ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମାନ୍ୟବର ଫୁମିଓ କିଶିଦାଙ୍କୁ ଜାପାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 08 OCT 2021 5:42PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାନ୍ୟବର ଫୁମିଓ କିଶିଦାଙ୍କ ସହ କଥା ହୋଇଛନ୍ତି ଏବଂ ଜାପାନର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟୁଇଟ୍‍ରେ କହିଛନ୍ତି;

“ଜାପାନର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମାନ୍ୟବର ଫୁମିଓ କିଶିଦାଙ୍କ ସହ କଥା ହୋଇଥିଲେ । ମୁଁ ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତି ଏବଂ ଆର୍ନ୍ତଜାତୀୟ ସହଯୋଗକୁ ଆହୁରି ମଝବୁତ କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି କରିବାକୁ ମୁଁ ତାଙ୍କ ସହ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛି ।”

HS


(ରିଲିଜ ଆଡି: 1763479) ପରିଦର୍ଶକ କାଉଣ୍ଟର : 163