ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ବାୟୁ ସେନା ପାଇଁ ୫୬ ସି-୨୯୫ଏମଡବ୍ଲୁ ପରିବହନ ବିମାନ କ୍ରୟ ନିମନ୍ତେ ଥିବା ପ୍ରସ୍ତାବକୁ କ୍ୟାବିନେଟ୍ର ମଞ୍ଜୁରୀ ପ୍ରଦାନ

“ଆତ୍ମନିର୍ଭର ଭାରତ” ପାଇଁ ଏକ ବିରାଟ ସଫଳତା

Posted On: 08 SEP 2021 6:27PM by PIB Bhubaneshwar

ପ୍ରମୁଖ ବୈଶିଷ୍ଟ୍ୟ:

-ସ୍ପେନରୁ ୧୬ଟି ବିମାନ ଉଡାଣଭରା ସ୍ଥିତିରେ ଅଣାଯିବଅନ୍ୟ ୪୦ଟି ବିମାନ ଭାରତରେ ନିର୍ମାଣ କରାଯିବ

-“ମେକ୍ଇନ୍ଇଣ୍ଡିଆସ୍ୱଦେଶୀ କ୍ଷମତାବୃଦ୍ଧି ଏବଂ ପ୍ରୋତ୍ସାହନ ନିମନ୍ତେ ଏକ ଅଭିନବ ପ୍ରୟାସ

-ସ୍ୱଦେଶୀ ଇଲେକ୍ଟ୍ରୋନିକ୍ଯୁଦ୍ଧ ସୁଟ୍ସମସ୍ତ ବିମାନରେ ସ୍ଥାପନ କରାଯିବ

-ଭାରତୀୟ ବାୟୁ ସେନାର ପୁରୁଣା ଆଭ୍ରୋ ବିମାନକୁ ସେବାମୁକ୍ତ କରାଯିବ

- - ୧୦ ଟନ୍ପରିବହନକ୍ଷମ ପରିବହନ ବିମାନରେ ଅତ୍ୟାଧୁନିକ ପ୍ରଯୁକ୍ତି ଖଞ୍ଜାଯିବ

ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି  ସ୍ପେନର ମେସର୍ସ ଏୟାରବସ୍ଡ଼ିଫେନ୍ସ ଆଣ୍ଡ ସ୍ପେସ୍ଏସ ଠାରୁ ଭାରତୀୟ ବାୟୁସେନା ନିମନ୍ତେ ଛପନଟି ସି-୨୯୫ଏମଡବ୍ଲୁ ପରିବହନ ବିମାନ କ୍ରୟ କରିବା ନିମନ୍ତେ ଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି ସି- ୨୮୫ଏବଡବ୍ଲୁ ବିମାନ ଏକ ପରିବହନ ବିମାନ ଯାହାର ୫ରୁ ୧୦ ଟନ୍ପର୍ଯ୍ୟନ୍ତ ମାଲ ପରିବହନ କରିନେବାର ଦକ୍ଷତା ରହିଛି ଏବଂ ସେହିଭଳି ଭାରତୀୟ ବାୟୁସେନାରେ ଥିବା ପୁରୁଣା ଆଭ୍ରୋ ପରିବହନ ବିମାନରେ ଅତ୍ୟାଧୁନିକ ପ୍ରଯୁକ୍ତି ଖଞ୍ଜାଯିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ମୋହର ମିଳିଛି ଏହି ବିମାନରେ ଏକ ପଛୁଆ ରାମ୍ପ ଦ୍ୱାର ରହିଛି ଯାହାକି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସେନା କାର୍ଗୋର ପାରା ଡ୍ରପିଂ ନିମନ୍ତେ ଏକାନ୍ତ ମହତ୍ତ୍ୱପୂର୍ଣ୍ଣ

ଚୁକ୍ତିନାମା ଅନୁସାରେ ସ୍ପେନରୁ ଏଭଳି ଧରଣର ଷୋହଳଟି ବିମାନ ଉଡାଣ ଭରିବା ଅବସ୍ଥାରେ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ୪୮ ମାସ ମଧ୍ୟରେ ଅଣାଯିବ ଏବଂ ଅନ୍ୟ ୪୦ଟି ବିମାନ ଭାରତରେ ଟାଟା କନସୋର୍ଟିୟମ୍ଦ୍ୱାରା ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଦଶ ବର୍ଷ ଭିତରେ ନିର୍ମିତ ହେବ ଏହା ଏଭଳି ଧରଣର ପ୍ରଥମ ପ୍ରକଳ୍ପ ଯେଉଁଥିରେ ସାମରିକ ବିମାନ ଭାରତରେ ଏକ ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ହେବାକୁ ଯାଉଛି ସମସ୍ତ ଛପନଟି ବିମାନରେ ସ୍ୱଦେଶୀ ଜ୍ଞାନକୌଶଳଯୁକ୍ତ ଇଲେକ୍ଟ୍ରୋନିକ୍ଯୁଦ୍ଧ ସୁଟ୍ଖଞ୍ଜାଯିବ ଏହି ପ୍ରକଳ୍ପ ଭାରତରେ ଏରୋସ୍ପେସ୍ବାତାବରଣକୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ଯୋଗାଇବ ଯେଉଁଥିରେ ସାରା ଦେଶର ଅନେକ ଗୁଡ଼ିଏ ଏମଏସଏମଇ ସାମିଲ ହେବେ ଏହିସବୁ ଏମଏସଏମଇମାନେ ସେସବୁ ବିମାନର ବିଭିନ୍ନ ଯନ୍ତ୍ରାଂଶ ନିର୍ମାଣ କରିବେ

ଏହି ପ୍ରକଳ୍ପ ସରକାରଙ୍କଆତ୍ମନିର୍ଭର ଭାରତ ଅଭିଯାନକାର୍ଯ୍ୟକ୍ରମକୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ଯୋଗାଇବ କାରଣ ଏହା ଭାରତର ଘରୋଇ ଶିଳ୍ପସଂସ୍ଥାମାନଙ୍କୁ ଏକ ଅଭିନବ ସୁଯୋଗ ପ୍ରଦାନ କରିବାକୁ ଯାଉଛି ତାହା ପ୍ରଯୁକ୍ତି ଭିତ୍ତିକ ହେବ ଏବଂ ଏହା ଦେଶର ବିମାନ ନିର୍ମାଣ ଶିଳ୍ପକୁ ପ୍ରତିଦ୍ୱନ୍ଦ୍ୱୀ କରାଇବ ଏହା ଫଳରେ ଦେଶର ଘରୋଇ କମ୍ପାନୀମାନେ ବିମାନ ନିର୍ମାଣ ପାଇଁ ଅଧିକ ଆଗ୍ରହ ପ୍ରକଟ କରିବେ ଯାହା କି ବିଦେଶରୁ ବିମାନ ଆମଦାନୀ ମାତ୍ରାକୁ ମଧ୍ୟ କମାଇବ ବିଦେଶକୁ ତାହା ଯୋଗାଇ ପାରିବ

ଏହାର ବିପୁଳ ସଂଖ୍ୟକ ବିସ୍ତୃତ ଯନ୍ତ୍ରାଂଶ, ସବ୍ଆସେମ୍ବ୍ଲି ଏପଂ ପ୍ରମୁଖ ଯନ୍ତ୍ରାଂଶ ଏକତ୍ରିକରଣ ଯାହାକି ଭାରତରେ ବିମାନ ନିର୍ମାଣ ପାଇଁ ଏବେସୁଦ୍ଧା ନିର୍ଦ୍ଧାରିତ ହୋଇି ତାହାକୁ ପ୍ରୋତ୍ସାହିତ କରିବ ଏହି କାର୍ଯ୍ୟକ୍ରମ ଦେଶରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟିକୁ ମଧ୍ୟ ତ୍ୱରାନ୍ୱିତ କରିବ ଏବଂ ଦେଶର ବିମାନ ନିର୍ମାଣ ବାତାବରଣ ସକ୍ରିୟ ହେବ ଏହାଦ୍ୱାରା ଦେଶରେ ୬୦୦ ଅତି ଉଚ୍ଚ କୁଶଳୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବେଳେ ୩୦୦୦ରୁ ଅଧିକ ଅପ୍ରତ୍ୟକ୍ଷ କର୍ମନିଯୁକ୍ତି ଏବଂ ଆଉ ୩୦୦୦ ଅତିରିକ୍ତ ମଧ୍ୟମ କୌଶଳଯୁକ୍ତ ନିଯୁକ୍ତି ସୁଯୋଗକୁ ଜନ୍ମଦେବ  ଦେଶର ବିମାନ ନିର୍ମାଣ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ୪୨. ଲକ୍ଷ ମାନବ ଦିବସରୁ ଅଧିକ କାର୍ଯ୍ୟ ରହିଛି ସେହିଭଳି ଦେଶରେ ହାଙ୍ଗର, ବିଲଡ଼ିଂ, ଆପ୍ରନ ଟ୍ର୍ୟାକ୍ସିୱେ ଭଳି ବିଶେଷ ସଂସାଧନର ମଧ୍ୟ ଏହା ବିକାଶ ଘଟାଇବ ଆଶା କରାଯାଉଛି ଯେ ଟାଟା କନସୋର୍ଟିୟମ୍ଯାହାକି ଏହି ବିଶେଷ ପ୍ରକ୍ରିୟାରେ ସଂଶ୍ଳିଷ୍ଟ ତାହା ସର୍ବାଧିକ ଲାଭବାନ ହେବ ଏବଂ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ନ୍ୟାସନାଲ ଏରୋସ୍ପେସ୍ଆଣ୍ଡ୍ଡିଫେନ୍ସ କଣ୍ଟ୍ରାକ୍ଟର୍ସ ଆକ୍ରିଡ଼ିଟେସନ ପ୍ରୋଗ୍ରାମ୍‍ (ଏନଏଡିସିଏପି) ସ୍ୱୀକୃତି ଲାଭ କରିବ

ଏଭଳି ହସ୍ତାନରଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପୂର୍ବରୁଡ଼ିସ୍ତରୀୟ ସର୍ଭିସିଂ ସୁବିଧା (ଏମଆରଓ) ଯାହାକି ସି-୨୯୫ଏମଡବ୍ଲୁ ବିମାନ ପାଇଁ ଆବଶ୍ୟକ ତାହା ଭାରତର ପ୍ରତିଷ୍ଠା ହେବ ଏହି ସୁବିଧା ଏକ କ୍ଷେତ୍ରୀୟ ଏମଆରଓ ଭାବେ କାର୍ଯ୍ୟ କରିବ ଯାହାକି ବିଭିନ୍ନ ଧରଣର ସି-୨୯୫ ବିମାନ ପାଇଁ ଏକାନ୍ତ ଜରୁରି

ଏହାତିରିକ୍ତ, ଓଇଏମ ମଧ୍ୟ ଏହାର ଅଫ୍ସେଟ୍ଦାୟିତ୍ୱ ନିର୍ବାହ ପୂର୍ବକ ଭାରତୀୟ ଅଫ୍ସେଟ୍ପାର୍ଟନରମାନଙ୍କ ଠାରୁ ସମସ୍ତ ଯୋଗ୍ୟ ଉତ୍ପାଦ ସେବାକୁ ସିଧାସଳଖ ଭାବେ କ୍ରୟ କରିପାରିବ ଏହା ଦେଶର ଅର୍ଥନୀତିକୁ ଅଧିକ ପ୍ରୋତ୍ସାହନ ଯୋଗାଇବ

ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏକ ଅଭିନବ ପ୍ରୟାସ ଯାହାକି ନିଜସ୍ୱ ଜ୍ଞାନକୌଶଳକୁ ପ୍ରୋତ୍ସାହନ ଯୋଗାଇବା ସହିତମେକ୍ଇନ୍ଇଣ୍ଡିଆକୁ ସମର୍ଥନ ଜଣାଏ

ss



(Release ID: 1753418) Visitor Counter : 227