ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
କିଶୋର ନ୍ୟାୟ ଆଦର୍ଶ ଚିଠା ଉପରେ ଆଇନ
ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଓ ପରାମର୍ଶ ଆହ୍ୱାନ
Posted On:
28 OCT 2021 2:58PM by PIB Bhubaneshwar
କିଶୋର ନ୍ୟାୟ(ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୬ରେ ସଂଶୋଧନ ଆଣିବାକୁ ଯେଉଁ ଆଦର୍ଶ ଚିଠା ଆଇନ ପ୍ରସ୍ତୁତି ହୋଇଛି ତାହା ଉପରେ ମତାମତ ଓ ପରାମର୍ଶ ଦେବାକୁ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ଆଗ୍ରହୀ ପକ୍ଷ ନିଜ ନିଜର ମତାମତ ଓ ପରାମର୍ଶ ୨୦୨୧ ନଭେମ୍ବର ୧୧ତାରିଖ ସୁଦ୍ଧା cw2section-mwcd[at]gov[dot]in ଇମେଲ ଆଇଡିରେ ପଠାଇପାରିବେ।
କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ସଂଶୋଧନ ବିଲ୍ ୨୦୨୧ ଚଳିତବର୍ଷ ଜୁଲାଇ ୨୮ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଏବର୍ଷ ବଜେଟ ଅଧିବେଶନରେ ଏହି ବିଲ୍ଟି ସଂସଦରେ ଉପସ୍ଥାପିତ ହେବା ପରେ ମାର୍ଚ୍ଚ ୨୪ତାରିଖରେ ଏହା ଲୋକସଭାର ଅନୁମୋଦନ ଲାଭ କରିଥିଲା । ଏହି ବିଲ୍ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୫ରେ କେତେକ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ । ୨୦୧୬ରେ ପୁରୁଣା ଆଇନଟି କାର୍ଯ୍ୟକାରୀ ହୋଇଥିଲା ।
ଏହି ବିଲ୍କୁ ଉପସ୍ଥାପିତ କରିବାବେଳେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ କହିଥିଲେ ଯେ ପ୍ରଚଳିତ ଆଇନରେ ଶିଶୁଙ୍କ ସୁରକ୍ଷା ଓ ଯତ୍ନ ପାଇଁ କେତେକ ଅଧିକ ଆଇନଗତ ଆବଶ୍ୟକତା ରହିଛି । ବିଶେଷକରି ଅଧିକ ବିପଦାପନ୍ନ ଶିଶୁଙ୍କ ସୁରକ୍ଷା ପାଇଁ ଏହା ବିଶେଷ ଜରୁରୀ । ଏହି ଶିଶୁଙ୍କ ସୁରକ୍ଷା ଓ ଯତ୍ନ ଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯିବା ଆବଶ୍ୟକ । ପିଲାମାନଙ୍କ ସୁରକ୍ଷା ଓ ଯତ୍ନ ଉପରେ ସବୁମନ୍ତେ ସରକାର ଦୃଷ୍ଟି ଦେବେ ବୋଲି ସଂସଦରେ ଯେଉଁ ଅଙ୍ଗୀକାର ପ୍ରକାଶ କରିଛନ୍ତି ତାହାକୁ ପାଳନ କରିବାକୁ ପ୍ରଚଳିତ ଆଇନରେ ସଂଶୋଧନ ଲୋଡା । ସେହି ପ୍ରତିଶ୍ରୁତି ମୁତାବକ ପ୍ରଚଳିତ ଆଇନରେ ସଂଶୋଧନ କରି ଏକ ଚିଠା ଆଦର୍ଶ ଆଇନ ପ୍ରସ୍ତୁତ କରାଯାଇଛି ।
ସଂଶୋଧିତ ନୀତି ଅନୁସାରେ ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ ସମ୍ପର୍କରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ । ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ ନିର୍ଦ୍ଦେଶ ଜେ ଜେ ଆଇନର ଧାରା ୬୧ଅନୁସାରେ ଜାରି କରିବେ । ପୋଷ୍ୟ ସନ୍ତାନ ଗ୍ରହଣ ମାମଲାର ତ୍ୱରିତ ସମାଧାନ ଏବଂ ଉତ୍ତରଦାୟିତ୍ୱ ବଢାଇବାକୁ ଏହି ପଦକ୍ଷେପ ନିଆଯାଇଛି । ଆହୁରି ମଧ୍ୟ ଆଇନର ସହଜ କାର୍ଯ୍ୟକାରିତା ଏବଂ ଦୁର୍ଦ୍ଦଶାଗ୍ରସ୍ତ ସ୍ଥିତିରେ ଥିବା ପିଲାଙ୍କ ଦୁଃଖ ତୁରନ୍ତ ଅପନୋଦନ ପାଇଁ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିବେ ।
ସଂଶୋଧିତ ଚିଠା ଆଇନ ଅନୁସାରେ ଶିଶୁଙ୍କ ଯତ୍ନ ନେଉଥିବା ଯେକୌଣସି ଅନୁଷ୍ଠାନକୁ ଜିଲ୍ଲାପାଳଙ୍କ ସୁପାରିସ ଆଧାରରେ ହିଁ ପଞ୍ଜୀକୃତ କରାଯିବ । ଜିଲ୍ଲାପାଳ ସ୍ୱାଧୀନ ଭାବେ ଜିଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ କଲ୍ୟାଣ କମିଟି, କିଶୋର ନ୍ୟାୟ ବୋର୍ଡ, ସ୍ୱତନ୍ତ୍ର କିଶୋର ପୁଲିସ ୟୁନିଟ୍ ଓ ଶିଶୁ ସୁରକ୍ଷା ଅନୁଷ୍ଠାନ ସମୂହର କାର୍ଯ୍ୟକୁ ସମୀକ୍ଷା କରିବେ ।
ଚିଠା ସଂଶୋଧନ ଆଇନକୁ ଦେଖିବା ପାଇଁ କ୍ଲିକ କରନ୍ତୁ –
https://wcd.nic.in/sites/default/files/Attachment-%20Working%20Draft%20on%20JJ%20Model%20Rules%202016-%20forwarding%20for%20comments%2027102021_0.pdf
*****
TM / SLP
(Release ID: 1767360)
Visitor Counter : 221