ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୟନ୍ତୀ ଅବସରରେ ଓନାକେ ଓବାଭାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 11 NOV 2021 9:15AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମହାନ କନ୍ନଡ ମହିଳା ଯୋଦ୍ଧା ଓନାକେ ଓବାଭାଙ୍କୁ ତାଙ୍କ ଜୟନ୍ତୀର ବିଶେଷ ଅବସରରେ ନମନ କରିଛନ୍ତି ନାରୀ ଶକ୍ତିର ପ୍ରତୀକ ଭାବେ ଓନାକେ ଓବାଭା ଆମକୁ ପ୍ରେରିତ କରନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଜୟନ୍ତୀର ବିଶେଷ ଅବସରରେ ବୀରାଙ୍ଗନା ଓନାକେ ଓବାଭାଙ୍କୁ ନମନ କରୁଛି । ଯେଉଁ ବୀରତ୍ୱର ସହ ସେ ନିଜ ଲୋକ ଓ ସଂସ୍କୃତିର ସୁରକ୍ଷା ପାଇଁ ଲଢେଇ କରିଥିଲେ ତାହା କେହି ଭୁଲି ପାରିବେ ନାହିଁ । ନାରୀ ଶକ୍ତିର ପ୍ରତୀକ ଭାବେ ସେ ଆମକୁ ପ୍ରେରିତ କରନ୍ତି ।” 

SR


(रिलीज़ आईडी: 1770948) आगंतुक पटल : 224
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam