ରାଷ୍ଟ୍ରପତିଙ୍କ ସଚିବାଳୟ

୨୦୧୯-୨୦ ବର୍ଷ ପାଇଁ ରାଷ୍ଟ୍ରୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Posted On: 24 SEP 2021 10:45AM by PIB Bhubaneshwar

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏକ ସମାରୋହରେ ୨୦୧୯-୨୦ ବର୍ଷ ପାଇଁ ରାଷ୍ଟ୍ରୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧିତ କରି କହିଛନ୍ତି ଯେ  ମାନବ ଜୀବନର ସୌଧ ପ୍ରାୟ: ଛାତ୍ର ଜୀବନର ଆଧାର ଉପରେ ଛିଡା ହୋଇଥାଏ । ଏମିତିରେ ତ ଶିକ୍ଷା ହେଉଛି ଜୀବନ ବ୍ୟାପୀ ଚାଲୁଥିବା ଏକ ଶତତ ପ୍ରକ୍ରିୟା, କିନ୍ତୁ ମୌଳିକ ବ୍ୟକ୍ତିତ୍ୱର ବିକାଶ ଛାତ୍ର ଜୀବନରୁ ହିଁ ଆରମ୍ଭ ହୋଇଥାଏ । ଏଥିପାଇଁ ସେ ରାଷ୍ଟ୍ରୀୟ ସେବା ଯୋଜନା-ଏନଏସ୍ଏସ୍ କୁ ଏକ ଦୂରଦର୍ଶୀ ଯୋଜନା ବୋଲି ଗ୍ରହଣ କରିଛନ୍ତି, ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ନିଜ ସ୍କୁଲ ଏବଂ କଲେଜ ସମୟରୁ ହିଁ ସମାଜ ଓ ଦେଶ ସେବା କରିବାକୁ ଅବସର ମିଳିଥାଏ ।

ଏହି ତଥ୍ୟକୁ ଆଧାର କରି ରାଷ୍ଟ୍ରୀୟ ସେବା ଯୋଜନାର ସ୍ଥାପନା ୧୯୬୯ ମସିହା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ କରାଯାଇଥିଲା, ରାଷ୍ଟ୍ରପତି କହିଛନ୍ତି, ମହାତ୍ମା ଗାନ୍ଧୀ ନିଜର ପୁରା ଜୀବନ ମାନବ ସେବାରେ ହିଁ ସମର୍ପିତ କରିଥିଲେ । ତାଙ୍କର ଇଚ୍ଛା ଥିଲା ଆମ ଦେଶର ଯୁବଗୋଷ୍ଠୀ ଦାୟିତ୍ୱବାନ ନାଗରିକ ହୁଅନ୍ତୁ ଏବଂ ନିଜ ବ୍ୟକ୍ତିତ୍ୱକୁ ଚିହ୍ନନ୍ତୁ । ଗାନ୍ଧିଜୀଙ୍କ ଅନୁଯାୟୀ ନିଜକୁ ଜାଣିବାର ସବୁଠୁ ଭଲ ଉପାୟ ହେଉଛି ଯେ ନିଜକୁ ଅନ୍ୟମାନଙ୍କ ସେବାରେ ସମର୍ପଣ କରିଦେବା।ଗାନ୍ଧିଜୀଙ୍କ ଜୀବନ ମାନବ ସେବାର ଏକ ଉତ୍କୃଷ୍ଟ ଉଦାହରଣ । ତାଙ୍କ ଆଦର୍ଶ ଏବଂ ତାଙ୍କର ସେବା ମୂଳକ ଭାବନା ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରାସଙ୍ଗିକ ଏବଂ ପ୍ରେରଣାଦାୟୀ ଅଟେ ।

ରାଷ୍ଟ୍ରପତି କହିଛନ୍ତି, କୋଭିଡ-୧୯ର ପ୍ରାରମ୍ଭିକ ପ୍ରକୋପ ସମୟରୁ ନେଇ, ବ୍ୟାପକସ୍ତରରେ ମାସ୍କ ଉତ୍ପାଦନ ଆରମ୍ଭ ହେବା ପର୍ଯ୍ୟନ୍ତ ଏନ୍‌ଏସଏସ୍ ଦ୍ୱାରା ଦୁଇକୋଟି ୩୦ଲକ୍ଷରୁ ଅଧିକ ମାସ୍କ ତିଆରି କରାଯାଇଥିଲା ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ବିତରଣ କରାଯାଇଥିଲା । ସେ ଏହା ମଧ୍ୟ କହିଥିଲେ, ଏନଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ହେଲଲାଇନ ମାଧ୍ୟମରେ ଲୋକମାନଙ୍କୁ କୋଭିଡ ସମ୍ବନ୍ଧିତ ସୂଚନା ପ୍ରଦାନ କରିଥିଲେ ତଥା ସଚେତନତା ଏବଂ ସାହାଯ୍ୟମୂଳକ କାର୍ଯ୍ୟକ୍ରମରେ ଜିଲ୍ଳା ପ୍ରଶାସନକୁ ସହାୟତା କରିଥିଲେ  ।

ରାଷ୍ଟ୍ରପତି କହିଛନ୍ତି ଯେ, ଆଜାଦୀର ୭୫ବର୍ଷ ସମଗ୍ର ଦେଶ ଆଜାଦୀ କା ଅମୃତ ମହୋତ୍ସବ”  ଭାବରେ ପାଳନ କରୁଛି । ଏହା ଜାଣି ତାଙ୍କୁ ଖୁସି ଲାଗୁଛି ଯେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଏବଂ  ସ୍ୱତନ୍ତ୍ରତା ସେନାନୀମାନଙ୍କର ଯୋଗଦାନ ଉପରେ ୱେବିନାର/ ସେମିନାର ଆୟୋଜିତ କରାଯାଉଛି । ଏହି ମହୋତ୍ସବରେ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନଙ୍କର ଯୋଗଦାନ ରହିଛି । ସେ କହିଛନ୍ତି, ଆମର ସ୍ୱତନ୍ତ୍ରତା ସଂଗ୍ରାମ ଏବଂ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଆଦର୍ଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ମଧ୍ୟ ରାଷ୍ଟ୍ରର ସେବା ଅଟେ ।

୧୯୯୩-୯୪ବର୍ଷରେ ରାଷ୍ଟ୍ରୀୟ ସେବା ଯୋଜନାର ରଜତ ଜୟନ୍ତୀ ଅବସରରେ ଯୁବ ଏବଂ ଖେଳ ମନ୍ତ୍ରଣାଳୟ ଦ୍ୱାରା ଏନଏସ୍‌ଏସ୍ ପୁରସ୍କାର ଆରମ୍ଭ କରାଯାଇଥିଲା ।

ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି, ବିଶ୍ୱ ବିଦ୍ୟାଳୟ / ମହାବିଦ୍ୟାଳୟ, ଯୁକ୍ତଦୁଇ ପରିଷଦ ଓ ଉଚ୍ଚ ମାଧ୍ୟମିକ, ଏନଏସ୍‌ଏସ୍ ଏକକ / କାର୍ଯ୍ୟକ୍ରମ ଅଧିକାରୀ ତଥା ଏନ୍‌ଏସ୍‌ଏସ୍ ସ୍ୱୟଂ ସେବକଙ୍କ ଦ୍ୱାରା ସ୍ୱଇଚ୍ଛାରେ କରାଯାଇଥିବା ସାମୁଦାୟିକ ସେବାରେ ଉତ୍କୃଷ୍ଟ ଯୋଗଦାନକୁ ସମ୍ମାନ ଦେବା ଓ ପୁରସ୍କୃତ କରିବା ।

ଓଡିଶାର ବିକ୍ରମ ବିଶୋୟୀ ଓ ଜନ୍ମେଜୟ ଗିରିଙ୍କୁ ମଧ୍ୟ ଏହି ସମାରୋହରେ ପୁରସ୍କୃତ କରାଯାଇଥିଲା । ଜାତୀୟ ସେବା ଯୋଜନା ମାଧ୍ୟମରେ ଦୃଷ୍ଟାନ୍ତମୂଳକ ଓ ପ୍ରଶଂସନୀୟ ସମାଜ ସେବା ପାଇଁ, ଏହି ଦୁଇଜଣଙ୍କୁ ୨୦୧୯-୨୦ ପାଇଁ ଜାତୀୟ ସେବା ଯୋଜନା ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ଭୁବନେଶ୍ୱରର ଖାରବେଳନଗର ସ୍ଥିତ ଇନ୍‌ଷ୍ଟିୁଚ୍ୟୁଟ ଅଫ ମିଡିଆ ଷ୍ଟଡିଅନୁଷ୍ଠାନର ପୋଷ୍ୟ ଗ୍ରାମରେ ଶ୍ରୀ ବିକ୍ରମ ବିଶୋୟୀ ସମାଜ ସେବା କାର୍ଯ୍ୟ ହାତକୁ ନେଇଥିଲେ । ଏଚ.ଆଇ.ଭି. ରୋଗୀଙ୍କ ପାଇଁ ଚିକିତ୍ସା ହେଉ କିମ୍ବା ପ୍ରବାସୀ ପକ୍ଷୀଙ୍କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ, ପୁଣି ଦିବ୍ୟାଙ୍ଗଙ୍କ ପାଇଁ ସହାୟତା ଉପକରଣ ବିତରଣ କରିବା ହେଉ କିମ୍ବା ଚିଲିକା ହ୍ରଦ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ପିଲାଙ୍କ ଶିକ୍ଷା ହେଉ, ଶ୍ରୀ ବିଶୋୟୀ ନିଜର ଯୋଗଦାନ ଦେଇଛନ୍ତି ।

ସେହିପରି ଝାରପୋଖରିଆସ୍ଥିତ ଶୀମାନ୍ତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଜଣେ ସ୍ୱେଚ୍ଛାସେବୀ ଥିବା ଜନ୍ମେଜୟ ଗିରି, ଏନ୍‌ଏସ୍‌ଏସ୍ ଦ୍ୱାରା ପୋଷିତ ଏକ ଆଦିବାସୀ ଗ୍ରାମରେ ସାକ୍ଷରତା, ବୃକ୍ଷରୋପଣ, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସକ୍ରିୟ ଯୋଗଦାନ ଦେଇଛନ୍ତି । ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ  ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନବୀମା ଯୋଜନା ଓ ନବୀକରଣୀୟ ଶକ୍ତି ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି ।

****

 

NS / SLP



(Release ID: 1757882) Visitor Counter : 260