ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବ୍ରିଟେନର ଗ୍ଲାସଗୋରେ ସିଓପି୨୬ ଅବସରରେ ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ ବୈଠକ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 02 NOV 2021 8:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ମହାମହିମ ଶ୍ରୀ ଭୋଲୋଦିମିର ଜେଲେନସ୍କିଙ୍କୁ ୨ ନଭେମ୍ବର ୨୦୨୧ ରେ ଗ୍ଲାସଗୋରେ ଆୟୋଜିତ ସିଓପି୨୬ ଅବସରରେ ଭେଟିଛନ୍ତି ।

ନେତାମାନେ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତିକୁ ଅନୁଧ୍ୟାନ କରିଥିଲେ ଏବଂ ଏହି ଅଞ୍ଚଳର ବିକାଶ ଉପରେ ମତ ବିନିମୟ କରିଥିଲେ ।

ମହାମାରୀ ସମୟରେ ଉଭୟ ଦେଶ ଦ୍ୱାରା କୋଭିଡ ଟୀକାକରଣ ପ୍ରମାଣପତ୍ରର ପାରସ୍ପରିକ ସ୍ୱୀକୃତି ସମେତ ସହଯୋଗ ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ କୋଭିଡ ମହାମାରୀର ଦ୍ୱିତୀୟ ଲହରରେ ଭାରତକୁ ଅମ୍ଳଜାନ କନସେଟ୍ରେଟର ଯୋଗାଇବାରେ ମାନବିକତାପୂର୍ଣ୍ଣ ଆଭିମୁଖ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଦୁଇ ନେତା ସକାରାତ୍ମକ ଭାବରେ ଦୁଇ ଦେଶ ମଧ୍ୟରେ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ବିଶେଷ ଭାବରେ ୟୁକ୍ରେନର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢୁଥିବା ବହୁ ସଂଖ୍ୟାରେ ଭାରତୀୟ ଛାତ୍ରଙ୍କ ଉପରେ ଆଲୋଚନା କରିଥିଲେ ।

ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଦୁଇ ନେତା ପ୍ରସ୍ତୁତ ଥିବା ନିଶ୍ଚିତ କରିଛନ୍ତି ।

HS


(ରିଲିଜ ଆଡି: 1769129) ପରିଦର୍ଶକ କାଉଣ୍ଟର : 208