ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

52ତମ ଆଏଫଏଫଆଇ ନୂତନ ପ୍ରଯୁକ୍ତିକୁ ଗ୍ରହଣ କରିଛି, ଯୁବ ପ୍ରତିଭାମାନଙ୍କୁ ସୁଯୋଗ ପ୍ରଦାନ କରୁଛି : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ଆଇଏଫଏଫଆଇ 52 ଉଦଯାପନୀ ସମାରୋହ ଅବସରରେ


ଆଇଏଫଏଫଆଇରେ ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ଆମର ଉପସ୍ଥିତି ରହିଛି ଓ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରାଯାଇଛି: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ

‘‘ମୋର ଆତ୍ମବିଶ୍ବାସ ରହିଛି ଯେ ଏହି 75 ଜଣ ସୃଜନଶୀଳ ପ୍ରତିଭା କିଛି ବର୍ଷ ପରେ ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ

ଏହା ଆନନ୍ଦର ବିଷୟ ଯେ ଆମେ ଜନଜାତିୟ ଗୌରବ ସପ୍ତାହ ପାଳନ କରିବା ଅବସରରେ ଆଇଏଫଏଫଆଇ ଆସାମର ଜନଜାତି ଗୋଷ୍ଠୀ ଉପରେ ଆଧାରିତ ‘ସେମଖୋର’ ଫିଲ୍‌ମର ଉପସ୍ଥାପନା କରିଛି - ସୂଚନା ଓ ପ୍ରସାରଣ ମନ୍ତ୍ରୀ

Posted On: 28 NOV 2021 7:19PM by PIB Bhubaneshwar

ଭାରତର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର 52 ତମ ସଂସ୍କରଣ ର ଉଦ୍‌ଯାପନୀ ଉତ୍ସବ ଅବସରରେ କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏକ ଶକ୍ତିଶାଳୀ ମାଧ୍ୟମରେ ସୃଜନଶୀଳ ଅଭିବ୍ୟକ୍ତିର ପ୍ରୋତ୍ସାହନ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ଆଜି, ନଭେମ୍ବର 28, 2021 ରେ ଡା. ଶ୍ୟାମ ପ୍ରସାଦ ମୁଖର୍ଜି ଇନଡୋର ଷ୍ଟାଡିୟମ, ଗୋଆ ଠାରେ ଏହି ଉତ୍ସବର ଉଦଯାପନୀ ସମାରୋହରେ ଅଭିଭାଷଣ ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଏଠାରେ ପ୍ରଦର୍ଶିତ ହୋଇଥିବା ଉତ୍କୃଷ୍ଟ ମାନର ସିନେମା ପାଇଁ ଏହାକୁ ପ୍ରଶଂସା କରିଥିଲେ। ପ୍ରତି ବର୍ଷ ଏହାର ମାନରେ ଉନ୍ନତି ଆସୁଛି।

ମନ୍ତ୍ରୀ ଏହି ଅବସରରେ ସିନେମା ପ୍ରେମୀମାନଙ୍କୁ ଜଣାଇଥିଲେ ଯେ, ‘‘ଫିଲ୍ମ ନିର୍ମାଣର ଏକ ସମୃଦ୍ଧ ପରମ୍ପରାକୁ ପାଳନ କରିବା ପାଇଁ ଆମେ ସମସ୍ତେ ଏଠାରେ ଏକତ୍ରିତ ହୋଇଛୁ। ସିନେମା ମାଧ୍ୟମରେ ଆମେ କାହାଣୀକୁ ଉପଭୋଗ କରିଥାଉ। ଏହାକୁ ଦର୍ଶକମାନେ ପସନ୍ଦ କରିବା ସହିତ ଆମେ ଅନେକ ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରିପାରିଛୁ।’’

ବିଶ୍ବର ସବୁଠାରୁ ଅଧିକ ସିନେମା ପ୍ରସ୍ତୁତ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ମନ୍ତ୍ରୀ ଏହି ଅବସରରେ ନୂତନ କଣ୍ଟେଣ୍ଟ ପ୍ରସ୍ତୁତି କ୍ଷେତ୍ରରେ ଭାରତକୁ ଏକ ପାୱାରହାଉସରେ ପରିଣତ କରିବାକୁ ଆହ୍ବାନ କରିଥିଲେ। ଆମର ଯୁବ ପ୍ରତିଭାମାନଙ୍କର ଦକ୍ଷତାର ଉପଯୋଗ କରି ଆମେ ଭାରତକୁ ବିଶ୍ବର ପୋଷ୍ଟ-ପ୍ରଡକ୍‌ସନ ହବ୍‌ ରେ ପରିଣତ କରିବାକୁ ଚାହୁଁଛୁ। ଆମେ ଫିଲ୍ମ କ୍ଷେତ୍ରରେ ଭାରତକୁ ଆହୁରି ଆଗକୁ ନେବାକୁ ଚାହୁଁଛୁ ଯେପରି ବିଶ୍ବ ସିନେମାରେ ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ଓ ଷ୍ଟୋରିଟେଲରଙ୍କ ଏକ ପ୍ରିୟ ସ୍ଥାନ ହୋଇପାରିବ।’’

52ତମ ଆଇଏଫଏଫଆଇ ଫେଷ୍ଟିଭାଲରେ ଅନେକ କାର୍ଯ୍ୟ ପ୍ରଥମ ଥର ପାଇଁ କରାଯାଇଛି। ମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଆଇଏଫଏଫଆଇ ସମୟ ସହିତ ତାଳ ଦେଇ ଅନେକ କିଛି ପରିବର୍ତ୍ତନ ଆଣିଛି। ଆଏଫଏଫଆଇରେ ପ୍ରଥମ ଥର ପାଇଁ, ଓଟିଟି ପ୍ଲାଟଫର୍ମରେ ଉପସ୍ଥିତି ସହିତ ଉତ୍ସାହର ସହିତ ଅଂଶଗ୍ରହଣ କରିଛୁ। ଆଇଏଫଏଫଆଇ ନୂତନ ପ୍ରଯୁକ୍ତି ତଥା ଦର୍ଶକଙ୍କ ମୁତାବକ ପ୍ଲାଟଫର୍ମକୁ ଗ୍ରହଣ କରିଛି ଓ ସମୟ ସହିତ ନିଜକୁ ପରିବର୍ତ୍ତିତ କରିଛି। ଆମେ ମଧ୍ୟ ବ୍ରିକ୍‌ସ ଦେଶ ଗୁଡ଼ିକରୁ ସର୍ବୋତ୍ତମ ଫିଲ୍‌ମକୁ ପ୍ରଦର୍ଶିତ କରିଛୁ ଓ ଆମେ ଆଶା କରୁଛୁ ଏହି ସହଭାଗୀତା ଭବିଷ୍ୟତରେ ଆହୁରି ଅଧିକ ସୁଦୃଢ଼ ହେବ।

ମନ୍ତ୍ରୀ ଏହି ଅବସରରେ ‘’75 କ୍ରିଏଟିଭ୍ଓ ମାଇଣ୍ଡସ ଅଫ୍‌ ଟୁମରୋ’’ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ ଯେଉଁଥିରେ 75 ଜଣ ପ୍ରତିଭାବାନ କଳାକାରମାନେ ଆଜାଦି କା ଅମୃତ ମହୋତ୍ସବ ଜାତୀୟ ଉତ୍ସବର ଏକ ଅଂଶ ଭାବରେ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ସେମାନଙ୍କ ପ୍ରତିଭା ଉପସ୍ଥାପନ କରିବାର ଏକ ବିରଳ ସୁଯୋଗ ପାଇଥିଲେ। ଏହି ସ୍ବତନ୍ତ୍ର ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କର ଦକ୍ଷତାର ବିକାଶ କରିବା। ଆମେ 75 ଜଣ ସୃଜନଶୀଳ ପ୍ରତିଭାଙ୍କୁ ଏହି ଅବସରରେ ଚିହ୍ନଟ କରିଥିଲୁ। ମୋର ବିଶ୍ୱାସ ଅଛି ଯେ ସେମାନଙ୍କ ମଧ୍ୟରୁ କେତେଜଣ ସିନେମା ଉଦ୍ୟୋଗର ଏକ ଅଂଶ ଭାବରେ ନୁହେଁ ବରଂ ସିନେମାର ଆଇକନ୍ ଭାବରେ କିଛି ବର୍ଷ ପରେ ଫେରିବେ।  ସେମାନେ ଏହି ସ୍ଥାନରେ ପାଇଥିବା ପ୍ରୋତ୍ସାହନ ଓ ସିନେମା ଉଦ୍ୟୋଗର ପ୍ରଖ୍ୟାତ କଳାକାରଙ୍କ ଠାରୁ ଗ୍ରହଣ କରିଥିବା ମାଷ୍ଟର କ୍ଲାସ ନିଶ୍ଚିତ ଭାବରେ ଭବିଷ୍ୟତ ପାଇଁ ପ୍ରେରଣାଦାୟକ ହେବ। ଏହି 75 ଜଣ ଯୁବ ପ୍ରତିଭାଙ୍କ ମଧ୍ୟରେ 7 ଜଣ ମହିଳା ଓ 68 ଜଣ ପୁରୁଷ କଳାକାର ରହିଥିଲେ।  ଏହି ସମସ୍ତ ପ୍ରତିଭାମାନଙ୍କର ବୟସ 35 ବର୍ଷ ବୟସରୁ କମ୍ ରହିଛି ଓ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରିଛନ୍ତି ଯଥା ନିର୍ଦ୍ଦେଶନା, ଏଡିଟିଂ, ଗୀତ ଓ ସ୍କ୍ରିନପ୍ଲେ ଇତ୍ୟାଦି। ଏମାନଙ୍କ ମଧ୍ୟରେ ସର୍ବକନିଷ୍ଠ ପ୍ରତିଭାଙ୍କର ବୟସ 16 ବର୍ଷ ଥିଲା ଯାହାଙ୍କର ନାମ ହେଉଛି ବିହାରର ଆର୍ଯ୍ୟନ କୁମାର। ତାଙ୍କୁ ଫିଲ୍ମ ନିର୍ଦ୍ଦେଶନା କ୍ଷେତ୍ରରେ ଚୟନ କରାଯାଇଥିଲା।

ମନ୍ତ୍ରୀ ଏହି ଅବସରରେ ପ୍ରଖ୍ୟାତ ଗୀତିକାର ତଥା ସିବିଏଫସି ଚେୟାରପର୍ସନ ପ୍ରସୁନ୍ ଯୋଶୀ ତଥା 2021 ବର୍ଷ ପାଇଁ ଇଣ୍ଡିଆନ ଫିଲ୍ମ ପର୍ସୋନାଲିଟି ପୁରସ୍କାର ବିଜେତାଙ୍କ ନିକଟରେ ବ୍ୟକ୍ତିଗତ କୃତଜ୍ଞତା ପ୍ରକାଶ କରିଥିଲେ। ‘‘ଆସନ୍ତା କାଲିର 75 ଜଣ ସୃଜନଶୀଳ ପ୍ରତିଭା’’ ଆଇଡିଆ କ୍ଷେତ୍ରରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା ଯାହାକୁ ସଫଳତାର ସହିତ ବାସ୍ତବତାରେ ପରିଣତ କରାଯାଇପାରିଛି।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଆଇଏଫଏଫଆଇ ର ଆକାର ବର୍ଷ ପରେ ବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ଆଇଏଫଏଫଆଇ ରେ, ସାରା ବିଶ୍ବରୁ ପ୍ରାୟ 10,000 ପ୍ରତିନଧି ଯୋଗ ଦେଇଛନ୍ତି ଯେଉଁଥିରେ ସାମିଲ୍ ରହିଛନ୍ତି ଫିଲ୍ମ ନିର୍ମାତା, ଛାତ୍ର ଓ ସିନେମାପ୍ରେମୀମାନେ ଏହି ହାଇବ୍ରିଡ୍ ଫର୍ମାଟରେ ଅଂଶଗ୍ରହଣ କରିଛନ୍ତି। ଏଥିରେ 234 ଟି ସ୍କ୍ରିନିଂ କରାଯାଇଛି ଯେଉଁଥିରେ ପ୍ରାୟ 450 ଘଣ୍ଟାର ଚଳଚ୍ଚିତ୍ରକୁ ସ୍କ୍ରିନ କରାଯାଇଛି। ଅନଲାଇନ ମାଧ୍ୟମରେ 30,000 ଘଣ୍ଟାରୁ ଅଧିକ ସମୟ ପାଇଁ ଏହାକୁ ଦେଖାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ସୂଚୀତ କରିଥିଲେ ଯେ ଚଳିତ ବର୍ଷ ସିନେମା ପ୍ରେମୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିଛି। ଏଥିରେ 73 ଟି ଦେଶରୁ 148 ଟି ବିଦେଶୀ ଚଳଚ୍ଚିତ୍ରକୁ ପ୍ରଦର୍ଶିତ କରାଯାଇଛି। ଏହି ଉତ୍ସବରେ 12 ଟି ୱାର୍ଲଡ୍ ପ୍ରିମିୟର, 7 ଟି ଆନ୍ତର୍ଜାତିକ ପ୍ରିମିୟର, 24 ଟି ଏସିଆ ପ୍ରିମିୟର ଓ 74 ଇଣ୍ଡିଆ ପ୍ରିମିୟର କରାଯାଇଛି। 75 ଟି ଭାରତୀୟ ଫିଲ୍ମକୁ ସ୍କ୍ରିନ କରାଯାଇଛି। ଏଥି ମଧ୍ୟରୁ 17 ଟିକୁ ସ୍ବତନ୍ତ୍ର ଭାବରେ ଇଣ୍ଡିଆ @ 75 ସେକ୍ସନରେ ମନୋନୀତ କରାଯାଇଛି।

ମନ୍ତ୍ରୀ ଅବଗତ କରାଇଥିଲେ ଯେ ଆଇଏଫଏଫଆଇର ଏହି ସଂସ୍କରଣରେ ପ୍ରଖ୍ୟାତ ଭାରତୀୟ ଓ ବିଶ୍ବ ସିନେମାଙ୍କୁ ସମ୍ମାନିତ କରାଯାଇଥିଲା। ‘‘ଆମେ ହଙ୍ଗେରିର ଫିଲ୍ମ ନିର୍ମାତା ଇସ୍ତେଭାନ୍ ଜାବୋ ଓ ହଲିଉଡ୍ ଫିଲ୍ମ ନିର୍ମାତା ମାର୍ଟିନ ସ୍କୋରସେସେଙ୍କୁ ସମ୍ମାନିତ କରିଥିଲୁ, ଉଭୟ ଆନ୍ତର୍ଜାତିକ ସିନେମାର ଉତ୍କୃଷ୍ଟ ପ୍ରତିଭା ଅଟନ୍ତି। ସେମାନଙ୍କୁ ସତ୍ୟଜିତ ରାୟ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି। ଆମେ ଭାରତୀୟ ସିନେମାର ଆଇକନ୍ ପ୍ରସୁନ୍ ଜୋସୀ ଓ ହେମା ମାଳିନୀଙ୍କୁ ଇଣ୍ଡିଆନ ଫିଲ୍ମ ପର୍ସୋନାଲିଟି ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରିଛୁ। ଆଇଏଫଏଫଆଇ 52 ମଧ୍ୟ  ଅନେକ ଭାରତୀୟ ଓ ଆନ୍ତର୍ଜାତିକ ସିନେମାକୁ ସମ୍ମାନ ପ୍ରଦାନ କରିଛି। ଏହି ଅବସରରେ ଅରିଜିନାଲ୍ ବଣ୍ଡ ସାର ସିନ୍ କନେରିଙ୍କୁ ଏକ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।

ଆଇଏଫଏଫଆଇ ଇତିହାସରେ ପ୍ରଥମ ଥର ପାଇଁ, ସମସ୍ତ ମେଜର ଓଟିଟି ପ୍ଲାଟଫର୍ମ ଯଥା ନେଟଫ୍ଲିକ୍‌ସ, ଆମାଜନ, ସୋନି ଓ ଆହୁରି ଅନେକ ସ୍ବତନ୍ତ୍ର ମାଷ୍ଟର କ୍ଲାସ, କଣ୍ଟେଣ୍ଟ ଶୁଭାରମ୍ଭ ଓ ପ୍ରିଭ୍ୟୁ, କ୍ୟୁରେଟେଡ୍‌ ଫିଲ୍ମ ପ୍ୟାକେଜ୍ ସ୍କ୍ରିନିଂ ଓ ଆହୁରି ଅନେକ ଅନ-ଗ୍ରାଉଣ୍ଡ ଓ ଭର୍ଚୁଆଲ୍ ଇଭେଣ୍ଟ ରେ ଅଂଶଗ୍ରହଣ କରିଥିଲେ। ଭବିଷ୍ୟତରେ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ଅଂଶଗ୍ରହଣକୁ ଏକ ନିୟମିତ ବୈଶିଷ୍ଟ୍ୟ ଭାବରେ ସାମିଲ୍ କରାଯିବ।

ଓଟିଟି ପ୍ଲାଟଫର୍ମରେ ପ୍ରଥମ ଥର ପାଇଁ କରିଥିବା ସହବନ୍ଧନ ସମ୍ପର୍କରେ ସୂଚନା ଦେଇ, ମନ୍ତ୍ରୀ ଅନଲାଇନ୍ କାର୍ଯ୍ୟକ୍ରମ ଓ ଅଂଶଗ୍ରହଣ ବିଷୟରେ କିଛି ସବିଶେଷ ପ୍ରଦାନ କରିଛନ୍ତି। ଏକକାଳୀନ ଭାବରେ 50 ରୁ ଅଧିକ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ସ୍କ୍ରିନ୍ କରାଯାଇଛି। 10 ମାଷ୍ଟର କ୍ଲାସ ଓ ଆଲୋଚନାଭିତ୍ତିକ ସେସନ ଓଟିଟି ପ୍ଲାଟଫର୍ମର ସହଯୋଗରେ ଆୟୋଜିତ କରାଯାଇଛି। ମନୋଜ ବାଜପାୟୀ, ହ୍ରିତିକ ରୋସନ, ସୁଜିତ ସରକାର ଓ ଆହୁରି ଅନେକ ପ୍ରଖ୍ୟାତ କଳାକାର ଏହି ଅବସରରେ ସେମାନଙ୍କର ଅଭିଜ୍ଞତା ବଖାଣିଥିଲେ।’’

ପ୍ରଖ୍ୟାତ ଅଭିନେତ୍ରୀ ତଥା ସମ୍ମାନିତ ଅତିଥି ମାଧୁରୀ ଦିକ୍ଷିତଙ୍କ  ସମ୍ପର୍କରେ ସୂଚନା ପ୍ରଦାନ କରି ମନ୍ତ୍ରୀ କହିଥିଲେ ଯେ ବିଶ୍ବର ଏଣ୍ଟରଟେନମେଣ୍ଟ ଦୁନିଆଁରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ମୁଁ ନିଶ୍ଚିତ ଯେ ସେ ଭବିଷ୍ୟତରେ ମଧ୍ୟ ଏହିପରି ଲୋକମାନଙ୍କ ହୃଦୟରେ ରହିବେ ଓ ବିଶ୍ବ ଏଣ୍ଟରଟେନମେଣ୍ଟ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଅବଦାନ ପ୍ରଦାନ କରିବେ।

ଗୋଲଡେନ୍ ପାଇକ ଏବଂ ଅନ୍ୟାନ୍ୟ ଉତ୍ସବର ପୁରସ୍କାର ଘୋଷଣା ପୂର୍ବରୁ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ସମସ୍ତ ପ୍ରତିଯୋଗୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଏହି ଉତ୍ସବରେ ସମ୍ମାନିତ ହୋଇଥିବା ସମସ୍ତ ଚଳଚ୍ଚିତ୍ର ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କର କାର୍ଯ୍ୟ ଏବଂ ଅବଦାନ ଭବିଷ୍ୟତର ପୀଢ଼ିମାନଙ୍କୁ ଉଚ୍ଚ ଲକ୍ଷ୍ୟ ସ୍ଥାପନ କରିବାକୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ।

ଆଇଏଫଏଫଆଇ ରେ ଯୋଗଦେବା ପାଇଁ କୋଭିଡ-19 ମହାମାରୀ ମଧ୍ୟରେ 20 ରୁ 30 ଘଣ୍ଟାରୁ ଅଧିକ ସମୟ ଭ୍ରମଣ କରିଥିବାରୁ ମନ୍ତ୍ରୀ ଆନ୍ତର୍ଜାତୀୟ ପ୍ରତିନିଧୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏହି ଅବସରରେ ବିଶ୍ୱ ସମୁଦାୟକୁ ଭାରତରେ ଚଳଚ୍ଚିତ୍ର ସୁଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତୁ ଏବଂ ଭାରତରେ ଚଳଚ୍ଚିତ୍ର ସୁଟିଂ କରନ୍ତୁ। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଆପଣ ଆବଶ୍ୟକ କରୁଥିବା ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଫିଲ୍ମ ଫାସିଲିଟେସନ ଅଫିସ୍ ଆପଣଙ୍କୁ ଯୋଗାଇଦେବ।  ଉତ୍ତରପ୍ରଦେଶ ରେ 100-ଏକର ପରିମିତ ଅଞ୍ଚଳରେ ଏକ ଫିଲ୍ମ ସିଟି ନିର୍ମାଣ ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏଥିପାଇଁ ଆଗ୍ରହୀ ନିବେଶକଙ୍କୁ ଅପେକ୍ଷା କରାଯାଉଛି।

ଏମି ବରୁଆ, ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ପ୍ରଥମ ଆଇଏଫଏଫଆଇ ଇଣ୍ଡିଆନ ପାନୋରାମା ଫିଲ୍ମ ଦିମିସା ଭାଷାର ଚଳଚ୍ଚିତ୍ର ସେମଖୋର ପାଇଁ ପ୍ରଶଂସା କରିଥିଲେ। ଦିମାଷା ଭାଷା ଶିଖିବା ପାଇଁ ଏମି ବୁଆ ଏକ ବର୍ଷ ଧରି ଆସାମର ଆଦିବାସୀ ଗୋଷ୍ଠୀ ମଧ୍ୟରେ ରହିଥିଲେ। ସେ ଏହି ଫିଲ୍ମର ସୁଟିଂ କରିବା ଅବସରରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ମୁଁ ବରୁଆଙ୍କୁ ପ୍ରଶଂସା କରୁଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ସରକାର ଜନଜାତିୟ ଗୌରବ ଦିବସ ଭାବରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମଦିନ ପାଳନ କରିବେ। ଭାରତ ସରକାର ନଭେମ୍ବର 15 - ନଭେମ୍ବର 22, 2021 କୁ ଜନଜାତିୟ ଗୌରବ ସପ୍ତାହ ଭାବରେ ପାଳନ କରିଛନ୍ତି। ଏହି ମାସରେ ଆଦିବାସୀ ସମ୍ପ୍ରଦାୟ ଉପରେ ଏକ ଚଳଚ୍ଚିତ୍ର ପାଇବା ହେତୁ ଆମେ ବହୁତ ଆନନ୍ଦିତ। ଏଥିପାଇଁ ମୁଁ ଆପଣଙ୍କୁ ପ୍ରଶଂସା କରୁଛି  ବୋଲି ମନ୍ତ୍ରୀ ଏମି ବାରୁଆଙ୍କୁ ସମ୍ବୋଧିତ କରି କହିଛନ୍ତି।

ଏନଏଫଡିସି କୁ ମଜବୁତ କରିବାକୁ ମନ୍ତ୍ରୀ ନିଜର ସଂକଳ୍ପ ପରିପ୍ରକାଶ କରିଛନ୍ତି।  ଏହା ମାଧ୍ୟମରେ ଆପଣ ଏଭଳି ଚଳଚ୍ଚିତ୍ର ନିର୍ମାଣ କରିବାର ସୁଯୋଗ ପାଇବେ ଯାହା ହୁଏତ ଆର୍ଥିକ ସଫଳତା ନଦେଇପାରେ, ତଥାପି ଆମେ ସମଗ୍ର ବିଶ୍ୱରେ ଭାରତର ସଂସ୍କୃତି ଏବଂ ପରମ୍ପରାକୁ ପ୍ରଦର୍ଶନ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବୁ।"

ଭାରତର ସିନେମା ଏବଂ ହିନ୍ଦୀ ଭାଷାକୁ ବିଶ୍ବର  ବିଭିନ୍ନ କୋଣରେ ପହଞ୍ଚାଇ ଥିବାରୁ ଏହି ଚଳଚ୍ଚିତ୍ର ଗୋଷ୍ଠୀଙ୍କୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ ସରକାର ଏଥିପାଇଁ ଉଦ୍ୟୋଗକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛନ୍ତି।

2021 ମସିହା ପାଇଁ ଇଣ୍ଡିଆନ୍ ଫିଲ୍‌ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଥିବା ମନ୍ତ୍ରୀ ପ୍ରସୁନ୍ ଯୋଶୀଙ୍କୁ ଏହି ଅବସରରେ ମନ୍ତ୍ରୀ ପ୍ରଶଂସା କରିଛନ୍ତି।  ‘‘ମୁଁ ଖୁସି ଯେ ଅଭିନେତା ହେମା ମାଳିନିଙ୍କ ସହ ଶ୍ରୀ ଯୋଶୀଙ୍କୁ ଭାରତର 75 ତମ ସ୍ୱାଧୀନତା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଉଛି।’’

ମନ୍ତ୍ରୀ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆସନ୍ତା ବର୍ଷ ଆଇଏଫଏଫଆଇ ର ଏହି ସଂସ୍କରଣକୁ ସମାନ ସମୟରେ ଏବଂ ସମାନ ସ୍ଥାନରେ ଅନୁଷ୍ଠିତ ହେବ, ଅର୍ଥାତ୍ ଏହାକୁ ନଭେମ୍ବର 20-28, 2022 ରେ ଗୋଆ ଠାରେ ଆୟୋଜନ କରାଯିବ।

ସମସ୍ତ ସାମ୍ପ୍ରତିକ ତଥା ନୂତନ ଚଳଚ୍ଚିତ୍ର ନିର୍ମାତାଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇବା ସହ ଉଭୟ ପଲିସି ଡିଜାଇନ୍, ବିବର୍ତ୍ତନ ଏବଂ କାର୍ଯ୍ୟାନ୍ୱୟନ ସ୍ତରରେ ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗ ସୁନିଶ୍ଚିତ କରିବା ସହ ମନ୍ତ୍ରୀ ନିଜର ବକ୍ତବ୍ୟକୁ ସମାପ୍ତ କରିଛନ୍ତି।  ଏହା ଫଳରେ ସମ୍ପୂର୍ଣ୍ଣ ସିନେମା ଜଗତ ମଜବୁତ ହୋପାରିବ ଓ ସଫଳତାର ନୂତନ ଶିଖରରେ ପହଞ୍ଚିବ।

BS



(Release ID: 1775964) Visitor Counter : 192