ଅର୍ଥ ମନ୍ତ୍ରଣାଳୟ
ସେପ୍ଟେମ୍ବର ୨୦୨୧ ପାଇଁ ଜିଏସଟି ରାଜସ୍ୱ ସଂଗ୍ରହ
୨୦୨୧ ସେପ୍ଟେମ୍ବର ମାସରେ ୧,୧୭,୦୧୦ କୋଟି ମୋଟ ଜିଏସଟି ରାଜସ୍ୱ ସଂଗ୍ରହ
ଓଡିଶାରେ ଜିଏସଟି ଆଦାୟରେ ୪୦ ପ୍ରତିଶତ ବୃଦ୍ଧି : ସେପ୍ଟେମ୍ବରରେ ଆଦାୟ ହୋଇଛି ୩୩୨୬ କୋଟି
Posted On:
01 OCT 2021 11:42AM by PIB Bhubaneshwar
୨୦୨୧ ସେପ୍ଟେମ୍ବର ମାସରେ ମୋଟ୍ ୧,୧୭,୦୧୦ କୋଟି ଟଙ୍କାର ଜିଏସ୍ଟି ରାଜସ୍ୱ ସଂଗୃହିତ ହୋଇଛି
୨୦୨୧ ସେପ୍ଟେମ୍ବର ମାସରେ ମୋଟ୍ ୧,୧୭,୦୧୦ କୋଟି ଟଙ୍କାର ଜିଏସ୍ଟି ରାଜସ୍ୱ ସଂଗୃହିତ ହୋଇଛି ଯାହା ମଧ୍ୟରୁ ସିଜିଏସ୍ଟି ପରିମାଣ ୨୦,୫୭୮ କୋଟି ଟଙ୍କା, ଏସ୍ଜିଏସ୍ଟି ପରିମାଣ ୨୬,୭୬୭ କୋଟି ଟଙ୍କା, ଆଇଜିଏସ୍ ପରିମାଣ ହେଉଛି ୯ ୬୦,୯୧୧ କୋଟି ଟଙ୍କା (ଆମଦାନୀ ସାମଗ୍ରୀରୁ ସଂଗୃହୀତ ୨୯,୫୫୫ କୋଟି ଟଙ୍କା ଅନ୍ତର୍ଭୂକ୍ତ) ଏବଂ ୮୭୫୪ କୋଟି ଟଙ୍କାର ସେସ୍ ( ଆମଦାନୀ ସାମଗ୍ରୀ ଉପରୁ ଆଦାୟ ହୋଇଥିବା ୬୨୩ କୋଟି ଟଙ୍କା ଅନ୍ତର୍ଭୁକ୍ତ) ରହିଛି । ସେପ୍ଟେମ୍ବର ମାସରେ ଓଡିଶାରୁ ୩୩୨୬ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି ଯାହାର ୨୦୨୦ ସେପ୍ଟେମ୍ବର ତୁଳନାରେ ୪୦ ପ୍ରତିଶତ ଅଧିକ ରହିଛି । ୨୦୨୦ ସେପ୍ଟେମ୍ବର ମାସରେ ରାଜ୍ୟରୁ ୨୩୮୪ କୋଟି ଟଙ୍କାର ଜିଏସ୍ଟି ରାଜସ୍ୱ ଆଦାୟ ହୋଇଥିଲା ।
ସରକାର ନିୟମିତ ସମାଧାନ ଭାବରେ ଆଇଜିଏସ୍ଟିରୁ ସିଜିଏସ୍ଟିକୁ ୨୮,୮୧୨ କୋଟି ଟଙ୍କା ଏବଂ ଏସଜିଏସ୍ଟିକୁ ୨୪,୧୪୦କୋଟି ଟଙ୍କା ଦେବାକୁ ସ୍ଥିର କରିଛନ୍ତି । ସେପ୍ଟେମ୍ବର ୨୦୨୧ ମାସରେ ନିୟମିତ ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟଗୁଡିକର ମୋଟ ରାଜସ୍ୱ ସିଜିଏସଟି ପାଇଁ ୪୯,୩୯୦ କୋଟି ଟଙ୍କା ଏବଂ ଏସ୍ଜିଏସ୍ଟି ପାଇଁ ୫୦,୯୦୭ କୋଟି ଟଙ୍କା ରହିଛି ।
ସେପ୍ଟେମ୍ବର ୨୦୨୧ ମାସ ପାଇଁ ଆଦାୟ ହୋଇଥିବା ଜିଏସ୍ଟି ରାଜସ୍ୱ ଗତ ବର୍ଷର ଏହି ମାସ ତୁଳନାରେ ୨୩ ପ୍ରତିଶତ ଅଧିକ ରହିଛି । ଗତବର୍ଷର ସେପ୍ଟେମ୍ବର ମାସ ତୁଳନାରେ ଚଳିତବର୍ଷ ସାମଗ୍ରୀ ଆମଦାନୀରୁ ୩୦% ଅଧିକ ରାଜସ୍ୱ ଆଦାୟ ହୋଇଥିବାବେଳେ ଘରୋଇ କାରବାରରୁ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ଏହିସବୁ ସୂତ୍ରରୁ ୨୦ ପ୍ରତିଶତ ଅଧିକ ରାଜସ୍ୱ ଆଦାୟ ହୋଇଛି । ୨୦୧୯ ମସିହାରେ ୯୧,୯୧୬ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବାବେଳେ ସେପ୍ଟେମ୍ବର ୨୦୨୦ ରେ କିନ୍ତୁ ଏହା ତୁଳନାରେ ୪ ପ୍ରତିଶତ ଅଧିକ ରାଜସ୍ୱ ମିଳିଥିଲା ।
ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ହାରାହାରି ମାସିକ ମୋଟ ଜିଏସଟି ସଂଗ୍ରହ ୧.୧୫ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ବର୍ଷର ପ୍ରଥମ ତ୍ରୈମାସିକରେ ହାରାହାରି ଭାବେ ମାସିକ ସଂଗ୍ରହ ହୋଇଥିବା ୧.୧୦ ଲକ୍ଷ କୋଟି ଟଙ୍କା ତୁଳନାରେ ୫% ଅଧିକ । ଏହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଅର୍ଥନୀତିରେ ଦ୍ରୁତ ଗତିରେ ସୁଧାର ଆସୁଛି । ଅର୍ଥନୈତିକ ଅଭିବୃଦ୍ଧି ସହିତ, ଟିକସ ଫାଙ୍କି କାର୍ଯ୍ୟକଳାପ, ବିଶେଷକରି ନକଲି ବିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ବର୍ଦ୍ଧିତ ଜିଏସଟି ସଂଗ୍ରହରେ ସହାୟକ ହୋଇଛି । ଆଶା କରାଯାଉଛି ଯେ ରାଜସ୍ୱ ଆଦାୟରେ ସକରାତ୍ମକ ଧାରା ଜାରି ରହିବ ଏବଂ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅଧିକ ଆୟ ହେବ ।
କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ମାନଙ୍କୁ ସେମାନଙ୍କ ଜିଏସ୍ଟି ରାଜସ୍ୱ ତାରତମ୍ୟ ଭରଣା ପାଇଁ ଜିଏସ୍ଟି କ୍ଷତିପୂରଣ ବାବଦରେ ୨୨,୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
|
Sep-20
|
Sep-21
|
Growth
|
Jammu and Kashmir
|
368
|
377
|
3%
|
Himachal Pradesh
|
653
|
680
|
4%
|
Punjab
|
1,194
|
1,402
|
17%
|
Chandigarh
|
141
|
152
|
8%
|
Uttarakhand
|
1,065
|
1,131
|
6%
|
Haryana
|
4,712
|
5,577
|
18%
|
Delhi
|
3,146
|
3,605
|
15%
|
Rajasthan
|
2,647
|
2,959
|
12%
|
Uttar Pradesh
|
5,075
|
5,692
|
12%
|
Bihar
|
996
|
876
|
-12%
|
Sikkim
|
106
|
260
|
144%
|
Arunachal Pradesh
|
35
|
55
|
56%
|
Nagaland
|
29
|
30
|
3%
|
Manipur
|
34
|
33
|
-2%
|
Mizoram
|
17
|
20
|
16%
|
Tripura
|
50
|
50
|
0%
|
Meghalaya
|
100
|
120
|
20%
|
Assam
|
912
|
968
|
6%
|
West Bengal
|
3,393
|
3,778
|
11%
|
Jharkhand
|
1,656
|
2,198
|
33%
|
Odisha
|
2,384
|
3,326
|
40%
|
Chhattisgarh
|
1,841
|
2,233
|
21%
|
Madhya Pradesh
|
2,176
|
2,329
|
7%
|
Gujarat
|
6,090
|
7,780
|
28%
|
Daman and Diu
|
15
|
0
|
-99%
|
Dadra and Nagar Haveli
|
225
|
304
|
35%
|
Maharashtra
|
13,546
|
16,584
|
22%
|
Karnataka
|
6,050
|
7,783
|
29%
|
Goa
|
240
|
319
|
33%
|
Lakshadweep
|
1
|
0
|
-51%
|
Kerala
|
1,552
|
1,764
|
14%
|
Tamil Nadu
|
6,454
|
7,842
|
21%
|
Puducherry
|
148
|
160
|
8%
|
Andaman and Nicobar Islands
|
19
|
20
|
3%
|
Telangana
|
2,796
|
3,494
|
25%
|
Andhra Pradesh
|
2,141
|
2,595
|
21%
|
Ladakh
|
9
|
15
|
61%
|
Other Territory
|
110
|
132
|
20%
|
Centre Jurisdiction
|
121
|
191
|
58%
|
Grand Total
|
72,250
|
86,832
|
20%
|
HS
(Release ID: 1759921)
Visitor Counter : 291