ଖଣି ମନ୍ତ୍ରଣାଳୟ
azadi ka amrit mahotsav

ଋଷିଆର ଜଏଣ୍ଟ ଷ୍ଟକ୍ କମ୍ପାନୀ ରୋସଜିଓଲୋଜିଆ ଏବଂ ଭାରତର ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ) ମଧ୍ୟରେ ଭୂ ବିଜ୍ଞାନ କ୍ଷେତ୍ରରେ ସହଯୋଗ ଉପରେ ବୁଝାମଣାପତ୍ରକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

प्रविष्टि तिथि: 08 SEP 2021 2:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତୀୟ ଜିଓଲୋଜିକାଲ ସର୍ଭେ ଅଫ୍ଇଣ୍ଡିଆ (ଜିଏସ୍ଆଇ) ଋଷ ସରକାରଙ୍କର ଜଏଣ୍ଟ ଷ୍ଟକ୍ କମ୍ପାନୀ ରୋସୋଜିଓଲୋଜିଆ ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ ଅନୁମୋଦନ ଦେଇଛି ଭାତର ଋଷର ଏହି ଦୁଇ କମ୍ପାନୀ ମିଳିତ ଭାବରେ ଭୂ ବିଜ୍ଞାନ କ୍ଷେତ୍ରରେ କାମ କରିବେ

ଏହି ବୁଝାମଣାର ମୂଳ ଉଦ୍ଦେଶ୍ୟ ହେଉଛି ଭୂ ଗର୍ଭରେ ଥିବା ଖଣିଜ ସମ୍ପଦ ସମ୍ପର୍କରେ ଅନୁସନ୍ଧାନ ଉପରେ ବୈଷୟିକ ସହାୟତା ପାଇଁ ପାରସ୍ପରିକ ସହଯୋଗ ବୃଦ୍ଧି କରିବା; ଏରୋ-ଜିଓଫିଜିକାଲ୍ ତଥ୍ୟର ବିଶ୍ଳେଷଣ ଏବଂ ବ୍ୟାଖ୍ୟା; ପିଜିଇ ଏବଂ ଆରଇଇ ଅନୁସନ୍ଧାନ ଏବଂ ଗବେଷଣା; ଋଷର ଅତ୍ୟାଧୁନିକ ସୂଚନା ପ୍ରଯୁକ୍ତିବିଦ୍ୟା ସହିତ ଭାରତୀୟ ଭୂ ବିଜ୍ଞାନ ଡାଟା ସଂଗ୍ରହାଳୟର ମିଳିତ ବିକାଶ; ଡାଟା ସଠିକତା ହାସଲ କରିବା ଏବଂ କମ୍ଖର୍ଚ୍ଚରେ ଖନନ, ନମୁନା ସଂଗ୍ରହ ଏବଂ ପରୀକ୍ଷାଗାର ବିଶ୍ଳେଷଣ କ୍ଷେତ୍ରରେ ବୈଷୟିକ ଏବଂ ଜ୍ଞାନର ଆଦାନ ପ୍ରଦାନ; ଏବଂ ଭୂ ବିଜ୍ଞାନ କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ବୈଜ୍ଞାନିକମାନଙ୍କ ତାଲିମ ଏବଂ ଦକ୍ଷତା ବୃଦ୍ଧି ଇତ୍ୟାଦି

ରୋସଜିଓ ଏବଂ ଜିଏସ୍ଆଇ ଦୀର୍ଘ ଅଭିଜ୍ଞତା ଏବଂ ସେମାନଙ୍କର ସହଯୋଗର ସମ୍ଭାବନାକୁ ଦୃଷ୍ଟିରେ ରଖି ଭୂ ବିଜ୍ଞାନ କ୍ଷେତ୍ରରେ ଜିଏସ୍ଆଇ ଏବଂ ରୋସଜିଓ ମଧ୍ୟରେ ସହଯୋଗ ପାଇଁ ଏକ କ୍ଷେତ୍ର ଯୋଗାଇବା ପାଇଁ ଏହି ଏମଓୟୁ ବିଶେଷ ଲାଭଦାୟକ ଅଟେ

ପୃଷ୍ଠଭୂମି:

ଜଏଣ୍ଟ ଷ୍ଟକ୍ କମ୍ପାନୀ ରୋସୋଜିଓଲୋଜିଆ (ରୋସଜିଓ) ହେଉଛି ଋଷିଆନ ସଂଘର ସରକାରୀ ଅଂଶଧନ ଥିବା ଏକ ବୃହତ୍କମ୍ପାନୀ ଯାହା ବିକଶିତ ଏବଂ ବୈଷୟିକ ଦକ୍ଷତା, ଉଚ୍ଚ ବୃତ୍ତିଗତ ଦକ୍ଷତା ଏବଂ ଗଚ୍ଛିତ ଥିବା ଭୌଗୋଳିକ ସୂଚନାର ଏକ ଅନନ୍ୟ ପରିସର କମ୍ପାନୀ ସମସ୍ତ ପ୍ରକାରର ଖଣିଜ ସମ୍ପଦ ପାଇଁ ଆଞ୍ଚଳିକ ସର୍ବେକ୍ଷଣ ଠାରୁ ଆରମ୍ଭ କରି ସଂରକ୍ଷଣର ଆକଳନ ଏବଂ କ୍ଷେତ୍ରଗୁଡିକର କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଭୌଗୋଳିକ ଅନୁସନ୍ଧାନ ଏବଂ ଗବେଷଣା କାର୍ଯ୍ୟକଳାପ କରିଥାଏ, ମାଟି ତଳେ ଥିବା ଖଣିଜ ସମ୍ପଦ ଖନନ କ୍ଷେତ୍ରରେ ଏହାର ଅନନ୍ୟ ଦକ୍ଷତା ରହିଛି

୨୦୨୦ ମସିହାରେ ଭାରତ ଗସ୍ତ ସମୟରେ, ରୋସଜିଓର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଠାରେ ଖଣି ଏବଂ ଜିଓ ଲୋଜିକାଲ ସର୍ଭେ ଅଫ୍ଇଣ୍ଡିଆ (ଜିଏସ୍ଆଇ) ମନ୍ତ୍ରାଳୟ ସହିତ ଏକ ବୈଠକ କରି ଅନୁସନ୍ଧାନ କାର୍ଯ୍ୟରେ ସହଯୋଗର ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲେ ଏହି ବୈଠକରେ ଭୂ ବିଜ୍ଞାନ କ୍ଷେତ୍ରରେ ସହଯୋଗ ଉପରେ ଜିଏସ୍ଆଇ ଏବଂ ରୋସଜିଓ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହେବାକୁ ପ୍ରସ୍ତାବ ଦିଆଯାଇଥିଲା ସେହି ଅନୁଯାୟୀ, ଜିଏସ୍ଆଇ ଏହାର ଋଷୀୟ ପ୍ରତିପକ୍ଷ ଯଥା ରୋସଜିଓ ସହିତ ପରାମର୍ଶ କରି ଏକ ଚିଠା ବୁଝାମଣାପତ୍ର ଚୂଡାନ୍ତ କରିଛି

 

HS


(रिलीज़ आईडी: 1753250) आगंतुक पटल : 189
इस विज्ञप्ति को इन भाषाओं में पढ़ें: Urdu , English , हिन्दी , Marathi , Bengali , Punjabi , Gujarati , Telugu , Kannada , Malayalam