ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ପ୍ରସାର ଭାରତୀ ପ୍ରସାରଣ ସଂସ୍କାର ନୂଆ ଟେକ୍‌ନୋଲୋଜି ଓ କଣ୍ଟେଣ୍ଟ ପାଇଁ ବାଟ ଖୋଲିବ

Posted On: 09 OCT 2021 10:33AM by PIB Bhubaneshwar

ପ୍ରସାର ଭାରତୀ ପକ୍ଷରୁ ଆକାଶବାଣୀ ଓ ଦୂରଦର୍ଶନରେ ଯେଉଁ ସଂସ୍କାରବାଦୀ କାର୍ଯ୍ୟକ୍ରମ ଜାରି ରହିଛି ସେଥିରେ ପୁରୁଣାକାଳିଆ ପ୍ରସାରଣ ଟେକ୍‌ନୋଲୋଜିକୁ ଅଗ୍ରାଧିକାର ଭିତ୍ତିରେ ହଟାଯାଇ ନୂଆ ଟେକ୍‌ନୋଲୋଜିର ଉପଯୋଗ କରାଯାଉଛି । ଏହି ପୁରୁଣା ଟେକ୍‌ନୋଲୋଜି ମଧ୍ୟରେ ଆନ୍‌ଲଗ୍ ଟେରେଷ୍ଟ୍ରିଆଲ ଟିଭି ଟ୍ରାନ୍ସମିଟର ଅନ୍ୟତମ । ସେହିଭଳି କାର୍ଯ୍ୟକ୍ରମ ବା କଣ୍ଟେଣ୍ଟର ମାନବୁଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି ଯାହାଫଳରେ ଉଭୟ ଦର୍ଶକ ଓ ଶ୍ରୋତା ଉନ୍ନତମାନର କାର୍ଯ୍ୟକ୍ରମ ଭଲଭାବେ ଉପଭୋଗ କରିବାର ସୁଯୋଗ ପାଇବେ ।

ନିକଟରେ କେତେକ ଗଣମାଧ୍ୟମରେ ପ୍ରକାଶିତ କିଛି ବିଭ୍ରାନ୍ତିକର ଖବର ପ୍ରସାର ଭାରତୀର ନଜରକୁ ଆସିଛି । ସେହି ଖବର ଉପରେ ସ୍ପଷ୍ଟୀକରଣ ଦେଇ ପ୍ରସାରଭାରତୀ କହିଛି ଯେ ଉଭୟ ଦୂରଦର୍ଶନ ଓ ଆକାଶବାଣୀର ପ୍ରସାରଣ ଓ କାର୍ଯ୍ୟକ୍ରମର ମାନରେ ଉନ୍ନତି ଆଣିବା ପାଇଁ ବିଗତ କେତେବର୍ଷ ଧରି ଉଦ୍ୟମ ଚାଲିଛି । ଏହି ସଂସ୍କାର ପ୍ରକ୍ରିୟାରେ ପୁରୁଣା କାଳିଆ ପ୍ରସାରଣ ଟେକ୍‌ନୋଲୋଜିକୁ ଅଗ୍ରାଧିକାର ଭିତ୍ତିରେ ପରିବର୍ତ୍ତନ କରାଯାଇ ନୂଆ ଟେକ୍‌ନୋଲୋଜିର ଉପଯୋଗ କରାଯାଉଛି । ଏହି ପ୍ରକ୍ରିୟାରେ ପୁରୁଣା ଆନାଲଗ୍ ଟେରେଷ୍ଟ୍ରିଆଲ ଟିଭି ଟ୍ରାନ୍ସମିଟରଗୁଡିକୁ ହଟାଇ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରାଯାଉଛି । ନିକଟରେ ସିଲଚର ଓ କାଳବୁରାଗି ଦୂରଦର୍ଶନ କେନ୍ଦ୍ର ସମ୍ପର୍କରେ କେତେକ ଭିତ୍ତିହୀନ ଖବର ପ୍ରକାଶ ପାଇଛି । ସେହି ଦୁଇ କେନ୍ଦ୍ର ବିଷୟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ସେଥିରେ କୌଣସି ସତ୍ୟତା ନାହିଁ ।

ପ୍ରସାରଭାରତୀ ପକ୍ଷରୁ ଆହୁରି କୁହାଯାଇଛି ଯେ ଏହି ଦୁଇ ଦୂରଦର୍ଶନ କେନ୍ଦ୍ର ପୂର୍ବଭଳି କାର୍ଯ୍ୟକ୍ରମ ପ୍ରସ୍ତୁତି ଜାରି ରଖିବେ ଏବଂ ସେସବୁ ଦୂରଦର୍ଶନର ସାଟେଲାଇଟ୍ ଚାନେଲରେ ପ୍ରସାରିତ ହେବ । ସବୁ ରାଜ୍ୟର ଦୂରଦର୍ଶନ କେନ୍ଦ୍ରଗୁଡିକ ନିଜ ନିଜର କାର୍ଯ୍ୟକ୍ରମ ୟୁଟ୍ୟୁବ ଓ ସୋସିଆଲ ମିଡିଆରେ ଡିଜିଟାଲ ମାଧ୍ୟମରେ ଉପଲବ୍ଧ କରାଉଛନ୍ତି । ଉଦାହରଣ ସ୍ୱରୂପ ସିଲଚର ଓ କାଳବୁରାଗି ଦୂରଦର୍ଶନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଏବେ ଡିଡି ଆସାମ ଓ ଡିଡି ଚନ୍ଦନ ମାଧ୍ୟମରେ ପ୍ରସାରିତ ହେବ । 

ପ୍ରସାରଭାରତୀ କହିଛି ଯେ ସର୍ବସାଧାରଣ ଓ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ପୁରୁଣା କାଳିଆ ଆନାଲଗ ଟେରେଷ୍ଟ୍ରିଆଲ ଟିଭି ଟେକ୍‌ନୋଲୋଜିର ଅବସାନ ଘଟାଯାଇଛି । ଏବେ ୫ଜି ସ୍ୱେକ୍ଟ୍ରମ ଓ ନୂଆ ଟେକ୍‌ନୋଲୋଜି ଉପଲବ୍ଧ ହେଉଥିବାରୁ ପୁରୁଣା କାଳିଅ।। ଓ ବ୍ୟୟବହୁଳ ଟେକ୍‌ନୋଲୋଜିର ଆବଶ୍ୟକତା ନାହିଁ । ନୂଆ ଟେକ୍‌ନୋଲୋଜି ସ୍ୱଳ୍ପ ବିଜୁଳି ଆବଶ୍ୟକ କରୁଥିବାବେଳେ ପୁରୁଣା ଟେକ୍‌ନୋଲୋଜିର ଶକ୍ତି ଆବଶ୍ୟକତା ଅଧିକ । ଏପର୍ଯ୍ୟନ୍ତ ପ୍ରାୟ ୭୦% ଆନାଲଗ୍ ଟ୍ରାନ୍ସମିଟରକୁ ପ୍ରତ୍ୟାହର କରାଯାଇସାରିଲାଣି ।ଅବଶିଷ୍ଟକୁ ପ୍ରତ୍ୟାହାର କରିବା ପ୍ରକ୍ରିୟା ଚାଲିଛି । ଏହି ସବୁ ଟ୍ରାନ୍ସମିଟର ପରିଚାଳନାରେ ନିଯୁକ୍ତ ଲୋକଶକ୍ତିକୁ ଅନ୍ୟତ୍ର ନିୟୋଜିତ କରିବାର ବ୍ୟବସ୍ଥା କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ପ୍ରାୟ ୫୦ଟି ଅନାଲଗ ଟ୍ରାନ୍ସମିଟରକୁ ଛାଡି ଅନ୍ୟ ସମସ୍ତ ପୁରୁଣାକାଳିଆ ଆନାଲଗ୍ ଟେରେଷ୍ଟ୍ରିଆଲ ଟ୍ରାନ୍ସମିଟରକୁ ପ୍ରସାରଭାରତୀ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ହଟାଇବ ।

ପ୍ରସାରଭାରତୀ ମଧ୍ୟ ଦେଶରେ ଡିଜିଟାଲ ଟେରେଷ୍ଟ୍ରିଆଲ ବ୍ରଡକାଷ୍ଟିଂ ପାଇଁ ନୂଆପିଢିର ଟେକ୍‌ନୋଲୋଜି ବିକଶିତ କରିବାକୁ ଆଇଆଇଟି କାନପୁର ସହ ଚୁକ୍ତିବଦ୍ଧ ହୋଇଛି । ଏହାଦ୍ୱାରା ସିଧାସଳଖ ମୋବାଇଲ ବ୍ରଡକାଷ୍ଟିଂ ସୁବିଧା ମିଳିବ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଲଗରିଦିମ୍ ବ୍ୟବହାର କରି ନୂଆ କଣ୍ଟେଣ୍ଟ ସୃଷ୍ଟି କରାଯାଇପାରିବ ।

 ଡିଡି ଫି-ଡିଶ୍‌-ଡିଟିଏଚ୍ ମାଧ୍ୟମରେ ଡିଡି ଆସାମ ସହିତ ସବୁ ଦୂରଦର୍ଶନ ଚାନେଲ ଓ କେତେକ ଘରୋଇ ଚାନେଲ ସେବାକୁ ଏବେ ମାଗଣାରେ ପ୍ରସାରଭାରତୀ ଯୋଗାଇ ଦେଇଛି । ଭାରତରେ ଏଥିପାଇଁ ମାସିକ ଦେୟ ଉପଭୋକ୍ତାଠାରୁ ଆଦାୟ ହେଉନାହିଁ । ସେଟ୍‌ଟପ୍‌ବକ୍ସ ଏହାକୁ ଫ୍ରି ଟୁ ଏୟାର ମୋଡରେ ରିସିଭ କରି ଯୋଗାଇ ଦେଉଛି । ଏହା ସହିତ ୧୨୦ରୁ ଅଧିକ ଫ୍ରି ଟୁ ଏୟାର ଟିଭି ଚାନେଲକୁ ଏକକାଳୀନ ଦେୟ ଭିତ୍ତିରେ ଖୋଲା ବଜାରରୁ ମଧ୍ୟ କିଣାଯାଇପାରିବ । ଏଥିରେ ଅନେକ ଏଡୁକେଶନାଲ ଚାନେଲ ଓ ୪୦ରୁ ଅଧିକ ଆକାଶବାଣୀର ସାଟେଲାଇଟ୍ ରେଡିଓ ଚାନେଲ ଅନ୍ତର୍ଭୁକ୍ତ ।

 

*****

 TM /SLP

 



(Release ID: 1762681) Visitor Counter : 155