍ରେସ ୱେ ମଧ୍ୟ ୟୁପିର ପ୍ରଗତିର ନୂତନ ଦ୍ୱାର ଉନ୍ମୁକ୍ତ କରିବ ମୁଁ  ଆଜି ମିରଠ, ହାପୁଡ଼, ବୁଲନ୍ଦସହର, ଅମରୋହା, ସଂଭଲ, ବଦାୟୁଁ, ଶାହାଜାହାନପୁର, ହରଦୋଈ, ଉନ୍ନାଓ, ରାୟବରେଲୀ, ପ୍ରତାପଗଡ଼ ଏବଂ ପ୍ରତାପଗଡ଼ର ପ୍ରତ୍ୟେକ ନାଗରିକଙ୍କୁ, ସମସ୍ତ ଲୋକଙ୍କୁ ବିଶେଷ ଶୁଭେଚ୍ଛା ଜଣାଉଛି ପାଖା ପାଖି 600 କିଲୋମିଟରର ଏହି ଏକ୍ସପ୍ରେସ ୱେରେ 36 ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ହେବ ଏହି ଏକ୍ସପ୍ରେସ-ୱେ ନିଜ ସହିତ ଏହି ଅଂଚଳରେ ନୂତନ ଉଦ୍ୟୋଗ ଆଣିବ, ଅନେକ ରୋଜଗାର, ହଜାର- ହଜାର ଯୁବକମାନଙ୍କ ପାଇଁ  ଅନେକ ନୂତନ ସୁଯୋଗ ଆଣିବ

ସାଥୀଗଣ,

ଉତର ପ୍ରଦେଶ ଜନସଂଖ୍ୟା ସହିତ କ୍ଷେତ୍ରଫଳ ଦୃଷ୍ଟିରୁ ମଧ୍ୟ ହେଉଛି ସେତେ ବଡ଼, ଗୋଟିଏ ପଟରୁ ଅନ୍ୟ ପଟର ଦୂରତା, ପାଖାପାଖି ହେଉଛି ଏକ ହଜାର କିଲୋମିଟର ଏତେ ବଡ଼ ୟୁପିକୁ ଚଳାଇବା ପାଇଁ ଯେଉଁ ଶକ୍ତି ସାମର୍ଥ୍ୟର ଆବଶ୍ୟକତା ରହିଛି, ଯେଉଁ ଦମଦାର କାର୍ଯ୍ୟର ଆବଶ୍ୟକତା ରହିଛି, ତାହା ଆଜି ଡବଲ ଇଂଜିନର ସରକାର କରି ଦେଖାଉଛନ୍ତି ସେହି ଦିନ ଆଉ ଦୂରରେ ନୁହେଁ, ଯେତେବେଳେ ୟୁପିର ପରିଚୟ, ପରବର୍ତୀ ପିଢ଼ୀ ପାଇଁ ଭିତିଭୂମି ଥିବା ସବୁଠାରୁ ଆଧୁନିକ ରାଜ୍ୟ ଭାବେ ପ୍ରତିଷ୍ଠିତ ହେବ ଆଜି ୟୁପିରେ ଯେଉଁ ଏକ୍ସପ୍ରେସ ୱେର ଜାଲ ବୁଣା ଯାଉଛି, ଯେଉଁ ନୂତନ ବିମାନବନ୍ଦର ନିର୍ମାଣ କରାଯାଉଛି, ନୂତନ ରେଳପଥ ନିର୍ମାଣ କରାଯାଉଛି, ତାହା ୟୁପିର ଲୋକଙ୍କ ପାଇଁ ଏକ ସଙ୍ଗେ ଅନେକ ବରଦାନ ନେଇକରି ଆସୁଛି ପ୍ରଥମ ବରଦାନ- ଲୋକମାନଙ୍କର ସମୟର ସଂଚୟ ଦ୍ୱିତୀୟ ବରଦାନ- ଲୋକମାନଙ୍କର କାର୍ଯ୍ୟକଳାପରେ ଉନ୍ନତି, ସୁବିଧା ସୁଯୋଗରେ ବୃଦ୍ଧି ତୃତୀୟ ବରଦାନ- ୟୁପିର ସଂସାଧନଗୁଡ଼ିକର ସଠିକ ଏବଂ ଉତମରୁ ଅତି ଉତମ ଭାବେ ଉପଯୋଗ, ଚତୁର୍ଥ ବରଦାନ- ୟୁପିର ସାମର୍ଥ୍ୟରେ ବୃଦ୍ଧି, ପଂଚମ ବରଦାନ- ୟୁପିର ସର୍ବାଙ୍ଗୀନ ସମୃଦ୍ଧି

ସାଥୀଗଣ,

ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ପାଇଁ ଏବେ ଆପଣମାନଙ୍କୁ ଆଉ ସେତିକି ସମୟ ଲାଗିବ ନାହିଁ, ଯାହା ପୂର୍ବରୁ ଲାଗୁଥିଲା ଆପଣମାନଙ୍କର ସମୟ ଟ୍ରାଫିକ ଜାମରେ ନଷ୍ଟ ହେବନାହିଁ, ଆପଣ ତାହାକୁ ଭଲ ଭାବେ ବ୍ୟବହାର କରି ପାରିବେ ୟୁପିର 12 ଜିଲ୍ଲାକୁ ସଂଯୋଗ କରୁଥିବା ଏହି ଏକ୍ସପ୍ରେସ ୱେ, ପୂର୍ବ ଏବଂ ପଶ୍ଚିମ ୟୁପିକୁ ହିଁ ନିକଟତର କରାଇବ ନାହିଁ, ବରଂ ଗୋଟିଏ ପଟରେ ଦିଲ୍ଲୀରୁ ବିହାର ଯିବା ଆସିବା ସମୟକୁ ମଧ୍ୟ କମ କରିଦେବ ଯେତେବେଳେ ଏହି ଏକ୍ସପ୍ରେସ ୱେ ନିର୍ମାଣ ହୋଇ ପ୍ରସ୍ତୁତ ହୋଇଯିବ ସେତେବେଳେ ଏହାର ଆଖପାଖରେ ଉଦ୍ୟୋଗର ଏକ ବହୁତ ବଡ଼ କ୍ଲଷ୍ଟର ପ୍ରସ୍ତୁତ ହେବ ଯାହା ଏଠାକାର କୃଷକମାନଙ୍କ ପାଇଁ, ପଶୁପାଳକମାନଙ୍କ ପାଇଁ , ନୂତନ ସୁଯୋଗ ସୃଷ୍ଟି କରିବ, ଏଠାକାର ଏମଏସଏମଇ ଗୁଡ଼ିକ ପାଇଁ, ଲଘୁ- ଉଦ୍ୟୋଗ ପାଇଁ ମଧ୍ୟ ନୂତନ ସମ୍ଭାବନାମାନ ପ୍ରସ୍ତୁତ କରିବ ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଯେଉଁ ଅସୀମ ସମ୍ଭାବନା ଏଠାରେ ସୃଷ୍ଟି ହେବ, ତାହାଦ୍ୱାରା କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟତା ମିଳିବ ଅର୍ଥାତ କୃଷକମାନେ ହୁଅନ୍ତୁ ଅବା ଯୁବକମାନେ- ଏହା ସମସ୍ତଙ୍କ ପାଇଁ ଅନନ୍ତ ସମ୍ଭାବନାଗୁଡ଼ିକର ଏକ୍ସପ୍ରେସ ୱେ ହେବ

ସାଥୀଗଣ,

ୟୁପିରେ ଆଜି ଯେଉଁ ଆଧୁନିକ ଭିତିଭୂମିର ନିର୍ମାଣ ହେଉଛି, ତାହା ଏହା ଦେଖାଉଛି ଯେ ସଂସାଧନଗୁଡ଼ିକର ସଠିକ ଉପଯୋଗ କିପରି କରାଯାଇ ପାରେ ପୂର୍ବରୁ ଜନତାଙ୍କ ଅର୍ଥର କିଭଳି ଭାବେ ବ୍ୟବହାର କରାଯାଇଛି, ଏହା ଆପଣମାନେ ଭଲଭାବେ ଦେଖିଛନ୍ତି ଦେଖିଛନ୍ତି ନା? ହେଉଥିଲା ଜଣାଅଛି ନା? ମନେଅଛି ନା ଭୁଲି ଯାଇଛନ୍ତି? କିନ୍ତୁ ଆଜି ଉତର ପ୍ରଦେଶର ଅର୍ଥକୁ ଉତର ପ୍ରଦେଶର ବିକାଶରେ ବିନିଯୋଗ କରାଯାଉଛି ପୂର୍ବରୁ ଏଭଳି ବଡ଼ ପ୍ରକଳ୍ପମାନ, ଏଥିପାଇଁ କାଗଜ କଲମରେ କାମ ଆରମ୍ଭ ହେଉଥିଲା ଫଳରେ ସେହି ଲୋକ ନିଜର ପାଣ୍ଠି ବୃଦ୍ଧି କରି ପାରିବେ ଆଜି ଏହି ପ୍ରକଳ୍ପଗୁଡ଼ିକ ଉପରେ ଏଥିପାଇଁ କାର୍ଯ୍ୟ ହେଉଛି ଫଳରେ ୟୁପିର ଲୋକଙ୍କ ଅର୍ଥ ସଂଚୟ ହେଉ ଆପଣଙ୍କ ଅର୍ଥ ଆପଣଙ୍କ ପକେଟରେ ରହୁ

ଆଉ ଭାଇ ଭଉଣୀମାନେ,

ଯେତେବେଳେ ସମୟ ବଂଚିଥାଏ, ସୁବିଧା ବଢ଼ିଥାଏ, ସଂସାଧନଗୁଡ଼ିକ ସଠିକ ବ୍ୟବହାର ହୋଇଥାଏ, ସେତେବେଳେ ହିଁ ସାମର୍ଥ୍ୟ ବଢ଼ିଥାଏ ଆଉ ଯେତେବେଳେ ସାମର୍ଥ୍ୟ ବଢ଼ିଥାଏ, ସେତେବେଳେ ସମୃଦ୍ଧି ନିଜକୁ ନିଜେ ଆସିବା ଆରମ୍ଭ ହୋଇ ଯାଇଥାଏ ଆଜି ଡବଲ ଇଂଜିନର ସରକାରରେ ୟୁପିର ବୃଦ୍ଧି ପାଉଥିବା ସାମର୍ଥ୍ୟ ଆମେ ସମସ୍ତେ ଦେଖି ପାରୁଛେ ପୂର୍ବାଂଚଳ ଏକ୍ସପ୍ରେସ ୱେ ହେଉ, ଅବା ପୁଣି ଦିଲ୍ଲୀ-ମୀରଠ ଏକ୍ସପ୍ରେସ ୱେ, କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦର ହେଉ, ଅବା ପୁଣି ଉତ୍ସର୍ଗୀକୃତ ଫ୍ରେଟ କରିଡରର ମହତ୍ୱପୂର୍ଣ୍ଣ ପର୍ଯ୍ୟାୟ, ଏଭଳି ଅନେକ ପ୍ରକଳ୍ପ ଜନସେବା ପାଇଁ ସମର୍ପିତ ହୋଇ ସାରିଛି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ, ଗୋରଖପୁର ଲିଙ୍କ ଏକ୍ସପ୍ରେସ ୱେ, ପ୍ରୟାଗରାଜ ଲିଙ୍କ ଏକ୍ସପ୍ରେସ ୱେ, ଦିଲ୍ଲୀ ଦେହରାଦୁନ ଏକ୍ସପ୍ରେସ ୱେ, ନୋଏଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର, ଦିଲ୍ଲୀ- ମେରଠ ର୍ୟାପିଡ଼ ହାଇସ୍ପିଡ଼ କରିଡର ଭଳି ମେଗା ପ୍ରକଳ୍ପ ଉପରେ ଆଜି ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି ଏହି ଯେତେସବୁ ଭିତିଭୂମି ପ୍ରକଳ୍ପ ଆମେ ନିର୍ମାଣ କରୁଛୁ, ତାହା ମଧ୍ୟ ହେଉଛି ବହୁମୁଖୀ, ସେଗୁଡ଼ିକ ମଧ୍ୟରୁ ବହୁମୁଖୀ ଯୋଗାଯୋଗ ଉପରେ ମଧ୍ୟ ସେତିକି ଧ୍ୟାନ ଦିଆ ଯାଇଛି

ସାଥୀଗଣ,

ଏକବିଂଶ ଶତାବ୍ଦୀରେ, କୌଣସି ମଧ୍ୟ ଦେଶର ପ୍ରଗତି ପାଇଁ, କୌଣସି ମଧ୍ୟ ପ୍ରଦେଶର ପ୍ରଗତି ପାଇଁ ହାଇସ୍ପିଡ଼ ଯୋଗାଯୋଗ, ହେଉଛି ସବୁଠାରୁ ବଡ଼ ଆବଶ୍ୟକତା ଯେତେବେଳେ ଜିନିଷପତ୍ର ଦ୍ରୁତ ଗତିରେ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବ, ସେତେବେଳେ କମ୍ ଖର୍ଚ୍ଚ ଲାଗିବ ଯେତେବେଳେ ଖର୍ଚ୍ଚ କମ୍ ଆସିବ, ସେତେବେଳେ ବ୍ୟବସାୟ ବୃଦ୍ଧି ପାଇବ ଯେତେବେଳେ ବ୍ୟବସାୟ ବୃଦ୍ଧି ପାଇବ ସେତେବେଳେ ରପ୍ତାନୀ ବୃଦ୍ଧି ପାଇବ, ଦେଶର ଅର୍ଥବ୍ୟବସ୍ଥା ବୃଦ୍ଧି ହେବ ଏଥିପାଇଁ ଗଙ୍ଗା ଏକ୍ସପ୍ରେସ ୱେ, ୟୁପିର ବିକାଶକୁ ଗତି ମଧ୍ୟ ଦେବ, ଏବଂ ୟୁପିକୁ ଶକ୍ତି ମଧ୍ୟ ଦେବ ଏଥିପାଇଁ ପିଏମ ଗତିଶକ୍ତି ରାଷ୍ଟ୍ରୀୟ ମାଷ୍ଟର ପ୍ଲାନରୁ ମଧ୍ୟ ବହୁତ ବଡ଼ ସହାୟତା ମିଳିବ ଏହି ଏକ୍ସପ୍ରେସ ୱେ ସହିତ ବିମାନବନ୍ଦରକୁ ଯୋଡ଼ି ଦିଆଯିବ, ମେଟ୍ରୋକୁ ଯୋଡ଼ି ଦିଆଯିବ, ଜଳପଥ ସହିତ ଯୋଡ଼ି ଦିଆଯିବ, ପ୍ରତିରକ୍ଷା କରିଡରକୁ ଯୋଡ଼ି ଦିଆଯିବ ଗତିଶକ୍ତି ମାଷ୍ଟର ପ୍ଲାନ ଅଧୀନରେ ଏହାକୁ ଟେଲିଫୋନ ତାର ବିଛାଇବା ପାଇଁ ଅପଟିକାଲ ଫାଇବର ନେଟୱର୍କ ଲଗାଇବାର ହେଉ, ବିଜୁଳିର ତାର ବିଛାଇବା କଥା ହେଉ, ଗ୍ୟାସ ଗ୍ରୀଡ଼ କଥା ହେଉ, ଗ୍ୟାସ ପାଇପ ଲାଇନ ପକାଇବା ହେଉ, ୱାଟର ଗ୍ରାଡ଼ କଥା ହେଉ, ହାଇସ୍ପିଡ଼ ରେଳ ପ୍ରକଳ୍ପ ପର୍ଯ୍ୟନ୍ତ ସମ୍ଭାବନାକୁ ଦୃଷ୍ଟିରେ ରଖି, ଏହି ସମସ୍ତ ଆବଶ୍ୟକତାଗୁଡ଼ିକୁ ଧ୍ୟାନରେ ରଖି ନିର୍ମାଣ କରାଯାଉଛି ଏହି ଏକ୍ସପ୍ରେସ ୱେକୁ ନିର୍ମାଣ କରିବା ପାଇଁ ଯେଉଁ ନୂତନ ସେତୁ ପ୍ରତିଷ୍ଠା ହେବ, ଓଭର ବ୍ରିଜ ତିଆରି ହେବ, ଯାହା ମଧ୍ୟ ଅନ୍ୟ ଆବଶ୍ୟକତା ହେବ, ତାହାର ଅନୁମତି ମଧ୍ୟ ଏବେ ବହୁତ ଦ୍ରୁତ ଗତିରେ କାର୍ଯ୍ୟକୁ ଆଗକୁ ବଢ଼ାଇବ ଭବିଷ୍ୟତରେ ପଶ୍ଚିମ ଉତର ପ୍ରଦେଶର କାର୍ଗୋ କଂଟେନର, ବାରଣାସୀର ଟ୍ରାଇ ପୋର୍ଟ ମଧ୍ୟମରେ ସିଧା ହଳଦିଆ ବନ୍ଦର ପର୍ଯ୍ୟନ୍ତ ପଠାଯାଇ ପାରିବ ଅର୍ଥାତ ଗଙ୍ଗା ଏକ୍ସପ୍ରେସ ୱେ ଦ୍ୱାରା ଲାଭ ମିଳିବ- ଉତ୍ପାଦନକାରୀଙ୍କୁ, ଆମ ଉଦ୍ୟମୀମାନଙ୍କୁ, ଆମର ଉଦ୍ୟୋଗଗୁଡ଼ିକୁ ଉତ୍ପାଦନରେ ଲାଗିଥିବା, ବିନିର୍ମାଣରେ ଲାଗିଥିବା ସମସ୍ତ ଛୋଟ-ବଡ଼ ସାଥୀମାନଙ୍କୁ, ବ୍ୟବସାୟୀମାନଙ୍କୁ, ପରିଶ୍ରମୀ ନାଗରିକମାନଙ୍କୁ

ଭାଇ ଭଉଣୀମାନେ,

ଯେତେବେଳେ ସମଗ୍ର ୟୁପି ଏକା ସହିତ ଆଗକୁ ବଢ଼ିଥାଏ ତେବେ ଦେଶ ଏହା ସହିତ ଏକା ସଙ୍ଗେ ଆଗକୁ ବଢ଼ିଥାଏ ତେଣୁକରି ଡବଲ ଇଂଜିନର ସରକାରଙ୍କ ଫୋକସ୍ ହେଉଛି ୟୁପିର ବିକାଶ ଉପରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଆଉ ସବକା ପ୍ରୟାସର ମନ୍ତ୍ର ସହିତ ଆମେ ୟୁପିର ବିକାଶ ପାଇଁ ମନ- ପ୍ରାଣ ଦେଇ ଲାଗି ପଡ଼ିଛୁ, ସଚ୍ଚୋଟତାର ସହିତ ପ୍ରୟାସ କରୁଛୁ ଆପଣ ପୁରୁଣା ଦିନଗୁଡ଼ିକୁ ମନେ ପକାନ୍ତୁ, ପୁରୁଣା ନିଷ୍ପତି ଗୁଡ଼ିକୁ ମନେ ପକାନ୍ତୁ ଆପଣମାନଙ୍କୁ ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହେବ ଏବେ ୟୁପିରେ ଭେଦଭାବ ନୁହେଁ, ସମସ୍ତଙ୍କର ଭଲ ହେଉଛି ଆପଣମାନେ ମନେ ପକାନ୍ତୁ ପାଂଚ ବର୍ଷ ପୂର୍ବର ପରିସ୍ଥିତିକୁ ରାଜ୍ୟର କିଛି ଅଂଚଳଗୁଡ଼ିକୁ ଛାଡ଼ି ଦେଲେ ତେବେ ଅନ୍ୟାନ୍ୟ ସହରଗୁଡ଼ିକରେ ଏବଂ ଗାଁ- ଗଣ୍ଡାରେ ବିଜୁଳି ଖୋଜିଲେ ମଧ୍ୟ ମିଳୁ ନଥିଲା ଏଭଳି ହିଁ ହେଉଥିଲା ନା? ଟିକେ ଜୋରରେ କୁହନ୍ତୁ ଏହିଭଳି ହିଁ ହେଉଥିଲା ନା? କିଛି ହିଁ ଲୋକମାନଙ୍କର ଭଲ ହେଉଥିଲା ନା? କିଛି ହିଁ ଲୋକମାନଙ୍କର ମଙ୍ଗଳ ହେଉଥିଲା ନା? କିଛି ହିଁ ଲୋକମାନଙ୍କର ଲାଭ ପାଇଁ କାର୍ଯ୍ୟ ହେଉଥିଲା ନା? ଡବଲ ଇଂଜିନର ସରକାର ନା କେବଳ ୟୁପିରେ 80 ଲକ୍ଷ ମାଗଣା ବିଜୁଳି ସଂଯୋଗ ଦେଲେ, ବରଂ ପ୍ରତ୍ୟେକ ଜିଲ୍ଲାକୁ ପୂର୍ବାପେକ୍ଷା ବହୁ ଗୁଣା ଅଧିକ ମାତ୍ରାରେ ବିଜୁଳି ଦିଆଯାଉଛି ଗରିବଙ୍କ ଘର ସମ୍ପର୍କରେ ପୂର୍ବର ସରକାର ମଧ୍ୟ କେବେ ହେଲେ ଗମ୍ଭୀରତା ପ୍ରଦର୍ଶନ କରି ଥିଲେ ଏବେ ଯୋଗୀ ମହାଶୟ ବର୍ଣ୍ଣନା କରୁଥିଲେ ଯେ କାଶୀରେ ମୋଦୀ ମହାଶୟ ଶିବଙ୍କର ପୂଜା କଲେ ଆଉ ସେଠାରୁ ବାହାରିବାର ତୁରନ୍ତ ପରେ ଶ୍ରମିକମାନଙ୍କର ପୂଜା କଲେ ଶ୍ରମିକମାନଙ୍କ ଉପରେ ପୁଷ୍ପବର୍ଷା କରି ସେମାନଙ୍କୁ ଅଭିନନ୍ଦନ ଜଣାଇଲେ

ଭାଇ- ଭଉଣୀମାନେ,

ସେମାନେ କ୍ୟାମେରା ବାଲା ଥିଲେ ତେଣୁ ଆପଣମାନଙ୍କ ଦୃଷ୍ଟିକୁ ଆସିଲା କିନ୍ତୁ ଆମ ସରକାର , ଦିନ- ରାତି ଗରିବମାନଙ୍କ ପାଇଁ ହିଁ କାର୍ଯ୍ୟ କରୁଛନ୍ତି, ଗରିବମାନଙ୍କ ପାଇଁ ଆମ ସରକାର ୟୁପିରେ 30 ଲକ୍ଷରୁ ଅଧିକ ଗରିବମାନଙ୍କୁ ପକ୍କା ଘର  ନିର୍ମାଣ କରି ଦେଇଛନ୍ତି

ଭାଇ ଭଉଣୀମାନେ,

ଯେତେବେଳେ ନିଜର ପକ୍କା ଘର ତିଆରି ହୋଇଥାଏ ସେତେବେଳେ ସମ୍ମାନର ସହିତ ବଂଚିବା ପାଇଁ ମନ ହୋଇଥାଏ ନା ନାହିଁ? ମୁଣ୍ଡ ଉଚ୍ଚକୁ ଉଠିଯାଇଥାଏ ନା  ଉଠିଯାଇ ନଥାଏ? ଛାତି ଚଉଡା ହୋଇଯାଇଥାଏ ନା ନାହିଁ? ଗରିବମାନଙ୍କୁ ମଧ୍ୟ ଦେଶ ପାଇଁ କିଛି କରିବାକୁ ଇଚ୍ଛା ହୋଇଥାଏ ନା ହୋଇ ଥାଏ? ଯଦି ମୋଦୀ ଏହି କାର୍ଯ୍ୟ କରିଥାଏ ତେବେ ଠିକ ଅଛି ନା ନାହିଁ? ଠିକ ଅଛି ନା ନାହିଁ? 30ଲକ୍ଷ ଗରିବଙ୍କୁ ନିଜର ପକ୍କା ଘର ମିଳିଯାଉ, ଆମକୁ ସେମାନଙ୍କର ଆଶୀର୍ବାଦ ମିଳିବ କି ମିଳିବ ନାହିଁ? ସେମାନଙ୍କ ଆଶୀର୍ବାଦ ଯୋଗୁଁ ଆମକୁ ଶକ୍ତି ମିଳିବ ନା ମିଳିବ ନାହିଁ? ସେହି ଶକ୍ତି ଦ୍ୱାରା ଆମେ ଆପଣମାନଙ୍କର ଅଧିକ ସେବା କରି ପାରିବୁ ନା କରି ପାରିବୁ ନାହିଁ ? ଆମେ ମନ- ପ୍ରାଣ ଦେଇ ଆପରମାନଙ୍କ ପାଇଁ କାର୍ଯ୍ୟ କରିବୁ ନା କରିବୁ ନାହିଁ?

ଭାଇ- ଭଉଣୀମାନେ

ଏଠାରେ ଶାହାଜାହାନପୁରରେ ମଧ୍ୟ କେବେ କେହି ଚିନ୍ତା କରିଥିଲେ ସମଗ୍ର ଉତର ପ୍ରଦେଶରେ କେବେ ଏତେ କାର୍ଯ୍ୟ ହେଉ ଥିଲା କେବଳ ଆମ ଶାହାଜାହାନପୁରରେ ମଧ୍ୟ 50 ହଜାର ଲୋକଙ୍କୁ ପକ୍କା ଘର ମିଳିଛି, ସେମାନଙ୍କ ଜୀବନର ସବୁଠାରୁ ବଡ଼ ସ୍ୱପ୍ନ ପୂରଣ ହୋଇଛି ଯେଉଁ ଲୋକମାନଙ୍କୁ ଏବେ ମଧ୍ୟ ପିଏମ୍ ଆବାସ ଯୋଜନାର ଘର ମିଳି ନାହିଁ, ସେମାନଙ୍କୁ ଅତି ଶୀଘ୍ର ଘର ମିଳୁ, ଏଥି ପାଇଁ ମଧ୍ୟ ମୋଦୀ ଏବଂ ଯୋଗୀ ଦିନ ରାତି କାର୍ଯ୍ୟ କରିଚାଲିଛନ୍ତି କରୁଥିବେ  ଏଇ ନିକଟରେ ଆମ ସରକାର ଏଥିପାଇଁ 2 ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେତେ- ଦୁଇ ଲକ୍ଷ କୋଟି ଟଙ୍କା ଆଉ କେଉଁ କାର୍ଯ୍ୟ ପାଇଁ- ଗରିବମାନଙ୍କର ପକ୍କା ଘର ନିର୍ମାଣ କରିବା ପାଇଁ ଏହି ଯୋଜନା ହେଉଛି ଆପଣମାନଙ୍କର, ହେଉଛି ଆପଣମାନଙ୍କ ପାଇଁ, ଆପଣମାନଙ୍କର ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ବନ୍ଧୁ ପାଂଚ- ପଚାଶ ପରିବାରର ଭଲ ପାଇଁ ଆମେ ଆପଣମାନଙ୍କର ଅର୍ଥର ଦୁରୂପଯୋଗ କରି ପାରିବୁ ନାହିଁ ଆମେ ଆପଣମାନଙ୍କ ପାଇଁ ହିଁ କାର୍ଯ୍ୟ କରୁଛୁ ଭାଇ- ଭଉଣୀମାନେ

ଭାଇ ଭଉଣୀମାନେ,

ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଆଜି ଗରିବଙ୍କ ଦୁଃଖ ବୁଝିଲା ଭଳି, ଗରିବଙ୍କ ପାଇଁ କାର୍ଯ୍ୟ କରିବା ଭଳି ସରକାର ପ୍ରତିଷ୍ଠା ହୋଇଛି ପ୍ରଥମଥର ପାଇଁ ଘର, ବିଜୁଳି, ପାଣି, ସଡ଼କ, ଶୌଚାଳୟ, ଗ୍ୟାସ ସଂଯୋଗ, ଏଭଳି ମୌଳିକ ସୁବିଧାଗୁଡ଼ିକୁ ଏତେ ପ୍ରାଥମିକତା ଦିଆଯାଉଛି ବିକାଶର ଏଭଳି ହିଁ କାର୍ଯ୍ୟ ଗରିବ, ଦଳିତ, ବଂଚିତ, ପଛୁଆ ବର୍ଗଙ୍କ ଜୀବନକୁ ବଦଳାଇ ଦେଉଛି ଆପଣ ଏହି ଅଂଚଳର ପରିସ୍ଥିତିକୁ ମନେ ପକାନ୍ତୁ, ପୂର୍ବରୁ ଏଠାରେ ରାତି- ଅଧିଆ କୌଣସି ଜରୁରୀ ସ୍ଥିତି ଆସିଯାଏ, କାହାକୁ ହସ୍ପାତାଳର ଆବଶ୍ୟକତା ପଡ଼ିଥାଏ, ତେବେ ହରଦୋଇ, ଶାହାଜହାଁପୁର, ଫରୁଖାବାଦର ଲୋକମାନଙ୍କୁ ଲକ୍ଷନୌ, କାନପୁର, ଦିଲ୍ଲୀ ଦୌଡ଼ିବାକୁ ପଡ଼ୁଥିଲା ଏଠାରେ ସେତେ ହସ୍ପାତାଳ ନଥିଲା, ଆଉ ଅନ୍ୟ ସହରକୁ ଯିବା ପାଇଁ ସଡ଼କ ମଧ୍ୟ ନଥିଲା ଆଜି ଏଠାରେ ସଡ଼କ ମଧ୍ୟ ନିର୍ମାଣ ହୋଇଛି, ଏକ୍ସପ୍ରେସ ୱେ ନିର୍ମାଣ ହେବାକୁ ଯାଉଛି, ଆଉ ମେଡିକାଲ କଲେଜ ମଧ୍ୟ ଖୋଲିଛି ହରଦୋଇ ଏବଂ ଶାହାଜହାଁପୁର ଉଭୟ ସ୍ଥାନରେ ଗୋଟିଏ- ଗୋଟିଏ ମେଡିକାଲ କଲେଜ ! ଏହିଭଳି ହିଁ ସମଗ୍ର ୟୁପିରେ ଡଜନେ ନୂଆ ମେଡିକାଲ କଲେଜ ଯୋଗୀ ମହାଶୟ ଖୋଲିଛନ୍ତି, ତାଙ୍କର ପୂରା ଟିମ୍ ଖୋଲିଛନ୍ତି ଏହିଭଳି ହିଁ ହୋଇଥାଏ, ଦମଦାର କାର୍ଯ୍ୟ, ସଚ୍ଚୋଟତାର ସହ କାର୍ଯ୍ୟ

ଭାଇ ଭଉଣୀମାନେ,

ଯେଉଁମାନେ ମଧ୍ୟ ସମାଜରେ ପଛରେ ରହି ଯାଇଛନ୍ତି, ପଛୁଆ ବର୍ଗ ହୋଇ ରହି ଯାଇଛନ୍ତି, ସେମାନଙ୍କୁ ସଶକ୍ତ କରିବା, ବିକାଶର ଲାଭ ସେମାନଙ୍କ ପାଖରେ ପହଂଚାଇବା, ଏହା ହେଉଛି ଆମ ସରକାରଙ୍କ ପ୍ରାଥମିକତା ଏହି ଭାବନା ଆମ କୃଷି ନୀତିରେ, କୃଷକମାନଙ୍କ ସହିତ ଜଡ଼ିତ ନୀତିରେ ମଧ୍ୟ ଦେଖିବାକୁ ମିଳିଥାଏ ବିଗତ ବର୍ଷରେ ବିହନ ଠାରୁ ନେଇ ବଜାର ପର୍ଯ୍ୟନ୍ତ ଯାହା ମଧ୍ୟ ବ୍ୟବସ୍ଥା ମାନ ଆମେ ନିର୍ମାଣ କରିଛୁ, ସେଥିରେ ଦେଶର ସେହି ୮୦ ପ୍ରତିଶତରୁ ଅଧିକ କ୍ଷୁଦ୍ର ଚାଷୀଙ୍କୁ ପ୍ରାଥମିକତା ଦିଆ ଯାଇଛି, ଯେଉଁମାନଙ୍କ ପାଖରେ ହେକ୍ଟରରୁ ମଧ୍ୟ କମ୍ ଜମି ଅଛି ପିଏମ କିଷାନ ସମ୍ମାନ ନିଧି ଅଧୀନରେ ହଜାର- ଜହାର କୋଟି ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାରେ ପହଂଚିଛି, ତାହାର ସବୁଠାରୁ ଅଧିକ ଲାଭ କ୍ଷୁଦ୍ର ଚାଷୀମାନଙ୍କୁ ମିଳିଛି ଆଜି ଆମେ ସେହି କୋଟି- କୋଟି କ୍ଷୁଦ୍ର ଚାଷୀଙ୍କୁ ମଧ୍ୟ କିଷାନ କ୍ରେଡିଟ କାର୍ଡର ସୁବିଧା ସହିତ ଯୋଡ଼ୁଛୁ, କେବେ ମୋର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ବ୍ୟାଙ୍କର ଦରଜା ଖୋଲୁ ନଥିଲା ଏମଏସପିରେ ରେକର୍ଡ ବୃଦ୍ଧି, ରେକର୍ଡ ପରିମାଣରେ ସରକାରୀ କ୍ରୟ ଏବଂ ଅର୍ଥ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ଯିବାରୁ କ୍ଷୁଦ୍ର ଚାଷୀମାନଙ୍କୁ ବହୁତ ଆଶ୍ୱସ୍ତି ମିଳିଛି

ସାଥୀଗଣ,

ଆମର ଦୃଷ୍ଟି ଦେଶର ଜଳସେଚନର ପରିସରକୁ ବିସ୍ତାର କରିବା ଉପରେ ଅଛି, ସେଚ ସୁବିଧା କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜି ଉପରେ ରହିଛି ଏଥିପାଇଁ 1 ଲକ୍ଷ କୋଟି ଟଙ୍କା ଆଜି ଗ୍ରାମୀଣ ଭିତିଭୂମି ଉପରେ, ଭଣ୍ଡାରଣ, ଶୀତଳ ଭଣ୍ଡାର ଭଳି ଭିତିଭୂମି ଉପରେ ଖର୍ଚ୍ଚ କରାଯାଉଛି ଆମର ପ୍ରୟାସ ଗାଁ ପାଖରେ ହିଁ ଏଭଳି ଭିତିଭୂମି ପ୍ରସ୍ତୁତ କରିବା ଉପରେ ଅଛି, ଯାହାଦ୍ୱାରା ଶୀଘ୍ର ନଷ୍ଟ ହେଉଥିବା, ଅଧିକ ମୂଲ୍ୟ ପ୍ରଦାନ କରୁଥିବା ଫଳ- ପନିପରିବା ଫସଲ ଚାଷ କୃଷକ ଅଧିକରୁ ଅଧିକ କରିପାରିବେ ଏବଂ ବାହାରକୁ ପଠାଇ ପାରିବେ ଏହାଦ୍ୱାରା ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମଧ୍ୟ ଦ୍ରୁତ ଗତିରେ ସମ୍ପ୍ରସାରିତ ହୋଇ ପାରିବ ଏବଂ ଗାଁ ପାଖରେ ହିଁ ରୋଜଗାରର ନୂତନ ସମ୍ଭାବନାମାନ ସୃଷ୍ଟି ହେବ

ଭାଇ ଭଉଣୀମାନେ,

ବିଗତ ବର୍ଷମାନଙ୍କରେ ଆମେ ଆଖୁ ଚାଷୀମାନଙ୍କୁ ଦଶକ- ଦଶକ ପୁରୁଣା ସମସ୍ୟାଗୁଡ଼ିକୁ ସଚ୍ଚୋଟତାର ସହିତ ଦୂର କରିବା ପାଇଁ ନୂତନ ବିକଳ୍ପ, ନୂତନ ସମାଧାନ ଖୋଜିବାର ପ୍ରୟାସ କରୁଛୁ ଆଜି ଆଖୁର ଲାଭଦାୟକ ମୂଲ୍ୟ ପ୍ରସଙ୍ଗରେ ମଧ୍ୟ ୟୁପି ଦେଶରେ ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ରହିଛି ଦେୟ ପ୍ରଦାନ ମାମଲାରେ ମଧ୍ୟ ଯୋଗୀ ମହାଶୟଙ୍କ ସରକାର ନୂତନ କୀର୍ତିମାନ ସ୍ଥାପିତ କରିଛନ୍ତି ଆଜି ଇଥାନେଲର ପେଟ୍ରୋଲରେ ମିଶ୍ରଣକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରୋତ୍ସାହନ ଦିଆ ଯାଉଛି ଫଳରେ ଅଶୋଧିକ ତୈଳ ଆମଦାନୀ ଯୋଗୁଁ ଦେଶର ହେଉଥିବା ଖର୍ଚ୍ଚ ସଂଚୟ ହେଉଛି, ଦେଶର ଚିନି କ୍ଷେତ୍ର ମଧ୍ୟ ସୁଦୃଢ଼ ହେଉଛି

ଭାଇ ଭଉଣୀମାନେ,

ଆମର ଏଠାରେ କିଛି ଏଭଳି ରାଜନୈତିକ ଦଳ ଅଛନ୍ତି, ଯେଉଁମାନଙ୍କୁ ଦେଶର ପରମ୍ପରାକୁ ନେଇ ସମସ୍ୟା ରହିଛି ଏବଂ ଦେଶର ବିକାଶ ଦ୍ୱାରା ମଧ୍ୟ ଅସୁବିଧା ହେଉଛି ଦେଶର ପରମ୍ପରା ପାଇଁ ସମସ୍ୟା ରହିଛି, କାରଣ ଏମାନଙ୍କୁ ନିଜର ଭୋଟ ବ୍ୟାଙ୍କର ଚିନ୍ତା ଅଧିକ ବ୍ୟତିବ୍ୟସ୍ତ କରୁଛି ଦେଶର ବିକାଶ ଯୋଗୁଁ ଅସୁବିଧା ହେଉଛି, କାରଣ ଗରିବଙ୍କର, ସାଧାରଣ ନାଗରିକମାନଙ୍କର, ଏମାନଙ୍କ ଉପରେ ଦିନକୁ ଦିନ ନିର୍ଭରଶୀଳତା କମିବାରେ ଲାଗିଛି ଆପଣ ନିଜେ ଦେଖନ୍ତୁ ଏହି ଲୋକମାନଙ୍କୁ କାଶୀରେ ବାବା ବିଶ୍ୱନାଥଙ୍କର ଭବ୍ୟ ଧାମ ପ୍ରତିଷ୍ଠା ହେବାରେ ଅସୁବିଧା ହେଉଛି ଏହି ଲୋକମାନଙ୍କୁ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେବାରେ ଅସୁବିଧା ହେଉଛି ଏହି ଲୋକମାନଙ୍କୁ ଗଙ୍ଗା ମାତାଙ୍କର ସଫାଇ ଅଭିଯାନ ଦ୍ୱାରା ମଧ୍ୟ ଅସୁବିଧା ହେଉଛି ଏମାନେ ହେଉଛନ୍ତି ସେହିଲୋକ ଯେଉଁମାନେ ଆତଙ୍କବାଦୀମାନଙ୍କ ମୁଖିଆଙ୍କ ବିରୁଦ୍ଧରେ ସେନାର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଛନ୍ତି ଏମାନେ ହେଉଛନ୍ତି ସେହିଲୋକ ଯେଉଁମାନେ ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା ମେଡ୍ ଇନ୍ ଇଣ୍ଡିଆ କରୋନା ଟିକାକୁ ମଧ୍ୟ କାଠଗଡ଼ାରେ ଠିଆ କରାଇ ଦେଉଛନ୍ତି

ଭାଇ ଭଉଣୀମାନେ,

ଏହି ପ୍ରଦେଶ, ଏହା ଦେଶର ବହୁତ ବଡ଼, ହେଉଛି ବହୁତ ମହାନ, ସରକାର ପୂର୍ବରୁ ମଧ୍ୟ ଆସିଛନ୍ତି, ଯାଇଛନ୍ତି ଦେଶର ବିକାଶ, ଦେଶର ସାମର୍ଥ୍ୟର ଉତ୍ସବ ଆମ ସମସ୍ତଙ୍କୁ ଖୋଲା ମନରେ ମାନିବା ଉଚିତ କିନ୍ତୁ, ଦୁଃଖର ବିଷୟ ଏହି ଯେ ଏହି ଲୋକମାନଙ୍କର ଚିନ୍ତାଧାରା ଏଭଳି ନୁହେଁ ସରକାର ଯେତେବେଳେ ସଠିକ ଲକ୍ଷ୍ୟର ସହିତ କାମ କରିଥାଆନ୍ତି, ସେତେବେଳେ ପରିଣାମ ଆସିଥାଏ, ଏହା ବିଗତ 4-5 ବର୍ଷରେ ୟୁପି ଅନୁଭବ କରିଛି ଯୋଗୀ ମହାଶୟଙ୍କ ନେତୃତ୍ୱରେ ଏଠାରେ ସରକାର ଗଠନ ହେବା ପୂର୍ବରୁ, ପଶ୍ଚିମ ୟୁପିରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସ୍ଥିତି ଥିଲା, ଏହା ସହିତ ଆପଣମାନେ ଭଲ ଭାବେ ପରିଚିତ ଅଛନ୍ତି ପୂର୍ବରୁ ଏଠାରେ କୁହା ଯାଉଥିଲା? ଏଠାକାର ଲୋକ କହୁଥିଲେ- ସନ୍ଧ୍ୟା ହେବା ପୂର୍ବରୁ ଘରକୁ ଫେରି ଆସ! କାରଣ ସୂର୍ଯ୍ୟ ଅସ୍ତ ହେଉଥିଲା, ସେତେବେଳେ ହତିୟାର ଧରି ଲୋକ ରାସ୍ତା ଉପରକୁ ଆସି ଧମକ ଦେଉଥିଲେ ଏହି ସମସ୍ୟା ଗଲା ନା ନାହିଁ? ଏହି ହତ୍ୟାକାରୀଙ୍କ ଭଳି ସମସ୍ୟା ଚାଲିଯିବା ଦରକାର ଥିଲା କି ଦରକାର ଥିଲା? ଝିଅମାନଙ୍କ ସୁରକ୍ଷା ଉପରେ କିଛି ଦିନ ହେବ ପ୍ରଶ୍ନ ଉଠାଉଥିଲେ, ଝିଅମାନଙ୍କ ସ୍କୁଲ- କଲେଜ ଯିବା କଷ୍ଟକର ହୋଇ ଯାଇଥିଲା ବ୍ୟବସାୟୀ- କାରବାର କରୁଥିବା ଲୋକ ଘରୁ ସକାଳୁ ବାହାରି ଯାଉଥିଲେ, ପରିବାର ଲୋକଙ୍କୁ ଚିନ୍ତା ହେଉଥିଲା ଗରିବ ପରିବାର ଅନ୍ୟ ରାଜ୍ୟକୁ କାର୍ଯ୍ୟ କରିବାକୁ ଯାଉଥିଲେ, ତେବେ ଘରକୁ ଫେରିବା ବେଳକୁ ଜମି ଉପରେ ଅବୈଧ ଦଖଲର ଚିନ୍ତା ହେଉଥିଲା କେତେବେଳେ କେଉଁଠାରେ ଦଙ୍ଗା ହୋଇଯିବ, କେଉଁଠାରେ ନିଆଁ ଲାଗିଯିବ, କେହି କହି ପାରୁ ନଥିଲେ ଏହା ହେଉଛି ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କର ଆଶୀର୍ବାଦ ଯାହା ଆମକୁ ଦିନ- ରାତି କାର୍ଯ୍ୟ କରିବାର ପ୍ରେରଣା ଦେଉଛି ଭାଇ- ଭଉଣୀମାନେ ମୋର ପ୍ରିୟ ଭାଇ- ଭଉଣୀମାନେ, ଆପଣମାନେ ଜାଣିଛନ୍ତି ଏଭଳି ସ୍ଥିତିରେ କେତେ ଗାଁରୁ ପଳାୟନ ଭଳି ଖବର ବିଗତ ଦିନମାନଙ୍କରେ ଆସୁଥିଲା କିନ୍ତୁ ବିଗତ 4 ସାଢ଼େ 4 ବର୍ଷରେ ଯୋଗୀ ମହାଶୟଙ୍କ ସରକାର ସ୍ଥିତିକୁ ସୁଧାରିବାରେ ବହୁତ ପରିଶ୍ରମ କରିଛନ୍ତି ଆଜି ଯେତେବେଳେ ସେହି ମାଫିଆ ମାନଙ୍କ ଉପରେ ବୁଲଡୋଜର ଚାଲୁଛି, ବୁଲଡୋଜର , ବେଆଇନ ନିର୍ମାଣ ଉପରେ ଚାଲୁଛି କିନ୍ତୁ କଷ୍ଟ ସେମାନଙ୍କୁ ଲାଳନ- ପାଳନ କରିଥିବା ଲୋକମାନଙ୍କ ଉପରେ ହେଉଛି ତେଣୁକରି ଆଜି ସମଗ୍ର ୟୁପିର ଜନତା କହୁଛନ୍ତି- ୟୁପି ଯୁକ୍ତ(ପ୍ଲସ) ଯୋଗୀ, ହେଉଛନ୍ତି ବହୁତ ଉପଯୋଗୀ ୟୁପି ଯୁକ୍ତ ଯୋଗୀ, ହେଉଛନ୍ତି ବହୁତ ଉପଯୋଗୀ, ୟୁପି ଯୁକ୍ତ ଯୋଗୀ, ହେଉଛନ୍ତି ବହୁତ ଉପଯୋଗୀ, ୟୁପି ଯୁକ୍ତ ଯୋଗୀ, ହେଉଛନ୍ତି ବହୁତ ଉପଯୋଗୀ ମୁଁ  ପୁଣିଥରେ କହିବି- ୟୁପି ଯୋଗୀ, ୟୁପି ଯୁକ୍ତ ଯୋଗୀ, ହେଉଛନ୍ତି ବହୁତ ଉପଯୋଗୀ!

ସାଥୀଗଣ,

ମୁଁ ଏହାର ଏକ ଉଦାହରଣ ଦେଉଛି ଏବେ କିଛି ଦିନ ପୂର୍ବେ ମୁଁ ଏକ ଖବର ଦେଖିଥିଲି ଏହି ଖବର ହେଉଛି ଆମର ସାମର୍ଥ୍ୟବାନ ସହର ମୀରଠର, କିନ୍ତୁ ସମଗ୍ର ୟୁପି, ଦିଲ୍ଲୀ ଏନସିଆର ଏବଂ ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ଏହି କଥା ଜାଣିବାର ଆବଶ୍ୟକତା ରହିଛି

ଭାଇ ଭଉଣୀମାନେ,

ମୀରଠରେ ଏକ ଅଂଚଳ ଥିଲା, ଗୋଟିଏ ବଜାର ଅଛି- ସୋତିଗଞ୍ଜ ଏହି  ସୋତିଗଞ୍ଜ ସାରା ଦେଶରେ ଯେଉଁଠାରେ ମଧ୍ୟ ଗାଡି ଚୋରି ହୋଇଥାଉ, ତାକୁ କାଟିବା ପାଇଁ ଖରାପ ବ୍ୟବହାର କରିବା ପାଇଁ ମୀରଠର ସୋତିଗଞ୍ଜକୁ ହିଁ ଅଣା ଯାଇଥାଏ ଦଶକ- ଦଶକ ଧରି ଏଭଳି ଚାଲି ଆସୁଥିଲା, ଯେଉଁମାନେ ଚୋରି ଗାଡିକୁ କାଟିବା ପାଇଁ ମୁଖିଆ ଥିଲେ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ, ପୂର୍ବର ସରକାରଙ୍କର ସାହସ ହେଉ ନଥିଲା ଏହି କାର୍ଯ୍ୟକୁ ମଧ୍ୟ ଏବେ ଦମଦାର ଯୋଗୀ ମହାଶୟଙ୍କର ସରକାର ଏବଂ ସ୍ଥାନୀୟ ପ୍ରଶାସନ କରିଛନ୍ତି ଏବେ ସୋତିଗଞ୍ଜର ଏହି କଳା ବଜାରୀ ହେଉଥିବା ବଜାରକୁ ବନ୍ଦ କରି ଦିଆ ଯାଇଛି

ଭାଇ ଭଉଣୀମାନେ,

ଯେଉଁମାନଙ୍କୁ ମାଫିଆମାନେ ପସନ୍ଦ ଥିଲେ, ସେମାନେ ମାଫିଆମାନଙ୍କର ହିଁ କଥା କହିବେ ଆମେ ସେମାନଙ୍କର ଗୌରବ ଗାନ କରିବୁ, ଯେଉଁମାନେ ନିଜର ତପ ଏବଂ ତ୍ୟାଗ ବଳରେ ଏହି ଦେଶକୁ ନିର୍ମାଣ କରିଛନ୍ତି ଆଜାଦୀ କା ଅମୃତ ମହୋତ୍ସବ ହେଉଛି ଏହି ଭାବନାର ପ୍ରତୀକ ଦେଶର ସ୍ୱାଧୀନତା ପାଇଁ ଜୀବନ ସମର୍ପିତ କରିଥିବା ଲୋକଙ୍କୁ ଉଚିତ ସ୍ଥାନ ଦେବା, ଏହା ଆମ ସମସ୍ତ ଦେଶବାସୀଙ୍କର ହେଉଛି କର୍ତବ୍ୟ, ହେଉଛି ଦାୟିତ୍ୱ ଏହି ଶୃଙ୍ଖଳରେ ଶାହାଜାହାନପୁରରେ ଶହୀଦ ସଂଗ୍ରହାଳୟର ନିର୍ମାଣ କରାଯାଉଛି ସଂଗ୍ରହାଳୟରେ ଶହୀଦମାନଙ୍କର ସ୍ମୃତିଗୁଡ଼ିକୁ ସଂଯୋଜିତ କରାଯାଇଛି ଏଭଳି ପ୍ରୟାସ ଦ୍ୱାରା ଏଠାକୁ ଆସୁଥିବା ନୂତନ ପିଢ଼ୀକୁ ରାଷ୍ଟ୍ର ପ୍ରତି ସମର୍ପଣର ପ୍ରେରଣା ସଦା ସର୍ବଦା ମିଳି ପାରିବ ଆପଣମାନଙ୍କର ଆଶୀର୍ବାଦରେ ୟୁପିର ବିକାଶର ଏହି କର୍ମଯୋଗ ଏପରି ହିଁ ନିରନ୍ତର ଜାରି ରହିବ ପୂର୍ବ ହେଉ ଅବା ପଶ୍ଚିମ, ଅବଧ ହେଉ ଅବା ବୁନ୍ଦେଲଖଣ୍ଡ, ଉତର ପ୍ରଦେଶର କୋଣ- ଅନୁକୋଣକୁ ବିକଶିତ କରିବାର ଅଭିଯାନ ଜାରି ରହିବ ପୁଣି ଥରେ ଆପଣ ସମସ୍ତଙ୍କୁ ଗଙ୍ଗା ଏକ୍ସପ୍ରେସ ୱେର ବହୁତ- ବହୁତ ଶୁଭେଚ୍ଛା ଜଣାଉଛି, ବହୁତ- ବହୁତ ଶୁଭକାମନା ଜଣାଉଛି

ମୋ ସହିତ ଜୋରରେ କୁହନ୍ତୁ,

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ବହୁତ- ବହୁତ ଧନ୍ୟବାଦ

*****

AH



(Release ID: 1783172) Visitor Counter : 157