ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଓମିକ୍ରନ ଓ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ଟିକାକରଣ ଅଗ୍ରଗତି ନେଇ କେନ୍ଦ୍ରର ସମୀକ୍ଷା


ନମୁନା ପରୀକ୍ଷା, ସତର୍କ ନଜର ଓ ଜିନୋମ ସିକ୍ୟୁଏନ୍ସି ନିମନ୍ତେ ତ୍ୱରିତ ନମୁନା INSACOGପରୀକ୍ଷାଗାର ପଠାଇବାକୁ ରାଜ୍ୟମାନଙ୍କୁ ପରାମର୍ଶ

ଅତ୍ୟାବଶ୍ୟକ ହସ୍‌ପିଟାଲ ଭିତ୍ତିଭୂମିକୁ ସଶକ୍ତ କରିବା ପାଇଁ ଅତ୍ୟୁତ୍ତମ ବ୍ୟବହାର ECRP-II

ପିସିଏ ପ୍ଲାଣ୍ଟଗୁଡିକୁ ସଚଳ କରିବା ସହ, ଅମ୍ଳଜାନ ସାନ୍ଧ୍ରକ ଓ ଭେଣ୍ଟିଲେଟର ଉପରେ ଗୁରୁତ୍ୱ

ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଔଷଧପତ୍ରର ଅଧିକ ସାମଗ୍ରୀ ମହଜୁଦ୍ ରଖିବା

Posted On: 09 DEC 2021 2:08PM by PIB Bhubaneshwar

ପରୀକ୍ଷା, ଚିହ୍ନଟ, ଉପଚାର,  ଟୀକା ଓ କୋଭିଡ ଅନୁରୂପ ବ୍ୟବହାର ପ୍ରତି ଆନୁଗତ୍ୟ , ଏହିପରି ପାଞ୍ଚଟି ରଣନୀତିକ ପଦକ୍ଷେପ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀ ରାଜେଶ ଭୂଷଣ ଆଜି (୦୯.୧୨.୨୦୨୧) କୋଭିଡ-୧୯ର ଓମିକ୍ରନ ଭାରିଆଣ୍ଟ ଓ ଟିକାକରଣର ଅଗ୍ରଗତି ଉପରେ ସମୀକ୍ଷା କାଳରେ ଏହିସବୁ ରଣନୀତି  ଉପରେ ଗୁରୁତ୍ୱାରୋପ କରାଯାଇଛି । ଶ୍ରୀଭୂଷଣ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ  ସ୍ୱାସ୍ଥ୍ୟସଚିବ ଓ ଏନଏଚଏମ୍ ଏମ୍‌ଡି ମାନଙ୍କ ସହ ଏହି ସମୀକ୍ଷା କରିଥିଲେ । ଆଇସିଏମ୍‌ଆର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ, ଡିଏଚଆର ସଚିବ ଏବଂ ଡିବିଟି ସଚିବ ଡକ୍ଟର ରାଜେଶ ଗୋଖଲେ ଏଥିରେ ଉପସ୍ଥିତ ଥିଲେ ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନମୁନା ପରୀକ୍ଷଣ ବୃଦ୍ଧି କରିବା ସହ  ସମ୍ଭାବ୍ୟ ମାମଲାଗୁଡିକର ସଅଳ ଚିହ୍ନଟ ଉପରେ ସତର୍କ ନଜର ରଖିବା ଓ ସେମାନଙ୍କ ଏକାନ୍ତବାସ ଶୀଘ୍ର ସୁନିଶ୍ଚିତ କରିବା ଓ କ୍ଲିନିକାଲ ପରିଚାଳନା ନେଇ ଅନୁରୋଧ କରାଯାଇଥିଲା । ପ୍ରତ୍ୟେକ ଜିଲ୍ଲାରେ ଆରଟିପିସିଆର ପରୀକ୍ଷା ସୁନିଶ୍ଚିତ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା । ନମୁନାରେ ଅଧିକ ପଜିଟିଭ ବାହାରୁ ଥିବା ଜିଲ୍ଲା ଗୁଡିକରେ ମାମଲା ବୃଦ୍ଧି ଘଟଣାଚକ୍ରର ନିୟମିତ ଅନୁଧ୍ୟାନ କରି ପଜିଟିଭି ନମୁନାଗୁଡିକୁ ସିକ୍ୱେନ୍ସିଂ ପାଇଁ INSACOG ପରୀକ୍ଷାଗାରକୁ ପଠାଇବା ପାଇଁ ପରାମର୍ଶ ଦିଆଯାଇଛି । ନୂତନଭାବେ ଚିହ୍ନଟ ହଟସ୍ପଟ, ଗୋଷ୍ଠୀ ସଂକ୍ରମଣ ସ୍ଥାନ, ପୁନଃ ସଂକ୍ରମଣ ମାମଲା ଓ ସେଗୁଡିକର ତୁରନ୍ତ ପରୀକ୍ଷା ନିରୀକ୍ଷା ତ୍ୱରିତ ବାହିନୀ ଦ୍ୱାରା କରାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ପଜିଟିଭ ରୋଗୀମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରି ମାର୍ଗଦର୍ଶିକା ଅନୁସାରେ ଯଥାସମ୍ଭବ ତୁରନ୍ତ ପରୀକ୍ଷା କରାଇବା ଉପରେ ପୁନଃ ଗୁରୁତ୍ୱଆରୋପ କରାଯାଇଥିଲା ।

‘ଆଟ ରିସ୍କ’ ଦେଶଗୁଡିକରୁ ଆସିଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କ ସମ୍ପର୍କରେ ସୂଚନା ଏୟାର ସୁବିଧା ପୋର୍ଟାଲରୁ ଯୋଗାଡ କରି ଜିଲ୍ଲାୱାରୀ ନେଗେଟିଭ ଚିହ୍ନଟ ଆନ୍ତର୍ଜାତିକ ଯାତ୍ରୀ ମାତ୍ର ଲକ୍ଷଣଧାରୀ ହୋଇଥିଲେ  ସେ ମାମଲାଗୁଡିକୁ ସଠିକ୍ ଭାବେ ଅନୁଧ୍ୟାନ ଉପରେ ଗୁରୁତ୍ୱଆରୋପ କରାଯାଇଥିଲା । ଶୀତଦିନକୁ ଆଖିଆଗରେ ରଖି ସର୍ଦ୍ଦି ଜ୍ୱର ଶ୍ରେଣୀୟ ଦେହଖରାପ, ଅତ୍ୟଧିକ ଶ୍ୱାସକ୍ରିୟାଜନିତ ସଂକ୍ରମଣ ଓ ଶ୍ୱାସକ୍ରିୟା ଅସୁବିଧା ଲକ୍ଷଣଗୁଡିକୁ ଭଲଭାବେ ଅନୁଧ୍ୟାନ ଉପରେ ଗୁରୁତ୍ୱାରୋପ କରାଯିବା ସହ ଗୃହ ସଙ୍ଗରୋଧ ମାମଲାଗୁଡିକ  ଉପରେ ମଧ୍ୟ ତୀକ୍ଷ୍ମ ନଜର ରଖିବା ନେଇ ବୈଠକରେ ଆଲୋଚନା ହୋଇଥିଲା ।

ମାମଲାଗୁଡିକର ସମ୍ଭାବ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ହସ୍‌ପିଟାଲ ଭିତ୍ତିଭୂମି ପ୍ରସ୍ତୁତି ସୁନିଶ୍ଚିତ କରିବା ସହ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ  ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ତାହାର ସମୀକ୍ଷା କରିବାକୁ କୁହାଯାଇଛି । ପିସିଆରପି-୨ ଅଧୀନରେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ପାଣ୍ଠିର ବିନିଯୋଗ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃୃଢ କରିବା, ରାଜ୍ୟ ସ୍ୱାସ୍ଥ୍ୟ ସମିତିଗୁଡିକୁ  ଶତପ୍ରତିଶତ ମ୍ୟାଚିଂ ପାଣ୍ଠି ରାଜ୍ୟ ଦ୍ୱାରା ପ୍ରଦାନ କରିବା ଉପରେ ଗୁରୁ୍‌ତ୍ୱଆରୋପ କରାଯାଇଛି । ପାଣ୍ଠି ବିନିଯୋଗ ଅଗ୍ରଗତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମୀକ୍ଷା କରାଯାଉଥିବା ପରିପ୍ରେକ୍ଷୀରେ ପାଣ୍ଠି ଉପଯୋଗ ସଂକ୍ରାନ୍ତ ସବିଶେଷ ବିବରଣୀ ଏଥିପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ଛାଡିବାକୁ କୁହାଯାଇଛି । କ୍ଷେତ୍ରସ୍ତରରେ କାର୍ଯ୍ୟକ୍ଷମ ଭେଣ୍ଟିଲେଟର ସୁନିଶ୍ଚିତ କରିବା ସହ ପିଏସଏ ପ୍ଲାଣ୍ଟ ଓ ଅମ୍ଳଜାନ ସାନ୍ଧ୍ରକ ଇତ୍ୟାଦି ରଖିବାକୁ କୁହାଯାଇଛି । ଅନେକ କେନ୍ଦ୍ର ଦ୍ୱାରା ପଠାଯାଇଥିବା ଭେଣ୍ଟିଲେଟର ଅନେକ କ୍ଷେତ୍ରୀୟ ହସ୍‌ପିଟାଲରେ ଅବ୍ୟବହୃତ ହୋଇ ପଡି ରହୁଥିବା ନେଇ ରାଜ୍ୟଗୁଡିକୁ ଅବଗତ କରାଯାଇଛି। ପ୍ରତ୍ୟେକ ପିଏସ୍‌ଓ ପ୍ଲାଣ୍ଟ ଓ ଅମ୍ଳଜାନ ସାନ୍ଧ୍ରକ ଓ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ରଖିବାକୁ ନେଇ ସମୀକ୍ଷା କରିବାକୁ କୁହାଯାଇଛି ।

କୋଭିଡ-୧୯ ଉପଚାର ନିମନ୍ତେ ଉଦ୍ଦିଷ୍ଟ ଆଠଟି ପ୍ରମୁଖ ଔଷଧର ବଳକା ଷ୍ଟକ୍ ରଖିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ ।

ଟିକାକରଣକୁ ବ୍ୟାପକ କରିବା ପାଇଁ ‘ହରଘର ଦସ୍ତ’ ଅଭିଯାନରେ ସମର୍ଥ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବା ନେଇ ଗ୍ରାମ ଓ ଜିଲ୍ଲାସ୍ତରରେ  ଅଭିଯାନ ଚଳାଇବା ଉପରେ ଗୁରୁତ୍ୱଆରୋପ କରାଯାଇଛି । ଗୁଜବ ଯୋଗୁଁ ଟିକାକରଣ ଅନିଚ୍ଛାକୁ  ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ତଥ୍ୟଭିତ୍ତିକ ସୂଚନା ସହ ସଚେତନତା ଅଭିଯାନ ଚଳାଇବା ଓ ଗଣମାଧ୍ୟମ ଜରିଆରେ ସୂଚନା ଦେବାକୁ କୁହାଯାଇଛି ।

 

*****

SM /SLP


(Release ID: 1779901) Visitor Counter : 223