ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ୧ ରୁ ୩୧ ଅକ୍ଟୋବର ଏକ ମାସ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ ସ୍ୱଚ୍ଛ ଭାରତ ଅଭିଯାନ ସଂପର୍କରେ ଘୋଷଣା କରିଛନ୍ତି

Posted On: 26 SEP 2021 4:41PM by PIB Bhubaneshwar

ସରକାର ମୁଖ୍ୟତଃ ଥରେ ବ୍ୟବହାର ଯୋଗ୍ୟ ପ୍ଲାଟିକ ଆବର୍ଜନାର ଅନ୍ତ ଘଟାଇବା  ପାଇଁ ୧ରୁ ୩୧ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ, ଏକ ମାସ ଧରି ଦେଶ ବ୍ୟାପୀ ସ୍ୱଚ୍ଛ ଭାରତ ଅଭିଯାନ ଶୁଭାରମ୍ଭ କରିବେକ୍ରୀଡ଼ା ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଏକ ଟ୍ୱିଟ ସନ୍ଦେଶରେ ଏହା ଘୋଷଣା କରି କହିଛନ୍ତି, ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ ପାଇଁଆଜାଦୀ କା ଅମୃତ ମହେତ୍ସବ’’ ପାଳନ କରୁଛେ, ସେତେବେଳେ ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ଆମର ସଂକଳ୍ପ ରହିଛି, ଯାହା ହେଉଛି ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ ଏବଂ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଉପରେ ଆଧାରିତ, ଯେଉଁଥିରେ ସ୍ୱଚ୍ଛତା ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଇଛିମନ୍ତ୍ରୀ ମହୋଦୟ, ଏହି ଅଭିଯାନରେ ଉତ୍ସାହପୂର୍ବକ ଭାବେ ସାମିଲ ହେବା ଏବଂ ସଂକଳ୍ପର ସିଦ୍ଧି ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ସହାୟତା କରିବା ପାଇଁ ଅନୁରୋଧ କରିଛନ୍ତିମନ୍ତ୍ରୀ ମହୋଦୟ ଟ୍ୱିଟ କରି କହିଛନ୍ତି, ସ୍ୱଚ୍ଛତା ହେଉଛି ସର୍ବୋଚ୍ଚ। “ଆଜାଦୀ କା ଅମୃତ ମହେତ୍ସବ’’ରେ ପାରସ୍ପରିକ ସହଯୋଗ ଦ୍ୱାରା ଦେଶକୁ ପ୍ଲାଟିକ ଆବର୍ଜନାରୁ ମୁକ୍ତ କରିବା ପାଇଁ  ସଂକଳ୍ପରୁ ସିଦ୍ଧି ମୂଳ ମନ୍ତ୍ର ଦ୍ୱାରା ୧ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାକୁ ଥିବା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ସହିତ ଯୋଡି ହୁଅନ୍ତୁ।’’

ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଏହା ବିଶ୍ୱର ସର୍ବ ବୃହତ ସ୍ୱଚ୍ଛତା ଅଭିଯାନ ହେବ, ଯେଉଁଥିରେ ଦେଶର ବିଭିନ୍ନ ଭାଗରୁ ୭୫ ଲକ୍ଷ ଟନରୁ ଅଧିକ ଆବର୍ଜନା, ମୁଖ୍ୟତଃ ପ୍ଲାଟିକ ଆବର୍ଜନା, ସଂଗ୍ରହ କରାଯିବ ଏବଂ ଏହାକୁବର୍ଜ୍ୟରୁ ସଂପଦ’’ ମଡେଲ ଆଧାରରେ ପ୍ରକ୍ରିୟାକରଣ କରାଯିବଏହି ଅଭିଯାନର ଉଦ୍ଦେଶ୍ୟ ହେଉଛିସ୍ୱଚ୍ଛ ଭାରତ : ସୁରକ୍ଷିତ ଭାରତ ମନ୍ତ୍ର ପ୍ରଚାର କରିବା

ଅଭିଯାନରେ ଭାଗ ନେବା ପାଇଁ ବ୍ୟକ୍ତି, ସଂଗଠନ, ହିତଧାରକ ଆଦି ନିମ୍ନରେ ଦିଆଯାଇଥିବା ଲିଙ୍କରେ ପଂଜିକରଣ କରିପାରିବେ

https://docs.google.com/forms/d/e/1FAIpQLSfnk5KMQ_bvtk1cFe56oCya0p3semGoKY5vEOJDdPtxzWAdaA/viewform

*****

AH



(Release ID: 1758412) Visitor Counter : 246