ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ-୧୯ ଅପଡେଟ

ପୋଷ୍ଟ କରାଯିବା ଦିନାଙ୍କ: 06 SEP 2021 9:30AM by PIB Bhubaneswar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୬୮.୭୫ କୋଟି ଟିକା ଦିଆଯାଇସାରିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୩୮,୯୪୮ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ସକ୍ରିୟ ମାମଲା ସର୍ବମୋଟ ମାମଲାର ୧. ୨୩ପ୍ରତିଶତ ଅଟେ ।

ଭାରତରେ ବର୍ତ୍ତମାନ ୪,୦୪, ୮୭୪ ସକ୍ରିୟ ମାମଲା ରହିଛି ।

ବର୍ତ୍ତମାନ ଆରୋଗ୍ୟ ହାର ୯୭.୪୪ ପ୍ରତିଶତ ଅଟେ ।

ଗତ ୨୪ଘଣ୍ଟା ମଧ୍ୟରେ ୪୩,୯୦୩ ରୋଗୀ ସୁସ୍ଥ ହୋଇଛନ୍ତି ।  ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୧, ୮୧, ୯୯୫  ରୋଗୀ ସୁସ୍ଥ ହୋଇଛନ୍ତି ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୫୮ ପ୍ରତିଶତ ଅଟେ, ଯାହା ଗତ ୭୩ ଦିନରେ ୩ ପ୍ରତିଶତରୁ କମ୍ ରହିଛି ।

ଦୈନିକ ସଂକ୍ରମଣ ହାର ୨.୭୬ ପ୍ରତିଶତ ଅଟେ, ଯାହା ଗତ ୭ଦିନରେ ୩ ପ୍ରତିଶତରୁ କମ୍ ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୩.୧୪କୋଟି ପରୀକ୍ଷଣ କରାଯାଇସାରିଛି ।

*****

NS / SLP


(ରିଲିଜ ଆଡି: 1752507) ପରିଦର୍ଶକ କାଉଣ୍ଟର : 328