ଅର୍ଥ ମନ୍ତ୍ରଣାଳୟ

ନଭେମ୍ବର ମାସରେ ମୋଟ୍ ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ


ନଭେମ୍ବର ୨୦୨୧ରେ ଜିଏସଟି ସଂଗ୍ରହ ଗତ ମାସରେ ସଂଗୃହିତ ରାଜସ୍ୱକୁ ଟପିଲା

ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ରାଜସ୍ୱ ସଂଗ୍ରହ ପରିମାଣ ଦ୍ୱିତୀୟ ସର୍ବାଧିକ

ନଭେମ୍ବର ମାସରେ ସଂଗୃହିତ ଜିଏସଟି ପରିମାଣ ଗତବର୍ଷର ସମାନ ମାସ ତୁଳନାରେ ୨୫ ପ୍ରତିଶତ ଅଧିକ ଏବଂ ୨୦୧୯-୨୦ ତୁଳନାରେ ୨୭ ପ୍ରତିଶତ ଅଧିକ

ଓଡ଼ିଶାରେ ୬୪ ପ୍ରତିଶତ ଅଧିକ ଜିଏସଟି ସଂଗ୍ରହ

Posted On: 01 DEC 2021 12:14PM by PIB Bhubaneshwar

ନଭେମ୍ବର ୨୦୨୧ରେ ମୋଟ୍ ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ସିଜିଏସଟି ପରିମାଣ ୨୩,୯୭୮ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୧,୧୨୭ କୋଟି ଟଙ୍କା, ଆଇଜିଏସଟି ପରିମାଣ ୬୬,୮୧୫ କୋଟି ଟଙ୍କା (ବସ୍ତୁ ରପ୍ତାନି ଉପରେ ସଂଗୃହିତ ୩୨,୧୬୫ କୋଟି ଟଙ୍କା ସମେତ) ଏବଂ ସେସ ପରିମାଣ ୯,୬୦୬ କୋଟି ଟଙ୍କା (ବସ୍ତୁ ରପ୍ତାନି ଉପରେ ୬୫୩ କୋଟି ଟଙ୍କା ସମେତ) ରହିଛି।

ଅନ୍ୟପକ୍ଷରେ ୨୦୨୧ ନଭେମ୍ବର ମାସରେ ଓଡ଼ିଶାରେ ଜିଏସଟି ରାଜସ୍ୱ ସଂଗ୍ରହ ୬୪ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ଅର୍ଥାତ୍ ୨୦୨୦ ନଭେମ୍ବର ମାସରେ ଓଡ଼ିଶାରେ ୨,୫୨୮ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ କରାଯାଇଥିବା ବେଳେ ୨୦୨୧ ନଭେମ୍ବର ମାସରେ ୪,୧୩୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି।

ନିୟମିତ ପରିଶୋଧ ଆକାରରେ ସରକାର ଆଇଜିଏସଟିରୁ ୨୭,୨୭୩ କୋଟି ଟଙ୍କା ସିଜିଏସଟିକୁ ଏବଂ ୨୨,୬୫୫ କୋଟି ଟଙ୍କା ଏସଜିଏସଟିକୁ ପରିଶୋଧ କରିଛନ୍ତି। ନଭେମ୍ବର ୨୦୨୧ ମାସରେ ନିୟମିତ ପରିଶୋଧ ପରେ ମୋଟ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ ୫୧,୨୫୧ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୩,୭୮୨ କୋଟି ଟଙ୍କା ରହିଛି। ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ୦୩.୧୧.୨୦୨୧ରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ୧୭,୦୦୦ କୋଟି ଟଙ୍କା ଜାରି କରିଛନ୍ତି।

ଲଗାତାର ଦୁଇ ମାସ ଧରି ଜିଏସଟି ସଂଗ୍ରହ ପରିମାଣ ୧.୩୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ନଭେମ୍ବର ମାସରେ ସଂଗୃହିତ ଜିଏସଟି ପରିମାଣ ଗତବର୍ଷର ସମାନ ମାସ ତୁଳନାରେ ୨୫ ପ୍ରତିଶତ ଅଧିକ ଏବଂ ୨୦୧୯-୨୦ ତୁଳନାରେ ୨୭ ପ୍ରତିଶତ ଅଧିକ। ଏହି ମାସରେ ବସ୍ତୁ ରପ୍ତାନିରୁ ସଂଗୃହିତ ରାଜସ୍ୱ ଏବଂ ଘରୋଇ କାରବାରରୁ ସଂଗୃହିତ ରାଜସ୍ୱ (ସେବା ରପ୍ତାନି ସମେତ) ପରିମାଣ ଗତବର୍ଷର ସମାନ ମାସରେ ଏହି ଦୁଇଟି ଉତ୍ସରୁ ସଂଗୃହିତ ରାଜସ୍ୱ ତୁଳନାରେ ଯଥାକ୍ରମେ ୪୩ ପ୍ରତିଶତ ଏବଂ ୨୦ ପ୍ରତିଶତ ଅଧିକ ରହିଛି।

ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ୨୦୨୧ ନଭେମ୍ବର ମାସରେ ସଂଗୃହିତ ଜିଏସଟି ରାଜସ୍ୱ ପରିମାଣ ଦ୍ୱିତୀୟ ସର୍ବାଧିକ। ଏପ୍ରିଲ 2021ରେ ସର୍ବାଧିକ ରାଜସ୍ୱ ସଂଗ୍ରହ କରାଯାଇଥିଲା ଯାହାକି ବର୍ଷର ଶେଷର ରାଜସ୍ୱ ଆୟ ସହିତ ଜଡିତ ଏବଂ ଗତ ମାସର ସଂଗ୍ରହଠାରୁ ଅଧିକ। ଏହା ଉପରେ ତ୍ରୈମାସିକ ଆଧାରରେ ଦାଖଲ କରାଯାଉଥିବା ରିଟର୍ଣ୍ଣର ପ୍ରଭାବ ମଧ୍ୟ ରହିଛି। ୨୦୨୧ ନଭେମ୍ବର ମାସରେ ରାଜସ୍ୱ ସଂଗ୍ରହ ଉଲ୍ଲେଖନୀୟ ରହିବା ଆର୍ଥିକ ପ୍ରଗତିର ଧାରାକୁ ଦର୍ଶାଉଛି।

ଜିଏସଟି ଅନୁପାଳନରେ ସୁଧାର ଆଣିବା ଲାଗି ନିକଟ ଅତୀତରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ନୀତିଗତ ଏବଂ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାର ଫଳସ୍ୱରୂପ ଜିଏସଟି ରାଜସ୍ୱ ସଂଗ୍ରହ ସର୍ବୋଚ୍ଚ ସ୍ତରରେ ପହଞ୍ଚି ପାରିଛି। କେନ୍ଦ୍ରୀୟ ଟିକସ ପ୍ରବର୍ତ୍ତନ ଏଜେନ୍ସି, ରାଜ୍ୟ ଏଜେନ୍ସିମାନଙ୍କ ସହିତ ମିଶି ବହୁସଂଖ୍ୟକ ଟିକସ ଫାଙ୍କି ମାମଲାକୁ ଧରିପାରିଛନ୍ତି, ଏଥିରେ ମୁଖ୍ୟତଃ ନକଲି ଇନଭଏସ ସଂକ୍ରାନ୍ତ ମାମଲା ରହିଛି। ଜିଏସଟିଏନ ଦ୍ୱାରା ବିକଶିତ ବିଭିନ୍ନ ଆଇଟି ଟୁଲ୍ ସହାୟତାରେ ରିଟର୍ଣ୍ଣ, ଇନଭଏସ ଏବଂ ଇ- ୱେ ବିଲ ତଥ୍ୟ ଉପଯୋଗ କରାଯାଇ ସନ୍ଦିଗ୍ଧ ଟିକସଦାତାଙ୍କୁ ଠାବ କରାଯିବା ସମ୍ଭବ ହୋଇପାରିଛି।

ଗତ ଏକ ବର୍ଷ ମଧ୍ୟରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ୟବସ୍ଥାଗତ କ୍ଷମତା ବୃଦ୍ଧି, ରିଟର୍ଣ୍ଣ ଦାଖଲର ଶେଷ ତାରିଖ ପରେ ରିଟର୍ଣ୍ଣ ଦାଖଲ କରୁନଥିବା ଟିକସଦାତାଙ୍କ ଉପରେ ଚାପ ପ୍ରୟୋଗ, ରିଟର୍ଣ୍ଣଗୁଡ଼ିକର ଅଟୋ-ପପୁଲେସନ, ଇ- ୱେ ବିଲକୁ ବ୍ଲକ୍ କରିବା ଏବଂ ଅଣ-ଫାଇଲରମାନଙ୍କ ପାଇଁ ଇନପୁଟ ଟିକସ କ୍ରେଡିଟ୍ ପାସ କରିବା ଆଦି ପଦକ୍ଷେପ ନିଆଯାଇଛି। ଯାହାଫଳରେ ଗତ କିଛି ମାସ ମଧ୍ୟରେ ରିଟର୍ଣ୍ଣ ଦାଖଲରେ ସ୍ଥିର ସୁଧାର ଆସିପାରିଛି।

ନିମ୍ନରେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷ ମାସିକ ମୋଟ୍ ଜିଏସଟି ସଂଗ୍ରହର ବିବରଣୀ ଦିଆଯାଇଛି। ତଳେ ଦିଆଯାଇଥିବା ସାରଣୀରେ ନଭେମ୍ବର 2020 ତୁଳନାରେ ନଭେମ୍ବର 2021ରେ ସଂଗୃହିତ ଜିଏସଟିର ରାଜ୍ୟୱାରୀ ତଥ୍ୟ ପ୍ରଦାନ କରାଯାଇଛି।

https://static.pib.gov.in/WriteReadData/userfiles/image/image001699U.png

 

 

ନଭେମ୍ବର ୨୦୨୧ରେ ରାଜ୍ୟୱାରୀ ଜିଏସଟି ରାଜସ୍ୱ ସଂଗ୍ରହରେ ଅଭିବୃଦ୍ଧି

 

ରାଜ୍ୟ

ନଭେମ୍ବର-20 (କୋଟି ଟଙ୍କାରେ)

ନଭେମ୍ବର-21 (କୋଟି ଟଙ୍କାରେ)

ଅଭିବୃଦ୍ଧି ପ୍ରତିଶତ

ଜମ୍ମୁ କଶ୍ମୀର

360

383

6%

ହିମାଚଳ ପ୍ରଦେଶ

758

762

0%

ପଞ୍ଜାବ

1,396

1,845

32%

ଚଣ୍ଡିଗଡ଼

141

180

27%

ଉତ୍ତରାଖଣ୍ଡ

1,286

1,263

-2%

ହରିୟାଣା

5,928

6,016

1%

ଦିଲ୍ଲୀ

3,413

4,387

29%

ରାଜସ୍ଥାନ

3,130

3,698

18%

ଉତ୍ତର ପ୍ରଦେଶ

5,528

6,636

20%

ବିହାର

970

1,030

6%

ସିକ୍କିମ

223

207

-7%

ଅରୁଣାଚଳ ପ୍ରଦେଶ

60

40

-33%

ନାଗାଲାଣ୍ଡ

30

30

2%

ମଣିପୁର

32

35

11%

ମିଜୋରାମ

17

23

37%

ତ୍ରିପୁରା

58

58

-1%

ମେଘାଳୟ

120

152

27%

ଆସାମ

946

992

5%

ପଶ୍ଚିମବଙ୍ଗ

3,747

4,083

9%

ଝାଡ଼ଖଣ୍ଡ

1,907

2,337

23%

ଓଡ଼ିଶା

2,528

4,136

64%

ଛତିଶଗଡ଼

2,181

2,454

13%

ମଧ୍ୟପ୍ରଦେଶ

2,493

2,808

13%

ଗୁଜରାଟ

7,566

9,569

26%

ଡାମନ ଓ ଡିଉ

2

0

-94%

ଦାଦ୍ରା ଓ ନଗର ହାଭେଳୀ

296

270

-9%

ମହାରାଷ୍ଟ୍ର

15,001

18,656

24%

କର୍ଣ୍ଣାଟକ

6,915

9,048

31%

ଗୋଆ

300

518

73%

ଲାକ୍ଷାଦ୍ୱୀପ

0

2

369%

କେରଳ

1,568

2,129

36%

ତାମିଲନାଡ଼ୁ

7,084

7,795

10%

ପୁଡୁଚେରୀ

158

172

9%

ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହ

23

24

5%

ତେଲଙ୍ଗାନା

3,175

3,931

24%

ଆନ୍ଧ୍ରପ୍ରଦେଶ

2,507

2,750

10%

ଲଦାଖ

9

13

46%

ଅନ୍ୟାନ୍ୟ ଅଞ୍ଚଳ

79

95

20%

କେନ୍ଦ୍ର କ୍ଷେତ୍ରାଧିକାର

138

180

30%

ସର୍ବମୋଟ

82,075

98,708

20%

 

 

*******

P.S



(Release ID: 1776967) Visitor Counter : 225