ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ

ସଂସଦର କେନ୍ଦ୍ରୀୟ କକ୍ଷରେ ନଭେମ୍ବର ୨୬ତାରିଖ ଦିନ ପାଳିତ ହେବ ସମ୍ବିଧାନ ଦିବସ


ମାନ୍ୟବର ରାଷ୍ଟ୍ରପତି ଆସନ୍ତାକାଲି (୨୬.୧୧.୨୦୨୧) ଦିନ ୧୧ ଟା ବେଳେ ସଂସଦର କେନ୍ଦ୍ରୀୟ କକ୍ଷରୁ ସମ୍ବିଧାନ ଦିବସ ପାଳନର ନେତୃତ୍ୱ ନେବେ

ସମାରୋହରେ ମାନ୍ୟବର ଉପରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ,ମାନ୍ୟବ ବାଚସ୍ପତି, ମନ୍ତ୍ରୀ ବୃନ୍ଦ, ସଂସଦ ସଦସ୍ୟ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥି ଯୋଗଦେବେ

କୋଭିଡ-୧୯ ମାର୍ଗଦର୍ଶିକା ପାଳନ ପୂର୍ବକ ୨୬.୧୧.୨୦୨୧ ଦିନ ରାଷ୍ଟ୍ରପତିଙ୍କ ସହ ସମ୍ବିଧାନର ପ୍ରସ୍ତାବନା(Preamble) ଏକାଠି ପାଠ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି

ଅଧିକରୁ ଅଧିକ ଜନ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦୁଇଟି ପୋର୍ଟାଲ ବିକଶିତ କରିଛି

ଗୋଟିଏ ପୋର୍ଟାଲ ହେଉଛି ‘ସମ୍ବିଧାନ ପ୍ରସ୍ତାବନା ଅନଲାଇନ ପଠନ’

ଦ୍ୱିତୀୟ ପୋର୍ଟାଲ ହେଉଛି “ସାମ୍ବିଧାନିକ ଗଣତନ୍ତ୍ର ଉପରେ ଅନଲାଇନ କୁଇଜ’

୨୩ଟି ଭାଷାରେ (୨୨ଟି ସରକାରୀ ଭାଷା ଓ ଇଂରାଜୀ) (mpa.gov.in/constitution-day) ଯେକୌଣସି ବ୍ୟକ୍ତି ଯେକୌଣସି ସ୍ଥାନରୁ ଅଂଶଗ୍ରହଣ କରି ପ୍ରମାଣପତ୍ର ପାଇପାରିବେ

Posted On: 25 NOV 2021 4:24PM by PIB Bhubaneshwar

ଆଜାଦୀ କା ଅମୃତ ମହୋତ୍ସବ ଭାରତ ସରକାରଙ୍କ ଭାରତର ସ୍ୱାଧୀନତା ଦିବସର ୭୫ତମ ବାର୍ଷିକୀ ତଥା ଏହାର ଗୌରବମୟ ପରମ୍ପରା ଓ ଐତିହ୍ୟ ପାଳନ ପାଇଁ ଏକ ପଦକ୍ଷେପ । ଏହି ମହୋତ୍ସବର ଅଂଶ ବିଶେଷଭାବେ ଭାରତ ଆସନ୍ତାକାଲି (୨୬.୧୧.୨୧) ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ବିପୁଳ ହର୍ଷୋଲ୍ଲାସ ମଧ୍ୟରେ ପାଳନ କରୁଛି ।

ସଂସଦ ଭବନର କେନ୍ଦ୍ରୀୟ କକ୍ଷରୁ ମାନନୀୟ ରାଷ୍ଟ୍ରପତି ଦିନ ଏଗାରଟାଠାରୁ ସମ୍ବିଧାନ ଦିବସ ପାଳନର ନେତୃତ୍ୱ ନେବେ ।

 

ଏଥିରେ ମାନନୀୟ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀଗଣ, ସଂସଦ ସଦସ୍ୟ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥି ମଧ୍ୟ ଅଂଶଗ୍ରହଣ କରିବେ ।

 

ଏହି ସମାରୋହ ସିଧାସଳଖ ସଂସଦ ଟିଭି/ଦୂରଦର୍ଶନ ଓ ଅନଲାଇନ ପୋର୍ଟାଲରୁ ସିଧାସଳଖ ପ୍ରସାରିତ ହେବ।

 

ମହାମାନ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ତାଙ୍କ ସହ ସମଗ୍ର ଦେଶବାସୀଙ୍କୁ  ସମ୍ବିଧାନର ପ୍ରସ୍ତାବନା(preamble) ପାଠ ପାଇଁ ଆମନ୍ତ୍ରଣ କରାଯିବ । ସେ ମଧ୍ୟ ସାମ୍ବିଧାନିକ ଗଣତନ୍ତ୍ରର ଅନଲାଇନ କୁଇଜକୁ (mpa.gov.in/constitution-day)ଶୁଭ ଉଦ୍‌ଘାଟନ କରିବେ । ସମ୍ବିଧାନର ପ୍ରସ୍ତାବନା ପାଠ ନିମନ୍ତେ ୨୩ଟି ଭାଷା(୨୨ଟି ସରକାରୀ ଓ ଇଂରାଜୀ) ପୋର୍ଟାଲ ଆଜି ମଧ୍ୟରାତ୍ରୀରୁ କାର୍ଯ୍ୟକ୍ଷମ ହେବ । ପ୍ରମାଣପତ୍ର (mpa.gov.in/constitution-day)ୱେବସାଇଟ୍‌ରୁ ଡାଉନଲୋଡ କରି ହେବ ।

 

****

SM / SLP



(Release ID: 1775186) Visitor Counter : 177