ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

“ମହାସାଗର ସେବା, ମଡ଼େଲିଂ, ଅନୁପ୍ରୟୋଗ, ସଂସାଧନ ଏବଂ ପ୍ରଦ୍ଦ୍ୟୋଗିକୀ ( ଓ-ସ୍ମାର୍ଟ) ଅମ୍ବ୍ରେଲା ଯୋଜନାକୁ ଜାରି ରଖିବା ନିମନ୍ତେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସ୍ୱୀକୃତି ପ୍ରଦାନ -ଅମ୍ବ୍ରେଲା ଯୋଜନା ନିମନ୍ତେ ୨,୧୭୭ କୋଟି ଟଙ୍କା ବ୍ୟୟ କରାଯିବ

प्रविष्टि तिथि: 24 NOV 2021 3:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଆର୍ଥିକ ବ୍ୟାପାର ସମିତି ବୈଠକରେ ଆଜି ଧରିତ୍ରୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ୨,୧୭୭ କୋଟି ଟଙ୍କା ବ୍ୟୟ କରାଯିବାକୁ ଥିବା ଅମ୍ବ୍ରେଲା ଯୋଜନା ‘ ସାମୁଦ୍ରିକ ସେବା, ମଡ଼େଲିଂ, ଅନୁପ୍ରୟୋଗ, ସଂସାଧନା ଏବଂ ପ୍ରାଦ୍ଦ୍ୟୋଗିକୀ ( ଓ- ସ୍ମାର୍ଟ)”କୁ ୨୦୨୧- ୨୬ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ନିମନ୍ତେ ଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି ।

ଏହି ଯୋଜନା ଅଧୀନରେ ସାତଟି ଉପ ଯୋଜନା ସାମିଲ ରହିଛି । ସେଥି ମଧ୍ୟରେ ସାମୁଦ୍ରିକ ପ୍ରାଦ୍ଦ୍ୟୋଗିକୀ, ସାମୁଦ୍ରିକ ମଡ଼େଲିଂ ଏବଂ ପରାମର୍ଶ ସେବା (ଓଏମଏଏସ), ସାମୁଦ୍ରିକ ଅବଲୋକନ ନେଟୱାର୍କ (ଓଓଏନ), ସାମୁଦ୍ରିକ ଜୀବନହୀନ (ନନ୍‍ ଲିଭିଂ) ସଂସାଧନ, ସାମୁଦ୍ରିକ ସଜୀବ ସଂସାଧନ ଏବଂ ଇକୋ ସିଷ୍ଟମ (ଏମଏଲଆରଇ), ତଟୀୟ ଅନୁସନ୍ଧାନ ଏବଂ ଅନୁସନ୍ଧାନ ଜାହାଜର ସଂଚାଳନ ଏବଂ ରକ୍ଷଣାବେକ୍ଷଣ । ଏହିସବୁ ଉପଯୋଜନାଗୁଡ଼ିକୁ ରାଷ୍ଟ୍ରୀୟ ସାମୁଦ୍ରିକ ପ୍ରାଦ୍ଦ୍ୟୋଗିକୀ ସଂସ୍ଥାନ (ଏନଆଇଓଟି), ଚେନ୍ନାଇ, ଭାରତୀୟ ରାଷ୍ଟ୍ରୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଆଇଏନସିଓଆଇଏସ), ହାଇଦ୍ରାବାଦ, ରାଷ୍ଟ୍ରୀୟ ଧ୍ରୁବୀୟ ଏବଂ ସାମୁଦ୍ରିକ ଅନୁସନ୍ଧାନ କେନ୍ଦ୍ର (ଏନସିପିଓଆର), ଗୋଆ, ସାମୁଦ୍ରିକ ସଜୀବ ସଂସାଧନ ଏବଂ ଇକୋଲୋଜି କେନ୍ଦ୍ର (ସିଏମଏଲଅରଇ), େକୋଚି ଏବଂ ରାଷ୍ଟ୍ରୀୟ ତଟୀୟ ଅନୁସନ୍ଧାନ (ଏନସିସିଆର), ଚେନ୍ନାଇ ଭଳି ମନ୍ତ୍ରଣାଳୟର/ସଂଶ୍ଳିଷ୍ଟ ସଂସ୍ଥାନମାନଙ୍କ ଦ୍ୱାରା ରୂପାନ୍ୱିତ କରାଯାଉଛି । ଏଥବ ସହିତ ଏହି କାର୍ଯର୍୍ୟରେ ଅନ୍ୟାନ୍ୟ ରାଷ୍ଟ୍ରୀୟ ସଂସ୍ଥାନଗୁଡ଼ିଙ୍କୁ ମଧ୍ୟ ସାମିଲ କରାଯାଉଛି । ଏହି ଯୋଜନା ନିମନ୍ତେ ମନ୍ତ୍ରଣାଳୟର ସାମୁଦ୍ରିକ ବିଜ୍ଞାନ ଏବଂ ତଟୀୟ ଅନୁସନ୍ଧାନକାରୀ ଜାହାଜର ଏକ ଭେଳା ଅନୁସନ୍ଧାନ କାର୍ଯ୍ୟରେ ଆବଶ୍ୟକ ସହାୟତା ପ୍ରଦାନ କରୁଛନ୍ତି ।

ଭାରତରେ ମହାସାଗର ସମ୍ପର୍କୀତ ଅନୁସନ୍ଧାନ ଏବଂ ପ୍ରାଦ୍ଦ୍ୟୋଗିକୀର ବିକାଶର ଅୟମାରମ୍ଭ ମହାସାଗର ବିକାଶ ବିଭାଗ (ଡ଼ିଓଡ଼ି) ଦ୍ୱାରା ଆରମ୍ଭ କରାଯାଇଛି । ଏହି କେନ୍ଦ୍ର ୧୯୮୧ ମସିହାରେ ସ୍ଥାପନ କରାଯାଇଥିଲା । ଏହାକୁ ପରେ ଧରିତ୍ରୀ ବିଜ୍ଞାନ ମନ୍ତ୍ରଣାଳୟ ସହିତ ସାମିଲ କରି ଦିଆଯାଇଥିଲା ଏବଂ ସେହି ଦିନଠାରୁ ଏହି କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି । ଧରିତ୍ରୀ ବିଜ୍ଞାନ ମନ୍ତ୍ରଣାଳୟ ଜାତୀୟ ସ୍ୱାର୍ଥ ରକ୍ଷା ନିମନ୍ତେ ପ୍ରାଦ୍ଦ୍ୟୋଗିକୀ ବିକାଶ, ପୂର୍ବାନୁମାନ ସେବା, କ୍ଷେତ୍ରୀୟ ପ୍ରତିଷ୍ଠାନମାନ, ଅନ୍ୱେଷଣ, ସର୍ବେକ୍ଷଣ, ପ୍ରାଦ୍ଦ୍ୟୋଗିକୀ ପ୍ରଦର୍ଶନ ମାଧ୍ୟମରେ ସମୁଦ୍ର ବିଜ୍ଞାନ ଅନୁସନ୍ଧାନରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପ୍ରାପ୍ତ କରିଛି । ଆମର ମହାସାଗରଗୁଡ଼ିକର ନିରନ୍ତର ଅବଲୋକନ, ପ୍ରାଦ୍ଦ୍ୟୋଗିକ ବ୍ୟବସ୍ଥାର ବିକାଶ ତଥା ଆମର ସାମୁଦ୍ରିକ ସଂସାଧନ (ସଜୀବ ଓ ନିର୍ଜୀବ ଉଭୟ)କୁ ଉପଯୁକ୍ତ ଭାବେ ଉପଯୋଗ କରି ସେଥିର ସୁଫଳ ହାସଲ ଏବଂ ସମୁଦ୍ର ବିଜ୍ଞାନରେ ଅଗ୍ରଣୀ ଅନୁସନ୍ଧାନକୁ ପ୍ରୋତ୍ସାହନ ଦେବା ନିମନ୍ତେ - ଅନ୍ୱେଷୀ ସର୍ବେକ୍ଷଣଗୁଡ଼ିକଆଧାରେ ସଦାସର୍ବଦା ପୂର୍ବାନୁମାନ ଏବଂ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୁଦ୍ର ବିଜ୍ଞାନ ଅନୁସନ୍ଧାନ ଗତିବିଧିମାନକୁ ସାମିଲ କରି ଓ-ସ୍ମାର୍ଟ ଯୋଜନାମାନ ଲାଗୁ କରାଯାଉଛି ।

ଏହି ଯୋଜନାର ଗତିବିଧିମାନଙ୍କ ମାଧ୍ୟମରେ ଅନେକ ଉଲ୍ଲେଖନୀୟ ଉପଲବ୍ôଧ ପ୍ରାପ୍ତ କରାଯାଇଛି । ଭାରତ ମହାସାଗରର ଆବଣ୍ଟିତ କ୍ଷେତ୍ରରେ ଗଭୀର ସମୁଦ୍ରରେ ପଲି ମେଟାଲିକ ନୋଡୁଲ୍ସ (ପିଏମଏନ) ଏବଂ ଆଇଡ୍ରୋଥର୍ମାଲ ସଲ୍ଫାଇଡ଼ ଖନନ ଉପରେ ବ୍ୟାପକ ଅନୁସନ୍ଧାନ କରିବା ନିମନ୍ତେ ଅନ୍ତରାଷ୍ଟ୍ରୀୟ ସମୁଦ୍ର ଶଯ୍ୟା ପ୍ରାଧିକରଣ (ଆଇଏସଏ) ଏକ ଅଗ୍ରଣୀ ନିବେଶକ ଭାବେ ଭାରତକୁ ମାନ୍ୟତା ମିଳିବା ଏଥିରେ ସବୁଠାରୁ ବଡ଼ ଉପଲବ୍ôଧ ଭାବେ ବିବେଚନା କରାଯାଉଛି । ଲାକ୍ଷାଦ୍ୱୀପର ଦ୍ୱୀପଗୁଡ଼ିକର ନିମ୍ନ ତାପମାତ୍ରାର ଉପଯୋଗ କରି ସେଥିରୁ ଅଣଲବଣୀକରଣର ଉପଯୋଗ କରାଯାଇ ଅଣଲବଣୀକରଣ ସଂଯନ୍ତ୍ରର ସ୍ଥାପନା ନିମନ୍ତେ ପ୍ରାଦ୍ଦ୍ୟୋଗିକୀର ବିକାଶ ଘଟାଇବା ମଧ୍ୟ ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ସଫଳତା ଭାବେ ବିବେଚନା କରାଯାଉଛି । ଏହା ବ୍ୟତୀତ ଭାରତର ମହାସାଗର ସମ୍ବନ୍ଧୀୟ ଗତିବିଧିକୁ ଏବେ ଆର୍କ୍ଟିକ୍‍ ଠାରୁ ଆଣ୍ଟାର୍କଟିକ କ୍ଷେତ୍ର ପର୍ଯ୍ୟନ୍ତ ବିିସ୍ତାରିତ କରାଯାଇଛି ଯେଉଁଥିରେ ବୃହତ୍‍ ସାମୁଦ୍ରିକ ସ୍ଥଳୀ ସାମିଲ ଯାହା ଉପରେ ସତର୍କଦୃଷ୍ଟି ଇନ୍‍- ସିଟୁ ଏବଂ ଉପଗ୍ରହ ଆଧାରିତ ଅବଲୋକନ ମାଧ୍‍୍ରରେ କରାଯାଉଛି । ଭାରତରେ ଆନ୍ତଃ- ସରକାରୀ କ୍ଷେତ୍ରରେ ବୈଶ୍ୱିକ ମହାସାଗର ପ୍ରେକ୍ଷଣ ପ୍ରଣାଳୀ କେନ୍ଦ୍ର ଭାରତ ମହାସାଗର ଘଟକ କାର୍ଯ୍ୟାନ୍ୱୟନରେ ନେତୃତ୍ୱ ଭୂମିକା ଗ୍ରହଣ କରିଆସୁଛି ।

ଭାରତ ମହାସାଗରରେ ମୁରଡ଼ ଏବଂ ଡ଼୍ରିଫ୍ଟର୍ସ ଉଭୟ ପ୍ରକାର ପ୍ରେକ୍ଷଣ ନେଟୱାର୍କ ମାଧ୍ୟମରେ ସମୁଦ୍ର ବିଜ୍ଞାନ ଆୟୋଗକୁ ମୁତୟନ ଓ ଅନୁରକ୍ଷିତ କରାଯାଇଛି । ଏହି ପ୍ରେକ୍ଷଣ ନେଟୱାର୍କ ମାଛଧରାର ସମ୍ଭାବିତ ସ୍ଥାନ ଏବଂ ପ୍ରାକୃତିକ ତଟୀୟ ଆପଦା ଚେତାବନୀ ନିମନ୍ତେ ସାମୁଦ୍ରିକ ପୂର୍ବାନୁମାନ ସେବା ପ୍ରଦାନ କରିଆସୁଛି ଯାହା ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଆହୁରି ଅନେକ ରାଷ୍ଟ୍ରର ହିତଧାରକମାନଙ୍କ ନିମନ୍ତେ ଘୂର୍ଣ୍ଣିବାତ୍ୟା ଏବଂ ସୁନାମୀ ସହିତ ସଂଶ୍ଳିଷ୍ଟ ସାମୁଦ୍ରିକ ତୋଫାନର ଚେତାବନୀ ପ୍ରଦାନ କରିଆସୁଛି । ଭାରତ ଏବଂ ଭାରତ ମହାସାଗରର ତଟୀୟ ଦେଶମାନଙ୍କ ନିମନ୍ତେ ସେବା ପ୍ରଦାନ କରିବା ସକାଶେ ଆଇଏନସିଓଆଇଏସ, ହାଇଦ୍ରାବାଦରେ ସୁନାମୀ, ତୋଫାନର ଲହର ଭଳି ସାମୁଦ୍ରିକ ଆପଦାମାନଙ୍କ ସକାଶେ ଏକ ଅତ୍ୟାଧୁନିକ ତତ୍କାଳ ଚେତାବନୀ ପ୍ରଣାଳୀ ମଧ୍ୟ ସ୍ଥାପନ କରାଯାଇଛି ଯାହାକୁ ୟୁନେସ୍କୋ ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି । ଭାରତୀୟ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (ଇଇଜେଡ଼) ଏବଂ ଭାରତର ମହାଦ୍ୱିପୀୟ ସେଲ୍ଫରେ ସାମୁଦ୍ରିକ ସଂସାଧନ, ମହାସାଗର ସଂମ୍ବନ୍ଧୀତ ଚେତାବନୀ ସେବା, ନାଭିଗେସନ୍‍ ଆଦିକୁ ଚିହ୍ନିବା ନିମନ୍ତେ ରାଷ୍ଟ୍ରୀୟ ହିତକୁ ଧ୍ୟାନରେ ରଖି ବ୍ୟାପକ ସର୍ବେକ୍ଷଣ ଆୟୋଜିତ କରାଯାଇଛି । ସାମୁଦ୍ରିକ ଜୈବ ବିବିଧତାର ସଂରଣକ୍ଷ ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ ଇଇଜେଡ଼ ଏବଂ ଭାରତ ମହାସାଗରର ଗଭୀରତାଯୁକ୍ତ ସଂସାଧନର ମାନଚିତ୍ର ପ୍ରସ୍ତୁତ କରିବା ସହିତ ସାମୁଦ୍ରିକ ଇକୋ ସିଷ୍ଟମରେ ଜୀବିତ ସଂସାଧନର ମୂଲ୍ୟାଙ୍କନ ସାମିଲ । ମନ୍ତ୍ରାଳୟ ତଟରେଖା ପରିବର୍ତ୍ତନ ଏବଂ ସାମୁଦ୍ରିକ ଇକୋ ସିଷ୍ଟମ ସହିତ ଭାରତର ତଟବର୍ତ୍ତୀ ସମୁଦ୍ରର ସ୍ୱାସ୍ଥ୍ୟ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖିଆସୁଛି । ଓ- ସ୍ମାର୍ଟ ଏକ ବିବିଧ ବିଷୟକ ନିରବଚ୍ଛିନ୍ନ ଭାବେ କାର୍ଯ୍ୟକ୍ଷମ ଯୋଜନା ହୋଇଥିବାରୁ ଏହା ଏବେ ଜାରି ରହିଥିବା ବ୍ୟାପକ ଅନୁସନ୍ଧାନ ଏବଂ ପ୍ରାଦ୍ଦ୍ୟୋଗିକୀ ବିକାଶ ଗତିବିଧିମାନଙ୍କ ଦ୍ୱାରା ଅନ୍ତରାଷ୍ଟ୍ରୀୟ ସ୍ତରରେ ସମୁଦ୍ର ବିଜ୍ଞାନ କ୍ଷେତ୍ରରେ ରାଷ୍ଟ୍ରର କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇପାରିବ । ଚଳିତ ଦଶକକୁ ମିଳିତ ଜାତିସଂଘ (ୟୁଏନ) ପକ୍ଷରୁ ନିରନ୍ତର ବିକାଶ ନିମନ୍ତେ ସମୁଦ୍ର ବିଜ୍ଞାନର ଦଶକ ଭାବେ ଘୋଷଣା କରାଯାଇଛି ଏବଂ ଏହି ଯୋଜନାକୁ ଜାରି ରଖିବା ଦ୍ୱାରା ବୈଶ୍ୱିକ ସମୁଦ୍ର ବିଜ୍ଞାନ ଅନୁସନ୍ଧାନ ଏବଂ ପ୍ରାଦ୍ଦ୍ୟୋଗିକୀ ବିକାଶରେ ଆମର ଭିତ୍ତିଭୂମି ସୁଦୃଢ଼ ହେବା ସୁନିଶ୍ଚିତ । ଏହି ଯୋଜନାକୁ ଜାରି ରଖିବା ଦ୍ୱାରା ବିଶାଳ ମହାସାଗରୀୟ ସଂସାଧନକୁ ନିରନ୍ତର ଭାବେ ପ୍ରଭାବୀ ଢ଼ଙ୍ଗରେ ତଥା କୁଶଳତାର ସହିତ ଉପଯୋଗ କରିବା ଦ୍ୱାରା ନୀଳ ଅର୍ଥନୀତି ଉପରେ ରାଷ୍ଟ୍ରୀୟ ନୀତିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିପାରିବ । ଉପକୂଳବର୍ତ୍ତୀ କ୍ଷେତ୍ରର ଅନୁସନ୍ଧାନ ଏବଂ ସାମୁଦ୍ରିକ ଜୈବ ବିବିଧତା ସମ୍ବନ୍ଧୀୟ ଗତିବିଧି ମାଧ୍ୟମରେ ମହାସାଗରଗୁଡ଼ିକୁ, ସମୁଦ୍ରଗୁଡ଼ିକୁ ଏବଂ ସାମୁଦ୍ରିକ ସଂସାଧନର ସଂରକ୍ଷଣ ଏବଂ ନିରନ୍ତର ଉପଯୋଗ ନିମନ୍ତେ ମିଳିତ ଜାତିସଂଘର ନିରନ୍ତରବିକାଶ ଲକ୍ଷ୍ୟ- ୧୪କୁ ପ୍ରାପ୍ତ କରିବା ପ୍ରୟାସରେ ସାମିଲ କରାଯାଉଛି । ସାମୁଦ୍ରିକ ପର୍ଯ୍ୟାବରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ଏବଂ ଅନ୍ୟ କେତେକ କ୍ଷେତ୍ରକୁ ସୁଫଳ ପହଞ୍ଚାଇବାଭଳି ସାମୁଦ୍ରିକ ଚେତାବନୀ ସେବା ଓ ପ୍ରାଦ୍ଦ୍ୟୋଗିକୀ ମାଧ୍ୟମରେ ରାଷ୍ଟ୍ରୀୟ ସାମଗ୍ରିକ ଘରୋଇ ଉତ୍ପାଦରେ ଏହାର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଉପରେ ଗୁରୁତ୍ୱ ଆରୋପ କରାଯାଉଛି । ବିଶେଷ କରି ଭାରତର ତଟବର୍ତ୍ତୀ ରାଜ୍ୟମାନଙ୍କରେ ଏହାକୁ ନିରନ୍ତର ଜାରି ରଖାଯାଉଛି ।

ଆଗାମୀ ପାଞ୍ଚ ବର୍ଷ ( ୨୦୨୧-୨୬)ରେ ସାମୁଦ୍ରିକ କ୍ଷେତ୍ର ନିମନ୍ତେ ଅତ୍ୟାଧୁନିକ ପ୍ରାଦ୍ଦ୍ୟୋଗିକୀ ଉପଯୋଗ କରିବା, ବିଭିନ୍ନ ତଟୀୟ ହିତଧାରକମାନଙ୍କ ନିମନ୍ତେ ପୂର୍ବାନୁମାନ ଏବଂ ଚେତାବନୀ ସେବା ପ୍ରଦାନ କରିବା, ସାମୁଦ୍ରିକ ଜୀବନ ନିମନ୍ତେ ସଂରକ୍ଷଣ ରଣନୀତିକୁ ଦିଶା ପ୍ରଦାନ ଦ୍ୱାର ଜୈବ ବିବିଧତାକୁ ହୃଦୟଙ୍ଗମ କରିବା ତଥା ତଟୀୟ ପ୍ରକ୍ରିୟାକୁ ବୁଝିବା ଦିଗରେ ଜାରି ରହିଥିବା ଗତିବିଧିକୁ ମଜଭୁତ କରିବା ଲାଗି ଏହି ଯୋଜନାର ବ୍ୟାପକ ଯୋଗଦାନ ରହିବ ।  

*****

 

SS


(रिलीज़ आईडी: 1774932) आगंतुक पटल : 320
इस विज्ञप्ति को इन भाषाओं में पढ़ें: Telugu , Kannada , Malayalam , Tamil , English , Urdu , हिन्दी , Marathi , Manipuri , Bengali , Punjabi , Gujarati