ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ

Posted On: 14 SEP 2021 9:11AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୭୫.୨୨ କୋଟି ଟିକା ଦିଆଯାଇସାରିଛି । 

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୨୫,୪୦୪ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । 

ସକ୍ରିୟ ମାମଲା ସର୍ବମୋଟ ମାମଲାର ୧.୦୯ପ୍ରତିଶତ ଅଟେ । 

ଭାରତରେ ବର୍ତ୍ତମାନ ୩,୭୨,୨୦୭ ସକ୍ରିୟ ମାମଲା ରହିଛି ।

ବର୍ତ୍ତମାନ ଆରୋଗ୍ୟ ହାର ୯୭.୫୮ପ୍ରତିଶତ ଅଟେ ।

ଗତ ୨୪ଘଣ୍ଟାମଧ୍ୟରେ ୩୭, ୧୨୭ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୪, ୮୪, ୧୫୯ରୋଗୀ ସୁସ୍ଥ ହୋଇଛନ୍ତି ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ପର୍ଯ୍ୟନ୍ତ ୨.୦୭ପ୍ରତିଶତ ଅଟେ, ଯାହା ଗତ ୮୧ଦିନରେ ୩ ପ୍ରତିଶତରୁ କମ୍ ରହିଛି । 

ଦୈନିକ ସଂକ୍ରମଣ ହାର ୧.୭୮ପ୍ରତିଶତ ଅଟେ, ଯାହାକି ଗତ ୧୫ଦିନରେ ୩ ପ୍ରତିଶତରୁ କମ୍ ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୪.୪୪କୋଟି ପରୀକ୍ଷଣ କରାଯାଇସାରିଛି । 

 

****

NS / SLP

 



(Release ID: 1754889) Visitor Counter : 164