ପୋଷ୍ଟ କରାଯିବା ଦିନାଙ୍କ:
20 OCT 2021 2:35PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଶୀନଗର ରାଜକୀୟ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ ମଧ୍ୟ କୁଶୀନଗରର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ।
ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୁଶୀନଗରରେ ମେଡିକାଲ କଲେଜ ହେବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଡାକ୍ତର ହେବାର ଆକାଂକ୍ଷା ଓ ଉନ୍ନତ ଚିକିତ୍ସା ଭିତ୍ତିଭୂମି ସୁବିଧା ପାଇବାର ସ୍ୱପ୍ନ ସାକାର ହୋଇପାରିବ । ନୂତନ ଜାତୀୟ ଶିକ୍ଷାନୀତିରେ ବୈଷୟିକ ଶିକ୍ଷା ମାତୃଭାଷାରେ ପାଇବା ସମ୍ଭାବନା ଏକ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ଏହା କୁଶୀନଗର ସ୍ଥାନୀୟ ଯୁବକ ଯୁବତୀଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ମୌଳିକ ସୁବିଧା ସୁଯୋଗ ହାତ ପାଆନ୍ତାରେ ଥାଏ, ସେତେବେଳେ ସ୍ୱପ୍ନ ଦେଖିବାକୁ ସାହସ ଆସିବା ସହ ତାକୁ ବାସ୍ତବରେ ପରିଣତ କରିବାକୁ ମଧ୍ୟ ସ୍ୱପ୍ନ ଜନ୍ମନିଏ । ଜଣେ ବାସହୀନ ବ୍ୟକ୍ତି ସହର ତଳି ଅଞ୍ଚଳରେ ବାସ କରେ। ମାତ୍ର ଯେତେବେଳେ ତାକୁ ପକ୍କା ଘର ସହ ଶୌଚାଳୟ, ବିଦ୍ୟୁତ ଓ ଗ୍ୟାସ ସଂଯୋଗ, ଟ୍ୟାପ ପାଣି ଉପଲବ୍ଦ ହୁଏ, ସେତେବେଳେ ଗରିବର ଆତ୍ମବିଶ୍ୱାସ ମଧ୍ୟ ଆହୁରି ବୃଦ୍ଧି ପାଇଥାଏ । ଦୁଇ ଇଞ୍ଜିନ ରାଜ୍ୟ ସରକାର ଦ୍ୱିଗୁଣିତ ଶକ୍ତି ସହ ରାଜ୍ୟର ପରିସ୍ଥିତିରେ ଉନ୍ନତି ଆଣିବାରେ ଲାଗିପଡିଛି ।
ପୂର୍ବ ସରକାରମାନେ ଜନସାଧାରଣଙ୍କ ମର୍ଯ୍ୟାଦା ଓ ଗରିବଙ୍କ ପ୍ରଗତି ଉପରେ ଧ୍ୟାନ ନ ଦେବା ତଥା ବଂଶାନୁକ୍ରମିକ ରାଜନୀତି ଯୋଗୁଁ ଅନେକ ଉତ୍ତମ ପଦକ୍ଷେପର ସୁଫଳ ଗରିବରୁ ଗରିବ ଲୋକଙ୍କ ପାଖରେ ନ ପହଁଚିଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ରାମ ମନୋହର ଲୋହିଆଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ଲୋହିଆ କହୁଥିଲେ କର୍ମକୁ ଅନୁକମ୍ପା ସହ ମିଶ୍ରଣ କର, ଏହାକୁ ସମ୍ପୂର୍ଣ୍ଣ ଅନୁକମ୍ପା ସହ ମିଶାଇ ଦିଅ । ପୂର୍ବରୁ ସରକାର ଚଳାଉଥିବା ବ୍ୟକ୍ତିମାନେ ଗରିବଙ୍କ ଯନ୍ତ୍ରଣା ପ୍ରତି ଉଦାସୀନ ରହିବା ପର୍ଯ୍ୟନ୍ତ ସେମାନେ ତାଙ୍କ କର୍ମକୁ ହେରଫେର ଓ ଅପରାଧ ସହ ମିଶାଇ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ସାମ୍ବିତ୍ୱ ଯୋଜନା ଆରମ୍ଭ କରିଛନ୍ତି ଓ ଏହା ଭବିଷ୍ୟତରେ ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ ସମୃଦ୍ଧିର ଦ୍ୱାରା ଉନ୍ମୁକ୍ତ କରିବ । ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଘର ସତ୍ୱାଧିକାର ନଥିପତ୍ର ଘରମାଲିକଙ୍କୁ ଦେବା ଆରମ୍ଭ ହୋଇଛି । ଶୌଚାଳୟ ଓ ଉଜ୍ଜଳା ଯୋଜନା ଯୋଗୁଁ ଝିଅ ଓ ଭଉଣୀମାନେ ନିଜକୁ ନିରାପଦ ଓ ମର୍ଯ୍ୟାଦା ସମ୍ପନ୍ନ ମନେ କରୁଛନ୍ତି । ପିଏମ୍ ଆବାସ ଯୋଜନା ଅଧୀନରେ ଅଧିକାଂଶ ଘର ମାଲିକାନା ଘରର ମହିଳାଙ୍କ ହାତରେ ରହିଛି ।
ଉତ୍ତରପ୍ରଦେଶରେ ୨୦୧୭ମସିହା ପୂର୍ବ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମନ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେତେବେଳେ ସରକାରଙ୍କ ନୀତିରେ ମାଫିଆମାନଙ୍କୁ ଅବାଧ ଲୁଟତରାଜ ପାଇଁ ଅନୁମତି ଦିଆଯାଇଥିଲା । ଆଜି ଯୋଗୀଜୀଙ୍କ ନେତୃତ୍ୱାଧୀନ ସରକାରରେ ମାଫିଆମାନେ ବୁଲି ବୁଲି କ୍ଷମା ମାଗୁଛନ୍ତି ଓ ସେମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରପ୍ରଦେଶ ରାଜ୍ୟରୁ ସବୁଠାରୁ ଅଧିକ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହା ହିଁ ଉତ୍ତରପ୍ରଦେଶର ସ୍ୱାତନ୍ତ୍ର୍ୟ । ମାତ୍ର ଉତ୍ତରପ୍ରଦେଶର ପରିଚୟ କେବଳ ସେତିକିରେ ସୀମାବଦ୍ଧ ନୁହେଁ । ଉତ୍ତରପ୍ରଦେଶ କେବଳ ୬-୭ ଯୁଗକୁ ନେଇ ଗଠିତ ନୁହଁ । ଏହା ରାଜ୍ୟର ଇତିହାସ ସମୟ ହି ଯାହାର ଅବଦାନ ମଧ୍ୟ ସମୟର ସୀମାରେଖା ମଧ୍ୟରେ ବନ୍ଧା ହୋଇନାହିଁ । ଏଇମାଟିରେ ପ୍ରଭୁ ଶ୍ରୀ ରାମ ଓ ଶ୍ରୀ କୃଷ୍ଣଙ୍କ ଆବିର୍ଭାବ ହୋଇଛି । ୨୪ଜଣଙ୍କ ମଧ୍ୟରୁ ୧୮ଜଣ ତୀର୍ଥଙ୍କରଙ୍କ ଆବିର୍ଭାବ ଉତ୍ତରପ୍ରଦେଶରେ ହୋଇଛି ।
ମଧ୍ୟ ଯୁଗରେ ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ତୁଳସୀ ଦାସ ଓ କବୀର ଦାସ ମଧ୍ୟ ଏହି ମାଟିରେ ଜନ୍ମ ନେଇଛନ୍ତି । ଏହି ରାଜ୍ୟ ମଧ୍ୟ ମହାନ୍ ସମାଜ ସଂସ୍କାରକ ସନ୍ଥ ରବି ଦାସଙ୍କୁ ଜନ୍ମ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରପ୍ରଦେଶ ଏଭଳି ଏକ ଅଞ୍ଚଳ ଯାହାର କୋଣ ଅନୁକୋଣେ ତର୍ଥସ୍ଥାନ ରହିଛି ଓ ଏହା ପ୍ରତି ଧୂଳିକଣାରେ ରହିଛି ଅମାପ ଶକ୍ତି । ଏହାର ନୈନ୍ୟନିତ୍ୟ ଅରଣ୍ୟ ପୁରାଣ ଓ ବେଦ ଲେଖାଯାଇଛି । ଅବାଧ ଅଞ୍ଚଳରେ ଅଯୋଧ୍ୟାରେ ଭିଳ ତୀର୍ଥସ୍ଥାନ ରହିଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଗୌରବମୟ ଶିଖ ଗୁରୁ ପରମ୍ପରା ସହ ଉତ୍ତରପ୍ରଦେଶର ନିବିଡ ସମ୍ପର୍କ ରହିଛି । ‘ଗୁରୁକା ତାଲ’ ଆଗ୍ରାର ଗୁରୁଦ୍ୱାର ଗୁରୁ ତେଗ୍ ବାହାଦୁରଙ୍କ ଗୌରବର ମୁକସାକ୍ଷୀ ଯେ କି ନିଜର ସାହସ ଯୋଗୁଁ ଆଉରେଙ୍ଗଜେବଙ୍କୁ ମଧ୍ୟ ଆହ୍ୱାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଇଞ୍ଜିନି ବିଶିଷ୍ଟ ସରକାର ଚାଷୀଙ୍କଠାରୁ ଶସ୍ୟ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଉତ୍ତରପ୍ରଦେଶରେ ଚାଷୀଙ୍କ ନିକଟରେ ଶସ୍ୟ କିଣାବାବଦ ପ୍ରାୟ ୮୦ହଜାର କୋଟି ଟଙ୍କା ପହଞ୍ଚିଛି । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାରେ ୩୭ହଜାର କୋଟିରୁ ଅଧିକ ଟଙ୍କା ଉତ୍ତରପ୍ରଦେଶ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
<>
****
SM /SLP