ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ

Posted On: 10 SEP 2021 9:51AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୭୨.୩୭ କୋଟି ଟିକା ଦିଆଯାଇସାରିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୪,୯୭୩ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ସକ୍ରିୟ ମାମଲା ସର୍ବମୋଟ ମାମଲାର ୧. ୧୮ପ୍ରତିଶତ ଅଟେ ।

ଭାରତରେ ବର୍ତ୍ତମାନ ୩,୯୦, ୬୪୬ ସକ୍ରିୟ ମାମଲା ରହିଛି ।

ବର୍ତ୍ତମାନ ଆରୋଗ୍ୟ ହାର ୯୭.୪୯ ପ୍ରତିଶତ ଅଟେ ।

ଗତ ୨୪ଘଣ୍ଟାମଧ୍ୟରେ ୩୭, ୬୮୧ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୩, ୪୨, ୨୯୯ ରୋଗୀ ସୁସ୍ଥ ହୋଇଛନ୍ତି ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ପର୍ଯ୍ୟନ୍ତ ୨. ୩୧ପ୍ରତିଶତ ଅଟେ, ଯାହା ଗତ ୭୭ଦିନରେ ୩ ପ୍ରତିଶତରୁ କମ୍ ରହିଛି ।

ଦୈନିକ ସଂକ୍ରମଣ ହାର ୧.୯୬ପ୍ରତିଶତ ଅଟେ, ଯାହାକି ଗତ ୧୧ଦିନରେ ୩ ପ୍ରତିଶତରୁ କମ୍ ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୩.୮୬କୋଟି ପରୀକ୍ଷଣ କରାଯାଇସାରିଛି । 

*****

NS / SLP



(Release ID: 1754023) Visitor Counter : 32