ଅର୍ଥ ମନ୍ତ୍ରଣାଳୟ
ଆସନ୍ତା ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ କେନ୍ଦ୍ରଶାସିତ ଅଞ୍ଚଳ ଉପରାଜ୍ୟପାଳ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଆଲୋଚନା
Posted On:
12 NOV 2021 4:25PM by PIB Bhubaneshwar
ଆସନ୍ତା ୧୫, ୨୦୨୧ (ସୋମବାର) ଦିନ କେନ୍ଦ୍ର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପ ରାଜ୍ୟପାଳମାନଙ୍କ ସହ ଭର୍ଚୁଆଲ ସମ୍ମିଳନୀରେ ଆଲୋଚନା କରିବେ ।
ଭାରତ ସରକାରଙ୍କ ସଚିବ, ବିଭାଗୀୟ ମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଅର୍ଥ ସଚିବ ମଧ୍ୟ ଏଥିରେ ଯୋଗଦେବେ ।
କୋଭିଡ-୧୯ ଯୋଗୁଁ ଅଭିବୃଦ୍ଧି ହ୍ରାସ ପାଇଥିଲା । ମାତ୍ର ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପରେ ଅର୍ଥନୀତି ପୁଣି ତାର ଗତି ଧରିବା ସହ ଏହାର ଉନ୍ନତି ଘଟିଛି । ଏକାଧିକ ଆର୍ଥିକ ସୂଚୀ ବୈଶ୍ୱିକ ମହାମାରୀ ପୂର୍ବାବସ୍ଥାକୁ ସୂଚାଉଛି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ) ଓ ବିଶ୍ୱ ବ୍ୟାଙ୍କର ଆକଳନ ଅନୁସାରେ ଜିଡିପି ଅଭିବୃଦ୍ଧି ଶତକଡା ୯.୫ ଓ ୮.୩ ପ୍ରତିଶତ ଏକ ଦୃତ ଅଭିବୃଦ୍ଧିମୁଖୀ ଅର୍ଥନୀତି ବିବେଚନା କରୁଛି ।
ନିବେଶକ ଚିନ୍ତାଧାରା ଠିକ୍ ଥିବାବେଳେ, ଗତି ଧରିଥିବା ଆର୍ଥିକ ଧାରାକୁ ଆଗେଇ ନେବାର ଆବଶ୍ୟକତା ରହିଛି। ୨୦୨୧-୨୨ଆର୍ଥିକ ବର୍ଷର ପ୍ରଥମ ଚାରିମାସ ମଧ୍ୟରେ ୬୪ ବିଲିୟନ ଡଲାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ହୋଇଛି । ୨୦୨୧-୨୨କେନ୍ଦ୍ରୀୟ ବଜେଟରେ ମଧ୍ୟ ବିଦେଶୀ ପୁଞ୍ଜି ଆଗମନ ପାଇଁ ଅନେକ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।
ଅର୍ଥମନ୍ତ୍ରୀ ଦେଶର ଏକ ମିଳିତ ଅଭିବୃଦ୍ଧି ଲକ୍ଷ୍ୟ ନେଇ ପୁଞ୍ଜିନିବେଶ ବାତାବରଣ ସଂକ୍ରାନ୍ତରେ ଏକ ପୁଙ୍ଖାନୁପୁଙ୍ଖ ଆଲୋଚନା ଚାହୁଁଛନ୍ତି । ଏହି ପ୍ରସ୍ତାବିତ ମତ ବିନିମୟ ଯୋଗୁଁ ଏକ ନୀତି ନିର୍ଦ୍ଧାରଣର ମଧ୍ୟ ଅବକାଶ ଜୁଟିବ, ଯାହା ଦ୍ୱାରା ଏକ ପୁଞ୍ଜିନିବେଶ ଭିତ୍ତିକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହେବ । ବ୍ୟାବସାୟିକ ସୁବିଧା ସୁଯୋଗ, ସଂସ୍କାର, ନିବେଶକ ମନୋବୃତ୍ତି ସହରାଞ୍ଚଳ ସ୍ଥାନୀୟ ପରିଷଦ କ୍ଷେତ୍ର ପର୍ଯ୍ୟନ୍ତ ଅନୁମୋଦନ ଓ ଅନୁମତି ପ୍ରଦାନ ଦ୍ୱାରା ଏହା କରିହେବ ।
ରାଜ୍ୟମାନେ ପୁଞ୍ଜିନିବେଶ ବାତାବରଣ ଅନୁକୂଳ ବ୍ୟବସ୍ଥାରେ ସୁଧାର ପାଇଁ ସେମାନଙ୍କ ମତାମତ ଦେଲେ ଏହାକୁ ଉପଯୋଗ କରି ଦେଶକୁ ଏକ ଦ୍ରୁତ ଅଭିବୃଦ୍ଧିମୂଳକ ଅର୍ଥବ୍ୟବସ୍ଥା ଆଡକୁ ନେଇ ହେବ।
*****
SM / SLP
(Release ID: 1771342)
Visitor Counter : 170