ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରୋମ ଓ ଗ୍ଲାସଗୋ ଯାତ୍ରା ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

Posted On: 28 OCT 2021 7:27PM by PIB Bhubaneshwar

ଇଟାଲି ପ୍ରଧାନମନ୍ତ୍ରୀ ମହାନୁଭବ ମାରିଓ ଦ୍ରାଘିଙ୍କ ଆମନ୍ତ୍ରଣକ୍ରମେ ଅକ୍ଟୋବର ୨୯- ୩୧, ୨୦୨୦ ପର୍ଯ୍ୟନ୍ତ ମୁଁ ଇଟାଲିର ରୋମ ଏବଂ ଭାଟିକାନ ସିଟି ଗସ୍ତ କରିବି ଏବଂ ଏହି ଗସ୍ତ ଶେଷରେ ନଭେମ୍ବର ୧- ୨, ୨୦୨୨୧ରେ  ମୁଁ ବ୍ରିଟେନର ଗ୍ଲାସଗୋ ଗସ୍ତ କରିବି । ପ୍ରଧାନମନ୍ତ୍ରୀ ମହାନୁଭବ ବୋରିସ ଜନସନଙ୍କ ଆମନ୍ତ୍ରଣକ୍ରମେ ମୁଁ ଏହି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ରୋମ ଠାରେ ମୁଁ ଜି-୨୦ ନେତୃବର୍ଗଙ୍କ ୧୬ଶ ଶିଖର ବୈଠକରେ ଯୋଗଦେବି ଏବଂ ସେଠାରେ ମୁଁ ଜି-୨୦ ନେତୃବର୍ଗଙ୍କ ସହିତ ବୈଶ୍ୱିକ ଆର୍ଥିକ ଓ କରୋନା ମହାମାରୀ ପରବର୍ତ୍ତି ସୁସ୍ଥାବସ୍ଥା ପୋଷଣୀୟ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନାରେ ଯୋଗଦେବି । ୨୦୨୦ ମସିହାରେ ବିଶ୍ୱରେ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା ଜି- ୨୦ ନେତୃବର୍ଗଙ୍କ ପ୍ରଥମ ବ୍ୟକ୍ତିଗତ ସାକ୍ଷାତ ଆଲୋଚନା ଏବଂ ଏହି ଆଲୋଚନାରେ ଆମେମାନେ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ସଂପର୍କରେ ଅବଗତ ହେବା ସହ ଜି- ୨୦ ସଂଗଠନ କିଭଳି ଭାବେ ଆର୍ଥିକ ସହନଶୀଳତାକୁ ସୁଦୃଢ଼ କରିବା ଏବଂ ସମାବେଶୀ ତଥା ପୋଷଣୀୟ ବିକାଶ ସଂପର୍କରେ ନିଜ ନିଜ ମତ ବିନିମୟ କରିବୁ ।

ମୋର ଏହି ଗସ୍ତ ସମୟରେ, ମୁଁ ଭାଟିକାନ ସିଟି ଗସ୍ତ କରିବି ଏବଂ ମହାନୁଭବ ପୋପ ଫ୍ର

ଫ୍ରାନ୍ସିସଙ୍କୁ ସାକ୍ଷାତ କରିବି ତଥା ସେକ୍ରେଟାରୀ ଅଫ୍‍ ଷ୍ଟେସ୍‍, ମହାମହୀମ କାର୍ଡିନାଲ ପିଏଟ୍ରୋ ପାରୋଲିନଙ୍କୁ ମଧ୍ୟ ଭେଟିବି ।

ଜି- ୨୦ ଶିଖର ବୈଠକ ପୃଷ୍ଠଭୂମିରେ ମୁଁ ଅନ୍ୟାନ୍ୟ ରାଷ୍ଟ୍ରର ନେତୃବର୍ଗଙ୍କୁ ମଧ୍ୟ ସାକ୍ଷାତ କରିବି ଏବଂ ସେମାନଙ୍କ ସହିତ ଭାରତର ଦ୍ୱିପାକ୍ଷିକ ସଂପର୍କ ପ୍ରସଙ୍ଗରେ ଆଲୋଚନା କରିବି ।

ଅକ୍ଟୋବର ୩୧ ତାରିଖ ଦିନ ଜି ୨୦ ଶିଖର ବୈଠକ ସମାପନ ହେବା ପରେ ମୁଁ ଗ୍ଲାସଗୋ ଯାତ୍ରା କରି ସେଠାରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ମିଳିତ ଜାତିସଂଘ ଫ୍ରେମ୍‍ୱାର୍କ ସମ୍ମିଳନୀ (ୟୁଏନଏଫସିସିସି)ର ୨୬ତମ ପକ୍ଷ ସମାବେଶ (କୋପ୍‍ -୨୬)ରେ ଯୋଗଦେବି । କୋପ- ୨୬ର ବିଶ୍ୱ ନେତୃବର୍ଗଙ୍କ ଶିଖର ସମ୍ମିଳନୀଶୀର୍ଷକ ଉଚ୍ଚସ୍ତରୀୟ ଆଲୋଚନାରେ ମଧ୍ୟ ଅଂଶଗ୍ରହଣ କରିବି । ଏହି ସମ୍ମିଳନୀ ନଭେମ୍ବର ୧- ୨,୨୦୨୧ରେ ଆୟୋଜିତ ହେଉଛି ଏବଂ ଏଥିରେ ବିଶ୍ୱର ୧୨୦ଟି ଦେଶର ରାଷ୍ଟ୍ର/ ଶାସନମୁଖ୍ୟମାନେ ଯୋଗ ଦେଉଛନ୍ତି ।

ପୃଥିବୀ ଗ୍ରହ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନର ସଂସ୍କୃତି ତଥା ପ୍ରକୃତି ସହିତ ସଂହତିର ସହ ସହାବସ୍ଥାନ କରିବାର ସୁଦୀର୍ଘ ପରମ୍ପରା ପାଳନ ପୂର୍ବକ, ଆମେ ସ୍ୱଚ୍ଛ ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ, ଶକ୍ତି ସକ୍ରିୟତା, ବନୀକରଣ ଏବଂ ଜୈବ- ବିବିଧତା ଭଳି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମମାନ ପ୍ରବର୍ତ୍ତନ କରୁଛୁ । ବର୍ତ୍ତମାନ ଭାରତ ଜଳବାୟୁ ପରବର୍ତ୍ତନକୁ ରୋକିବା ନିମନ୍ତେ ନୂତନ ଓ ସାମୂହିକ ସ୍ତରରେ କାର୍ଯ୍ୟକ୍ରମମାନ ଗ୍ରହଣ ଓ ସହନଶୀଳତା ଏବଂ ବିବିଧସ୍ତରୀୟ ସହଭାଗୀତା ନିମନ୍ତେ ନୂତନ କୀର୍ତ୍ତିମାନମାନ ସୃଷ୍ଟି କରିବାରେ ଲାଗିଛି । ଭାରତ ଏବେ ବିଶ୍ୱର କତିପୟ ପ୍ରମୁଖ ରାଷ୍ଟ୍ରମାନଙ୍କ ମଧ୍ୟରେ ଅନ୍ୟତମ ଭାବେ ମୁଣ୍ଡ ଟେକିଛି ଯେଉଁଠାରେ ଅକ୍ଷୟ ଶକ୍ତି, ବାୟୁ ଓ ସୌର ଶକ୍ତିର ସ୍ଥାପନ କ୍ଷମତା ପର୍ଯ୍ୟାପ୍ତ ମାତ୍ରାରେ ବୃଦ୍ଧି ପାଇଛି । ଡବ୍ଲୁଏଲଏସ ସ୍ତରରେ, ମୁଁ ଭାରତର ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ଉଲ୍ଲେଖନୀୟ ସଫଳତାର ରେକର୍ଡ଼ ଉପସ୍ଥାପନ କରିବି ।

ସେହିଭଳି ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଏବଂ କାର୍ବନ ସ୍ପେସ୍‍ର ସମାନାନ୍ତର ବିତରଣ, ଏହାର ନିରାକରଣ ଓ ସହନଶୀଳତା କ୍ଷମତା ବୃଦ୍ଧି, ଅର୍ଥ ପରିଚାଳା, ପ୍ରଯୁକ୍ତି ହସ୍ତାନ୍ତରଣ ଏବଂ ସବୁଜ ତଥା ସମାବେଶୀ ବିକାଶ ନିମନ୍ତେ ପୋଷଣୀୟ ଜୀବନଶୈଳୀର ଗୁରୁତ୍ୱକୁ ଉପଲବ୍ôଧ କରିବାର ଆବଶ୍ୟକତା ଉପରେ ବ୍ୟାପକ ଭାବେ ଦାବି ଉପସ୍ଥାପନ କରିବି ।

କୋପ୍‍୨୬ ଶିଖର ସମ୍ମିଳନୀ ମଧ୍ୟ ସମସ୍ତ ହିତଧାରକମାନଙ୍କୁ ତଥା ସହଭାଗୀ ରାଷ୍ଟ୍ରମାନଙ୍କୁ, ନବସୃଜକମାନଙ୍କୁ ଏବଂ ଆନ୍ତ- ସରକାରୀସ୍ତରୀୟ ସଂଗଠନଗୁଡ଼ିକ ଏହିସବୁ ଲକ୍ଷ୍ୟ ହାସଲ କରିବା ଦିଗରେ ବ୍ୟାପକ ସୁଯୋଗ ପ୍ରଦାନ କରିବ । ଏତଦ୍‍ ବ୍ୟତୀତ ଆମର ସ୍ୱଚ୍ଛ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏହା ସମସ୍ତ ପ୍ରକାର ସମ୍ଭାବନାର ଉପାୟ ଚିନ୍ତା କରିବ ।

*****

 

SS
 



(Release ID: 1767376) Visitor Counter : 291