ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ରେଳପ୍ରକଳ୍ପ ଲୋକାର୍ପିତ


ମଧ୍ୟପ୍ରଦେଶ, ଭୋପାଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ରେଳପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ

ଭୋପାଳରେ ରାଣୀ କମଳାପତି ପୁନର୍ବନ୍ୟାସ ରେଳଷ୍ଟେସକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ଉଜ୍ଜୟିନୀ ଓ ଇନ୍ଦୋର ମଧ୍ୟରେ ଦୁଇଟି ନୂତନ ମେମୁ ଟ୍ରେନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ

ରେଳପଥ ଦୋହରୀକରଣ ଓ ବିଦ୍ୟୁତୀକରଣ ଉଜ୍ଜୟନୀ-ଫତେହବାଦ ଚନ୍ଦ୍ରବତୀଗଞ୍ଜ ଓସାରିଆ ସେକ୍ସନ, ଭୋପାଳ-ବାରଖେରା ସେକ୍ସନର ତୃତୀୟ ଲାଇନ, ବିଦ୍ୟୁତୀକରଣ ଓ ଓସାରିଆ ମାଖେରା-ନିମାର ଖେରୀ ତୃତୀୟ ଲାଇନ, ବିଦୁତିକରଣ ଓ ଓସାରିଆ ମାଖେଲା-ନିମାଇ ଖେରୀ ସେକ୍ସନ, ଗୁନା-ଗୋଆଲିୟର ବିଦ୍ୟୁତିକରଣ ସେକ୍ସନ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ

“ଆଜିର ଘଟଣା ଗୌରବମୟ ଇତିହାସ ଓ ସମୃଦ୍ଧ ଆଧୁନିକ ଭାରତ ସଂଗମର ପ୍ରତୀକ”

“ଯେତେବେଳେ ଦେଶ ନିଷ୍ଠାପର ଭାବେ ସଂକଳ୍ପଗୁଡିକୁ ବାସ୍ତବରେ ପରିଣତ କରିବାକୁ ଚାହେଁ ସେତେବେଳେ ବିକାଶ ପରିବର୍ତନ ଘଟାଏ ଓ ଆମେ ଏହା ଗତ କିଛି ବର୍ଷ ହେବ ଦେଖି ଆସୁଛୁ”

“ଯେଉଁ ସୁବିଧା ଆଗରୁ କେବଳ ବିମାନଘାଟୀରେ ଉପଲବ୍ଧ ହେଉଥିଲା ତାହା ଆଜି ରେଳ ଷ୍ଟେସନରେ ମିଳୁଛି”

“ଆମେ ସୁନିଶ୍ଚିତ କରୁଛୁ ପ୍ରକଳ୍ପଗୁଡିକ ଯେପରି ବିଳମ୍ବିତ ନ ହୁଏ ବା ସେଥିରେ କୌଣସି ବାଧାବିଘ୍ନ ନ ଆସେ । ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ ଏହି ସଂକଳ୍ପ ବାସ୍ତବତାରେ ପରିଣତ ପାଇଁ ଦେଶକୁ ସାହାଯ୍ୟ କରିବ”

“ପ୍ର

Posted On: 15 NOV 2021 5:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୧୫-୧୧-୨୧) ମଧ୍ୟପ୍ରଦେଶର ଭୋପାଳଠାରେ ବିଭିନ୍ନ ରେଳପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ସେ ପୁନଃ ବିକଶିତ ରାଣୀ କମଳାପତି ରେଳଷ୍ଟେସନକୁ ମଧ୍ୟ ଭୋପାଳଠାରେ ଦେଶପାଇଁ ଉତ୍ସର୍ଗ କରିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ରେଳବାଇ ଦ୍ୱାରା ବିକଶିତ ଅନ୍ୟ କେତେକ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରିଛନ୍ତି । ସେଗୁଡିକ ମଧ୍ୟରେ ରେଳପଥ ପ୍ରଶସ୍ତିକରଣ ଓ ବିଦ୍ୟୁତିକରଣ ଉଜ୍ଜୟନୀ-ଫିତେହବାଦ-ଚନ୍ଦ୍ରବତୀଗଞ୍ଜ ଓସାରିଆ ସେକ୍ସନ, ଭୋପାଳ-ବାରଖେର ସେକ୍ସନ ତୃତୀୟ ଲାଇନ, ମାଥେଲା-ନିମାରଖେରୀ ରେଳପଥ ପ୍ରଶସ୍ତୀକରଣ ସେକ୍ସନ, ଗୁନା-ଗୋଆଲିୟର ବିଦ୍ୟୁତିକରଣ ସେକ୍ସନ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଉଜ୍ଜୟିନୀ-ଇନ୍ଦୋର ଏବଂ ଇନ୍ଦୋର-ଉଜ୍ଜୟିନୀ ମଧ୍ୟରେ ଦୁଇଟି ନୂତନ ମେମୁ ଟ୍ରେନ ଚଳାଚଳ ମଧ୍ୟ ଶୁଭାରମ୍ଭ କରିଥିଲେ । ମଧ୍ୟପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ ।

 ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନେପାଳର ଐତିହାସିକ ରେଳଷ୍ଟେସନର ନବକଳେବର କେବଳ ହୋଇନାହିଁ, ବରଂ ରାଣୀ କମଳପତିଜୀଙ୍କ ନାମରେ ନାମିତ ହୋଇ ଏହାର ଗୁରୁତ୍ୱ ଆହୁରି ବଢିଯାଇଛି । ଆଜି ଭାରତୀୟ ରେଳବାଇର ଗର୍ବ ଗଣ୍ଡୱାନାର ଗର୍ବ ସହ ମିଶିଯାଇଛି । ଆଧୁନିକ ରେଳ ପ୍ରକଳ୍ପଗୁଡିକର ଲୋକାର୍ପଣ ଗୌରବମୟ ଇତିହାସ ଓ ସମୃଦ୍ଧ ଭାରତୀୟ ଭବିଷ୍ୟତରେ ଏକ ସଂଗମ ଘଟିଛି । ସେ ମଧ୍ୟ ଜନଜାତୀୟ ଗୌରବ ଦିବସ ଅବସରରେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତିଏହି ପ୍ରକଳ୍ପଗୁଡିକ ମଧ୍ୟ ପ୍ରଦେଶବାସୀଙ୍କୁ ଅନେକ ସୁବିଧା ଦେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଭାରତୀୟ ରେଳବାଇର କିପରି  ପରିବର୍ତ୍ତନ ଘଟୁଛି ସେ ସ୍ୱପ୍ନ କିପରି ସତ୍ୟରେ ପରିଣତ ହେଉଛି  ରେଳବାଇ ତାହାର ଦୃଷ୍ଟାନ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଛଅ ସାତବର୍ଷ ଆଗକୁ ଯିଏ ବି ରେଳବାଇ ସହ ସମ୍ପର୍କରେ ଆସୁଥିଲା, ତାକୁ ଅଭିଶାପ ଦେଉଥିଲା । ପରିସ୍ଥିତି ଯେ ବଦଳିବ ଜନସାଧାରଣ ସେ ଆଶା ଛାଡି ଦେଉଥିଲେ । ମାତ୍ର ଦେଶ ଯେତେବେଳେ ନିଷ୍ଠାପର ଭାବେ ସଂକଳ୍ପଗୁଡିକୁ ବାସ୍ତବ ରୂପ ଦେବା ପାଇଁ ବସେ ଯେତେବେଳେ ଉନ୍ନତି ଆସି ପରିବର୍ତ୍ତନ ଘଟେ । ଯାହା ଆମେ ଗତ କିଛିବର୍ଷ ମଧ୍ୟରେ ଦେଖି ଆସୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶର ପ୍ରଥମ ଆଇଏସ୍‌ଓ ପ୍ରମାଣିତ ତଥା ପ୍ରଥମ ପିପିପି  ମଡେଲ ରେଳଷ୍ଟେସନ ଯଥା ରାଣୀ କମଳାପତି ରେଳଷ୍ଟେସନ ଦେଶ ପାଇଁ ଲୋକାର୍ପିତ ହୋଇଛି । ଯେଉଁ ସୁବିଧା ସୁଯୋଗ କେବଳ ବିମାନବନ୍ଦରରେ ମିଳୁଥିଲା  ତାହା ଏବେ ରେଳଷ୍ଟେସନରେ ଉପଲବ୍ଧ ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତ କେବଳ ରେକର୍ଡ ପୁଞ୍ଜିବିନିଯୋଗ ଆଧୁନିକ ଭିତ୍ତିଭୂମି କ୍ଷେତ୍ରରେ କରୁନାହିଁ ଯେପରି ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ନ ହେବ ତାହା ମଧ୍ୟ ସୁନିଶ୍ଚିତ  କରୁଛି । ନିକଟରେ ଆରମ୍ଭ କରାଯାଇଥିବା ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଏହି ସଂକଳ୍ପଗୁଡିକୁ ସାକାର କରିବାରେ ବେଶ୍ ସହାୟକ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିନ ଥିଲା ଯେତେବେଳେ ରେଳବାଇ ଭିତ୍ତିଭୂମି ପ୍ରକଳ୍ପର ଚିଠା ଡ୍ରଇଁବୋର୍ଡରୁ ଭୂମିକୁ ଆସିବାକୁ ବର୍ଷ ବର୍ଷ ଲାଗି ଯାଉଥିଲା । ଆଜି କିନ୍ତୁ ଭାରତୀୟ ରେଳବାଇ ନୂତନ ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବା ସହ ଠିକ୍ ସମୟ ସୀମା ମଧ୍ୟରେ ମଧ୍ୟ ସମ୍ପୂର୍ଣ୍ଣ କରୁଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ରେଳବାଇ ଆଜି କେବଳ ଦୂରତ୍ୱକୁ ସଂଯୋଗ କରୁନାହିଁ, ବରଂ ଏହା ଦେଶର ସଂସ୍କୃତି, ପର୍ଯ୍ୟଟନ, ଓ ତୀର୍ଥଯାତ୍ରାକୁ ମଧ୍ୟ ସଂଯୋଗ କରୁଛି । ସ୍ୱାଧୀନତାର ଅନେକ ଯୁଗ ପରେ ପ୍ରଥମ ଥର ପାଇଁ ଭାରତୀୟ ରେଳବାଇର ଏହି ସାମର୍ଥ୍ୟକୁ ବିସ୍ତୃତଭାବେ ଅନୁଧ୍ୟାନ କରାଯାଉଛି । ପୂର୍ବରୁ ରେଳବାଇକୁ ଯଦିଓ ପର୍ଯ୍ୟଟନ ପାଇଁ ବ୍ୟବହାର କରାଯାଉଥିଲା ଏହା କେବଳ ଖୁବ୍ ସୀମିତ ଥିଲା । ମାତ୍ର ପ୍ରଥମ ଥର ନିମନ୍ତେ ସାଧାରଣ ନାଗରିକ ପର୍ଯ୍ୟଟନ ଓ ତୀର୍ଥଯାତ୍ରାର ଆଧ୍ୟାତ୍ମିକ ଅଭିଜ୍ଞତା ହାସଲ କରୁଛି ଖୁବ୍ ସ୍ପଳ୍ପ ଖର୍ଚ୍ଚରେ ରାମାୟଣ ସର୍କିଟ ଟ୍ରେନଏ ଦିଗରେ ଅଭିନବ ପଦକ୍ଷେପ  ।

 ପରିବର୍ତ୍ତନର ଏହି ଆହ୍ୱାନକୁ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ରେଳବାଇକୁ ସାଧୁବାଦ ଜଣାଇଥିଲେ ।

 

*****

SM /SLP



(Release ID: 1772227) Visitor Counter : 163