ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

୫୨ତମ ଆଇଏଫଏଫଆଇ, ୨ଠ୨୧ ନିମନ୍ତେ ଭାରତୀୟ ପେନୋରମାର ଆଧିକାରିକ ଚୟନର ଘୋଷଣା


ଭାରତୀୟ ଫିଚର ଫିଲ୍ମ ବିଭାଗର ଉଦଘାଟନ ‘ସେମଖୋର’ (ଦିମାସା)ରେ ହେବ

ରାଜୀବ ପ୍ରକାଶଙ୍କ ଦ୍ୱାରା ନିର୍ଦେଶିତ ‘ୱେଦ... ଦ... ଭିଜନାରୀ’ରୁ ଭାରତୀୟ ଅଣ-ଫିଚର ଫିଲ୍ମ ବିଭାଗ ଉଦଘାଟନ ହେବ

ଆଇଏଫଏଫଆଇ ସମୟରେ ୨୪ ଫିଚର ଫିଲ୍ମ ଏବଂ ୨ଠ ଅଣ-ଫିଚର ଫିଲ୍ମ ପ୍ରଦର୍ଶିତ କରାଯିବ

Posted On: 06 NOV 2021 11:19AM by PIB Bhubaneshwar

ଭାରତୀୟ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବ (ଆଇଏଫଏଫଆଇ) ଗୋଆ ଠାରେ ନିଜର ୫୨ତମ ସଂସ୍କରଣ ସମୟରେ ଭାରତୀୟ ପେନୋରମା ବିଭାଗରେ ପ୍ରଦର୍ଶିତ କରାଯିବାକୁ ଥିବା ଚଳଚ୍ଚିତ୍ର ଚୟନର ଘୋଷଣା କରାଯାଇଛି ।

ଏହି ମହୋତ୍ସବର ଆୟୋଜନ ଭାରତର ଫିଲ୍ମ ସମାରୋହ ନିର୍ଦେଶାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଗୋଆ ରାଜ୍ୟ ସରକାରଙ୍କ ସହଯୋଗରେ ୨ଠରୁ ୨୮ ନଭେମ୍ବର, ୨ଠ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଯାଉଛି । ମହୋତ୍ସବ ପାଇଁ ପଞ୍ଜିକରଣ କରାଇବାକୁ ଥିବା ସବୁ ଦର୍ଶକ ଚୟନ କରାଯାଇଥିବା ଫିଲ୍ମଗୁଡ଼ିକର ଆନନ୍ଦ ନେଇପାରିବେ । ଗୋଆ ଠାରେ ୯ଦିନ ବ୍ୟାପି ଚାଲିବାକୁ ଥିବା ଚଳଚ୍ଚିତ୍ର ମହୋତ୍ସବ ସମୟରେ ସମସ୍ତ ପଞ୍ଜିକୃତ ପ୍ରତିନିଧି ତଥା ଚୟନ କରାଯାଇଥିବା ଚଳଚ୍ଚିତ୍ରଗୁଡ଼ିକର ପ୍ରତିନିଧି ଏବଂ ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଉପସ୍ଥିତ ରହିବେ ।

ଭାରତୀୟ ପେନୋରମାର ପ୍ରାଥମିକ ଉଦେଶ୍ୟ ହେଉଛି ବିଭିନ୍ନ ଶ୍ରେଣୀ ଅନ୍ତର୍ଗତ ଏହି ଚଳଚ୍ଚିତ୍ରଗୁଡ଼ିକର ଅଣ-ଲାଭକାରୀ ସ୍କ୍ରିନିଂ ମାଧ୍ୟମରେ ଚଳଚ୍ଚିତ୍ର କଳାକୁ ପ୍ରୋତ୍ସାହନ ଦେବା ପାଇଁ ସିନେମା ଦୃଷ୍ଟିକୋଣ, ବିଷୟ ଦୃଷ୍ଟିକୋଣ ଏବଂ ସୌନ୍ଦର୍ଯ୍ୟବୋଧ ଫିଚର ଏବଂ ଅଣ-ଫିଚର ଚଳଚ୍ଚିତ୍ରର ଚୟନ କରିବା । ପ୍ରତିଷ୍ଠା ହେବା ପରଠାରୁ ଭାରତୀୟ ପେନୋରମା ବର୍ଷର ସର୍ବଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ ରହିଆସିଛି ।

ଚଳଚ୍ଚିତ୍ରଗୁଡ଼ିକର ଚୟନ କରିବାକୁ ଥିବା ବିଚାରକମଣ୍ଡଳୀରେ ଭାରତୀୟ ସିନେମା ଜଗତର ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଏବଂ ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାରମାନେ ସାମିଲ ଥିଲେ । ଫିଚର ଏବଂ ଅନ୍ୟ-ଫିଚର ଦୁଇଟିଯାକ ବିଭାଗରେ ପ୍ରତିଷ୍ଠିତ ଜୁରୀ ନିଜର ବ୍ୟକ୍ତିଗତ ବିଶେଷଜ୍ଞତାର ଉପଯୋଗ କରନ୍ତି ଏବଂ ଆପୋଷ ସହମତି ସହିତ ସମାନ ଯୋଗଦାନ ଦିଅନ୍ତି । ଯଦ୍ୱାରା ଭାରତୀୟ ପେନୋରମା ପାଇଁ ଚଳଚ୍ଚିତ୍ରଗୁଡ଼ିକର ଚୟନ ହୋଇଥାଏ ।

 

ଫିଚର ଫିଲ୍ମ

ଆଇଏଫଏଫଆଇ ସମୟରେ ପ୍ରଦର୍ଶିତ କରିବା ପାଇଁ ୨୪ଟି ଫିଚର ଚଳଚ୍ଚିତ୍ରର ଚୟନ କରାଯାଇଛି । ୨୨୧ ସମକାଳୀନ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକର ବିସ୍ତୃତ ପୁଲରୁ ଚୟନ କରାଯାଇ ଫିଚର ଚଳଚ୍ଚିତ୍ରର ପ୍ୟାକେଜ ଭାରତୀୟ ଚଳଚ୍ଚିତ୍ର ଉଦ୍ୟୋଗର ଜୀବନ୍ତତା ଏବଂ ବିବିଧତାକୁ ଦର୍ଶାଇଥାଏ ।

୧୩ ଜଣ ସଦସ୍ୟ ଥିବା ଫିଚର ଚଳଚ୍ଚିତ୍ର ଜୁ୍ରୀର ଅଧ୍ୟକ୍ଷତା ପ୍ରଶଂସିତ ଫିଲ୍ମ ନିର୍ମାତା ଏବଂ ଅଭିନେତା, ଶ୍ରୀ ଏସବି ରାଜେନ୍ଦ୍ର ସିଂହ ବାବୁ କରିଥିଲେ । ଶ୍ରୀ ଏସବି ରାଜେନ୍ଦ୍ରଙ୍କ ବ୍ୟତୀତ ଫିଚର ଜୁ୍ୟରୀଙ୍କ ମଧ୍ୟରେ ନିମ୍ନଲିଖିତ ସଦସ୍ୟ ଥିଲେ, ଯେଉଁମାନେ ବ୍ୟକ୍ତିଗତ ଭାବରେ ବିଭିନ୍ନ ପ୍ରଶଂସିତ ଚଳଚ୍ଚିତ୍ର, ଚଳଚ୍ଚିତ୍ର ଅନୁଷ୍ଠାନ ଏବଂ ନିଜ ବୃତ୍ତିର ପ୍ରତିନିଧିତ୍ୱ କରନ୍ତି, ଏତଦବ୍ୟତୀତ ସାମୁହିକ ଭାବରେ ମଧ୍ୟ ଭାରତୀୟ ଚଳଚ୍ଚିତ୍ର ନିର୍ମାଣରେ ନିୟୋଜିତ ଥିବା ବିଭିନ୍ନ ଗୋଷ୍ଠୀଙ୍କର ପ୍ରତିନିଧିତ୍ୱ ମଧ୍ୟ କରିଥାନ୍ତି:

୧. ଶ୍ରୀ ରାଜେନ୍ଦ୍ର ହେଗଡେ, ଅଡିଓଗ୍ରାଫର

୨. ଶ୍ରୀ ମଖୋନମଣି ମୋଙ୍ଗସାବା, ଚଳଚ୍ଚିତ୍ର ନିର୍ମାତା

୩. ଶ୍ରୀ ବିନୋଦ ଅନୁପମା, ଚଳଚ୍ଚିତ୍ର ସମୀକ୍ଷକ

୪. ଜୟଶ୍ରୀ ଭଟ୍ଟାଚାର୍ଯ୍ୟ, ଚଳଚ୍ଚିତ୍ର ନିର୍ମାତା

୫. ଶ୍ରୀ ଜ୍ଞାନ ସହାୟ, ଛାୟାକାର

୬. ଶ୍ରୀ ପ୍ରଶାଂତନୁ ମହାପାତ୍ର, ଛାୟାକାର

୭. ଶ୍ରୀ ହେମନ୍ଦ୍ର ଭଟ୍ଟିୟା, ଅଭିନେତା / ଲେଖକ / ଚଳଚ୍ଚିତ୍ର ନିର୍ମାତା

୮. ଶ୍ରୀ ଅସୀମ ବୋଷ, ଛାୟାକାର

୯. ଶ୍ରୀ ପ୍ରମୋଦ ପୱାର, ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା

୧ଠ. ଶ୍ରୀ ମଞ୍ଜୁନାଥ ପିଏସ, ଛାୟାକାର

୧୧. ଶ୍ରୀ ମଳୟ ରେ, ଚଳଚ୍ଚିତ୍ର ନିର୍ମାତା

୧୨. ଶ୍ରୀ ପରାଗ ଚପେକର, ଚଳଚ୍ଚିତ୍ର ନିର୍ମାତା / ସାମ୍ବାଦିକ

ଭାରତୀୟ ପେନୋରମା ୨ଠ୨୧ରେ ଚୟନ କରାଯାଇଥିବା ଫିଚର ଚଳଚ୍ଚିତ୍ରର ସୂଚୀ ଏହି ପ୍ରକାର ରହିଛି:

କ୍ର.ସଂ  ଚଳଚ୍ଚିତ୍ରର ଶୀର୍ଷକ                          ଭାଷା                      ନିର୍ଦେଶକ

୧      କକ୍ଲୋକଖୋ                                 ବଙ୍ଗଳା                     ରାଜଦୀପ ପାଲ ଏବଂ ଶର୍ମିଷ୍ଠା ମୋତି

୨      ନିତିନତୋଇ ସହଜ ସରଳ                ବଙ୍ଗଳା                     ସତ୍ରାବିତ ପାଲ

୩      ଅଭିଯାନ                                     ବଙ୍ଗଳା                     ପରମବ୍ରହ୍ମ ଚଟୋପାଧ୍ୟାୟ

୪      ମଣିକବାବର ମେଘ                        ବଙ୍ଗଳା                     ଅଭିନନ୍ଦନ ବନର୍ଜୀ

୫      ସିଜୋ                                          ବୋଡ଼ୋ                   ବିଶାଳ ପି ଚାଲିହା

୬      ସେମଖୋର                                  ଦିମାସା                     ଏମି ବରୁଆ

୭      ଟ୍ୱେଣ୍ଟି ଫାଷ୍ଟ ଟିଫିନ                         ଗୁଜୁରାଟି                  ୱିଜୟଗିରୀ ବାୱା

୮      ଏଟ ଡାଉନ ତୁଫାନ ମେଲ               ହିନ୍ଦି                        ଆକୃତି ସିଂହ

୯      ଅଲ୍ୱା ବିଟା ଗାମା                           ହିନ୍ଦି                        ଶଙ୍କର ଶ୍ରୀକୁମାର

୧ଠ    ଡୋଲୁ                                         କନ୍ନଡ଼                      ସାଗର ପୁରାଣିକ

୧୧    ତଲେନ୍ଦଦା                                    କନ୍ନଡ଼                      ପ୍ରବୀଣ କୃପାକର

୧୨    ଆକ୍ଟ-୧୯୭୮                               କନ୍ନଡ଼                      ମଂଜୁନାଥ ଏସ (ମଂସୁର)

୧୩    ନିଲ୍ ହକ୍କି                                     କନ୍ନଡ଼                      ଗଣେଶ ହେଗଡ଼େ

୧୪    ନିରାୟ ଥଥକଲୁଲ୍ଲା                         ମାଲାୟାଲମ             ଜୟରାଜ

୧୫    ସନି                                            ମାଲାୟାଲମ             ରଂଜୀତ ଶଙ୍କର

୧୬    ମି ବସନ୍ତରାଓ                                ମରାଠୀ                     ନିପୁଣ ଅବିନାଶ ଧର୍ମାଧିକାରୀ

୧୭    ବିଟରସ୍ୱୀଟ                                   ମରାଠୀ                   ଅନନ୍ତ ନାରାୟଣ ମହାଦେବନ

୧୮    ଗୋଦାବରୀ                                  ମରାଠୀ                   ନିଖଲ ମହାଜନ

୧୯    ଫୁ୍ୟନରଲ                                   ମରାଠୀ                     ବିବେକ ରାଜେନ୍ଦ୍ର ଦୁବେ

୨ଠ    ନିବାସ                                         ମରାଠୀ                     ମେହୁଲ ଅଗଜା

୨୧    ବୁମବା ରାଇଡ                               ମିଶିଂଗ                     ବିଶ୍ୱଜିତ ବୋରା

୨୨    ଭଗୱତଜ୍ଜୁକମ                                ସଂସ୍କୃତ                     ଯଦୁ ବିଜୟ କୃଷ୍ଣନ

୨୩    କୋଝଂଗାଲ                                  ତାମିଲ                     ବିନୋଦରାଜ ପି ଏସ

୨୪    ନାଟ୍ୟମ                                       ତେଲୁଗୁ                   ରେବଂତ କୁମାର କୋରୁ କୋଁଣ୍ଡା

 

ଜୁରୀ ଭାରତୀୟ ପେନୋରମା ୨ଠ୨୧ର ଫିଚର ଚଳଚ୍ଚିତ୍ର ଭାଗର ଉଦଘାଟନ ପାଇଁ ସୁଶ୍ରୀ ଏମି ବରୁଆଙ୍କ ଦ୍ୱାରା ନିର୍ଦେଶିତ ଚଳଚ୍ଚିତ୍ର ସେମଖୋର’ (ଦିମାସା)ର ଚୟନ କରିଛନ୍ତି ।

 

ଅଣ-ଫିଚର ଚଳଚ୍ଚିତ୍ର

ଭାରତୀୟ ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବର ଭାରତୀୟ ପେନୋରମାରେ ଭାରତୀୟ ଫିଲ୍ମ ଉଦ୍ୟୋଗର ଅଣ-ଫିଚର ବର୍ଗସହ ଜଡ଼ିତ ପ୍ରଖ୍ୟାତ ଜୁରୀ ସଦସ୍ୟମାନଙ୍କ ଦ୍ୱାରା ଚୟନିତ ସାମାଜିକ ଏବଂ ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ ଜୀବନ୍ତ ଅଣ-ଫିଚର ଚଳଚ୍ଚିତ୍ରର ଏକ ସମକାଳୀନ ପ୍ୟାକେଜ ସାମିଲ ହୋଇଛି ।

ସାତଜଣ ସଦସ୍ୟବିଶିଷ୍ଟ ଅଣ-ଫିଚର ଜୁରୀର ନେତୃତ୍ୱ ପ୍ରଶଂସିତ ବୃତ୍ତଚିତ୍ର ଚଳଚ୍ଚିତ୍ର ନିର୍ମାତା ଶ୍ରୀ ଏସ. ନଲ୍ଲାମୁଥୁ କରିଥିଲେ । ତାଙ୍କ ବ୍ୟତୀତ ଜୁରୀରେ ନିମ୍ନଲିଖିତ ସଦସ୍ୟ ଥିଲେ:

୧.     ଶ୍ରୀ ଆକାଶାଦିତ୍ୟ ଲାମା, ଚଳଚ୍ଚିତ୍ର ନିର୍ମାତା

୨.     ଶ୍ରୀ ସିବାନୁ ବୋରା, ବୃତ୍ତିଚିତ୍ର ନିର୍ମାତା

୩.     ଶ୍ରୀ ସୁରେଶ ଶର୍ମା, ଚଳଚ୍ଚିତ୍ର ନିର୍ମାତା

୪.     ଶ୍ରୀ ସୁବ୍ରତ ଜ୍ୟୋତି ନିୟୋଗ, ଚଳଚ୍ଚିତ୍ର ସମୀକ୍ଷକ

୫.     ସୁଶ୍ରୀ ମନୀଷା କୁଲଶ୍ରେଷ୍ଠ, ଲେଖିକା

୬.     ଶ୍ରୀ ଅତୁଲ ଗଂଗୱାର, ଲେଖକ

୨ଠ୩ ସମସାମୟିକ ଭାରତୀୟ ଅଣ-ଫିଚର ଚଳଚ୍ଚିତ୍ରର ବିଭିନ୍ନ ପୁଲରୁ ଚୟନିତ ଚଳଚ୍ଚିତ୍ରର ପ୍ୟାକେଜ ଆମର ଉଦୀୟମାନ ଏବଂ ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ମାତାଙ୍କ ସମସାମୟିକ ଭାରତୀୟ ମୂଲ୍ୟକୁ ପ୍ରଦର୍ଶିତ କରିବା, ସେଗୁଡ଼ିକର ସମୀକ୍ଷା କରିବା, ମନୋରଞ୍ଜନ କରିବା ଏବଂ ତାସହିତ ସେଗୁଡ଼ିକୁ ପ୍ରତିବିମ୍ବିତ କରିବାର କ୍ଷମତାକୁ ପ୍ରଦର୍ଶିତ କରିଥାଏ ।

ଆଇଏଫଏଫଆଇ ସମୟରେ ପ୍ରଦର୍ଶିତ ହେବାକୁଥିବା ମୋଟ ୨ଠଟି ଅଣ-ଫିଚର ଚଳଚ୍ଚିତ୍ର ଚୟନ କରାଯାଇଛି । ଭାରତୀୟ ପେନୋରମା ୨ଠ୨୧ ପାଇଁ ଚୟନିତ ୨ଠଟି ଅଣ-ଫିଚର ଚଳଚ୍ଚିତ୍ରର ସୂଚୀ ନିମ୍ନ ପ୍ରକାରର ଅଟେ:

କ୍ର.ସଂ  ଚଳଚ୍ଚିତ୍ରର ଶୀର୍ଷକ                          ଭାଷା                      ନିର୍ଦେଶକ

୧      ବିରାଂଗନା                                    ଅସାମିୟା                କିଶୋର କଲିତା

୨      ନାଦ- ଦ ସାଉଣ୍ଡ                            ବଙ୍ଗଳା                     ଅଭିଜିତ୍ ଏ. ପାଲ

୩      ସେନବାରୀ ଟୁ ସଂଦେଶଖାଲି             ବଙ୍ଗଳା                     ସଂଘମିତ୍ରା ଚୌଧୁରୀ

୪      ବାଦଲ ସରକାର ଆଣ୍ଡ                     ଇଂରାଜୀ                  ଅଶୋକ ବିଶ୍ୱନାଥନ

          ଦ ଅଲଟରନେଟିଭି ଥିଏଟର

୫      ୱେଦ... ଦ ଭିଜନରୀ                        ଇଂରାଜୀ                  ରାଜୀବ ପ୍ରକାଶ

୬      ଓର ମାଉଣ୍ଟିଙ୍ଗ ଚ୍ୟାଲେଞ୍ଜଜ               ଇଂରାଜୀ                  ସତୀଶ ପାଣ୍ଡେ

୭      ଓୁନପତ                                       ଗଢ଼ୱାଲ                  ରାହୁଲ ରାୱତ

୮      ଦ ସ୍ପେଲ ଅଫ ପର୍ପଲ                      ଗୁଜୁରାଟି                  ପ୍ରାଚୀ ବଜନିୟା

୯      ଭାରତ ପ୍ରକୃତ କା ବାଲକ                 ହିନ୍ଦି                        ଡା. ଦୀପିକା କୋଠାରୀ ଏବଂ ରାମଜୀ ଓମ

୧ଠ    ତିନ ଅଧ୍ୟାୟ                                  ହିନ୍ଦି                        ସୁଭାସ ସାହୁ

୧୧    ଇବଲୁ ବେବୀଲୋନ ସେ                 ହିନ୍ଦି                        ଅଭିଜିତ ସାରଥୀ

୧୨    ଦ ନାଂକର                                    ହିନ୍ଦି                        ଅନନ୍ତ ନାରାୟଣ ମହାଦେବନ

୧୩    ଗଙ୍ଗା-ପୁତ୍ର                                    ହିନ୍ଦି                        ଜୟ ପ୍ରକାଶ

୧୪    ଗଜରା                                         ହିନ୍ଦି                        ବିନିତ ଶର୍ମା

୧୫    ଜୁଗଲ ବନ୍ଦୀ                                  ହିନ୍ଦି                        ଚେତନ ଭାକୁନି

୧୬    ପବୁଂଗ ଶ୍ୟାମ                                ମଣିପୁରୀ                 ହାଓବମ ପବନ କୁମାର

୧୭    ଉରମର୍ସ ଅଫ ଦ ଜଙ୍ଗଲ                  ମରାଠୀ                     ସାହିଲ ବୈଦ

୧୮    ବ୍ୟାକଷ୍ଟେଜ                                   ଓଡ଼ିଆ                     ଲିପିକା ସିଂହ ଦରାଇ

୧୯    ବିଚ                                            ସାନ୍ତାଳି                     ଜ୍ୟାକି ଆର କାଲା

୨ଠ    ସ୍ୱିଟ ବିରୟାନୀ                               ତାମିଲ                     ଜୟଚନ୍ଦ୍ର ହାଶମୀ

ଜୁରୀ ଭାରତୀୟ ପେନୋରମା ୨ଠ୨୧ର ଅଣ-ଫିଚର ଚଳଚ୍ଚିତ୍ର ବିଭାଗର ଉଦଘାଟନ ପାଇଁ ଶ୍ରୀ ରାଜୀବ ପ୍ରକାଶଙ୍କ ଦ୍ୱାରା ନିର୍ଦେଶିତ ୱେଦ... ଦ ଭିଜନରୀ’ (ଇଂରାଜୀ)ର ଚୟନ କରିଛନ୍ତି ।

 

 

NS / MB



(Release ID: 1769882) Visitor Counter : 198