ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଏବଂ ଜର୍ମାନ ଚାନସେଲର ମହାମାନ୍ୟ ଡକ୍ଟର ଆଞ୍ଜେଲା ମର୍କେଲଙ୍କ ମଧ୍ୟରେ ଜି -୨୦ ନେତୃବୃନ୍ଦ ସମ୍ମିଳନୀ ଅବସରରେରେ ବୈଠକ ହୋଇଥିଲା

प्रविष्टि तिथि: 31 OCT 2021 10:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଅକ୍ଟୋବର ୨୦୨୧ ରେ ଇଟାଲୀର ରୋମରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ଅବସରରେ ଜର୍ମାନ ଚାନସେଲର ଡକ୍ଟର ଆଞ୍ଜେଲା ମର୍କେଲଙ୍କୁ ସାକ୍ଷାତ କରିଥିଲେ

ସେମାନଙ୍କର ଦୀର୍ଘ ଦିନର ସହଯୋଗ ଏବଂ ବ୍ୟକ୍ତିଗତ ବନ୍ଧୁତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କେବଳ ଜର୍ମାନୀ ନୁହେଁ ୟୁରୋପୀୟ ଏବଂ ବିଶ୍ୱ ସ୍ତରରେ ମଧ୍ୟ ତାଙ୍କ ନେତୃତ୍ୱ ପାଇଁ ଚାନସେଲର ମର୍କେଲଙ୍କୁ ପ୍ରଶଂସା କରିଥିଲେ ଡକ୍ଟର ମର୍କେଲଙ୍କ ଉତ୍ତରାଧିକାରୀଙ୍କ ସହ ଘନିଷ୍ଠ ରଣନୀତିକ ଭାଗିଦାରୀ ବଜାୟ ରଖିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ

ଦୁଇ ନେତା ଭାରତ ଏବଂ ଜର୍ମାନୀ ମଧ୍ୟରେ ଘନିଷ୍ଠ ଦ୍ୱିପାକ୍ଷିକ ସହଯୋଗରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସେମାନଙ୍କର ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କକୁ ଆହୁରି ଗଭୀର କରିବାକୁ ପ୍ରତିଶୃତି ଦେଇଛନ୍ତି ଗ୍ରୀନ୍ ହାଇଡ୍ରୋଜେନ୍ ସମେତ ନୂତନ କ୍ଷେତ୍ରକୁ ଭାରତ-ଜର୍ମାନୀ ରଣନୀତିକ ଭାଗିଦାରୀର ପରିସର ବିସ୍ତାର କରିବାକୁ ସେମାନେ ସହମତ ହୋଇଥିଲେ

ପ୍ରଧାନମନ୍ତ୍ରୀ ଡକ୍ଟର ମର୍କେଲଙ୍କୁ ଶୁଭେଚ୍ଛା ଜଣାଇ ଭବିଷ୍ୟତରେ ତାଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ

HS


(रिलीज़ आईडी: 1768555) आगंतुक पटल : 179
इस विज्ञप्ति को इन भाषाओं में पढ़ें: Punjabi , Marathi , English , Urdu , हिन्दी , Manipuri , Bengali , Gujarati , Tamil , Telugu , Kannada , Malayalam