ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

“ଆଜାଦି @ ୭୫-ନ୍ୟୁ ଅର୍ବାନ ଇଣ୍ଡିଆ” ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ


ଅକ୍ଟୋବର ୫ତାରିଖରେ ଲକ୍ଷ୍ନୌରେ ଏହି ସମ୍ମିଳନୀ ସହିତ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେଉଛି

Posted On: 04 OCT 2021 6:33PM by PIB Bhubaneshwar

ଚଳିତମାସ ପାଞ୍ଚ ତାରିଖରେ ଲକ୍ଷ୍ନୌରେ ଆଜାଦି @୭୫ -ନ୍ୟୁ ଅର୍ବାନ ଇଣ୍ଡିଆ : ଟ୍ରାନ୍ସଫର୍ମିଂ ଅର୍ବାନ ଲ୍ୟାଣ୍ଡ ସ୍କେପ ଉପରେ ଏକ ସମ୍ମିଳନୀ ଆୟୋଜିତ ହେଉଛି । ଏଥିସହିତ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିବେ । ଏହି ସମ୍ମିଳନୀରେ ସ୍ୱାଧୀନତାର  ୭୫ବର୍ଷ ପାଳନ ଅବସରରେ ନୂଆ ଭାରତରେ ସହରାଂଚଳରେ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ହେବ । ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଅକ୍ଟୋବର ୫ତାରିଖ ପୂର୍ବାହ୍ନ ସାଢେ ୧୦ଟା ସମୟରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

 ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଡିଜିଟାଲ ବ୍ୟବସ୍ଥାରେ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରର ଚାବି ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିବେ  । ଉତ୍ତରପ୍ରଦେଶର ୭୫ଜିଲ୍ଲାରେଏହି ଯୋଜନାରେ ନିର୍ମିତ ୭୫ହଜାର ଘରକୁ ହିତାଧିକାରୀମାନଙ୍କୁ ଆନୁଷ୍ଠାନିକ ଭାବେ ପ୍ରଦାନ କରିବେ । ସେ ମଧ୍ୟ୍ ଆଭାସୀ ବ୍ୟବସ୍ଥାରେ ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏହା ଛଡା ସ୍ମାର୍ଟ ସିଟି ମିଶନ ଓ ଅମୃତ ଯୋଜନାରେ ସେ ମଧ୍ୟ ୭୫ଟି ଯୋଜନାର ଶୁଭାରମ୍ଭ  ଅଥବା ଶିଳାନ୍ୟାସ କରିବେ । ଫେମଯୋଜନାରେ ରାଜ୍ୟରେ ସାତଟି ସହର -ଲକ୍ଷ୍ନୌ, କାନପୁର, ବାରାଣସୀ, ପ୍ରୟାଗରାଜ, ଗୋରଖପୁର, ଝାନ୍ସି ଓ ଗାଜିଆବାଦରେ ୭୫ଟି ବସ୍ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ । ଏହି ଅବସରରେ ସହରଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଧ୍ୱଜାଧାରୀ କାର୍ଯ୍ୟକ୍ରମର କାର୍ଯ୍ୟ କରିତା ଉପରେ ପ୍ରସ୍ତୁତ ଏକ କଫି ଟେବୁଲ ବୁକକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ । ଏହି ଅବସରରେ ଆୟୋଜିତ ତିନିଟି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଆଭାସି ବ୍ୟବସ୍ଥ।।ରେ ଦେଖିବେ । ସେ ମଧ୍ୟ ଲକ୍ଷ୍ନୌର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଅଟଳବିହାରୀ ବାଜପେୟୀ ଚେୟାରର ପ୍ରତିଷ୍ଠା ଘୋଷଣା କରିବେ ।

 ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ, ସହରାଞ୍ଚଳ ବିକାଶ  ଓ ଆବାସ ବ୍ୟାପାର ମନ୍ତ୍ରୀ, ଉତ୍ତରପ୍ରଦେଶର ରାଜ୍ୟପାଳ ଓ  ମୁଖ୍ୟମନ୍ତ୍ରୀ  ପ୍ରମୁଖ ଯୋଗଦେବେ ।

ଯେଉଁ ସମ୍ମିଳନୀ ଓ ପ୍ରଦର୍ଶନୀ ସହରାଞ୍ଚଳ ବିକାଶ ଓ ଆବାସ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇଛି ତାହା ଅକ୍ଟୋବର ପାଂଚରୁ ସାତ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଉତ୍ତରପ୍ରଦେଶର ସହରାଞ୍ଚଳର ରୂପରେଖ ପରିବର୍ତ୍ତନ କରିବା ସମ୍ପର୍କରେ ଏଥିରେ ମୁଖ୍ୟତଃ ଆଲୋଚନା ହେବ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି । ସେମାନେ ଏଥିରେ ଅନୁଭୂତି ଲାଭ କରିବାର ସୁଯୋଗ ପାଇବେ ।

ଏହି ଅବସରରେ ସହରାଞ୍ଚଳ ଭାରତ, ନିର୍ମାଣ କ୍ଷେତ୍ରରେ ଇନୋଭେଟିଭ ଟେକ୍‌ନୋଲୋଜିର ପ୍ରୟୋଗ ଏବଂ ୨୦୧୭ ପରେ ଉତ୍ତର ପ୍ରଦେଶରେ ସହରାଞ୍ଚଳ ବିକାଶ କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାର ସଫଳତା ଉପରେ ତିନିଟି ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏଥିରେ ଇଣ୍ଡିଆନ ହାଉସିଂ ଟେକ୍‌ନୋଲୋଜି  ମେଳା ଓ ଗ୍ଲୋବାଲ ହାଉସିଂ ଟେକ୍‌ନୋଲୋଜି ଚାଲେଞ୍ଜ-ଇଣ୍ଡିଆ ନାମରେ ଦୁଇଟି କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ । ସର୍ବସାଧାରଣଙ୍କ ନିମନ୍ତେ ଏହି ପ୍ରଦର୍ଶନୀ ଅକ୍ଟୋବର ୬ ଓ ୭ତାରିଖ ଦୁଇଦିନ ଖୋଲା ରହିବ ।

 

*****

 TKM



(Release ID: 1761101) Visitor Counter : 278