ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭ୍ଲାଡିଭଷ୍ଟକ ଠାରେ ଷଷ୍ଠ ପୂର୍ବାଞ୍ଚଳ ଆର୍ଥିକ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ସମ୍ବୋଧନ

Posted On: 03 SEP 2021 2:45PM by PIB Bhubaneshwar

ଭ୍ଳାଡିଭୋଷ୍ଟକ ଠାରେ ଅନୁଷ୍ଠିତ ଷଷ୍ଠ ପୂର୍ବାଞ୍ଚଳ ଆର୍ଥିକ ମଞ୍ଚ (ଇଇଏଫ)ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଅଧିବେଶନକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ବୋଧନ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପଞ୍ଚମ ଇଇଏଫ-୨୦୧୯ ମସିହାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ ।

            ରାଷ୍ଟ୍ରପତି ପୁଟିନଙ୍କ ଦୂର ପ୍ରାଚ୍ୟ ରୁଷର ବିକାଶ ଦୂରଦୃଷ୍ଟିର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆକ୍ଟ ଇଷ୍ଟ ପଲିସୀରେ ଭାରତର ପ୍ରତିବଦ୍ଧ ଉପରେ ପୁନଃଗୁରୁତ୍ୱ ଆରୋପ କରି ଭାରତ ଏକ ନିର୍ଭରଯୋଗ୍ୟ ଅଂଶୀଦାର ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ରୁଷ ଦୂର ପ୍ରାଚୀର ବିକାଶ ଦିଗରେ ଭାରତ ଓ ରୁଷର ପାରସ୍ପାରିକ ସହଯୋଗ ଉପରେ ସେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଅଧିକ ଆର୍ଥିକ ଓ ବାଣିଜ୍ୟିକ ସହଯୋଗ ଉପରେ ଗୁରୁତ୍ୱ ଆରୋପ କରିବା ସଙ୍ଗେ ସଙ୍ଗେ ସହଯୋଗର ରଣନୀତି ଉପରେ ସୂଚନା ଦେଇଥିଲେ । ବୈଶ୍ୱିକ ମହାମାରୀ କାଳରେ ସ୍ୱାସ୍ଥ୍ୟ ଓ ଔଷଧପତ୍ର କ୍ଷେତ୍ରରେ ବୃଦ୍ଧି ପାଇଥିବା ସହଯୋଗ ଉପରେ ସେ ଆଲୋକପାତ କରିଥିଲେ । ଏହାଛଡା ସେ ହୀରା, ରନ୍ଧନ କୋଇଲା, ଇସ୍ପାତ, କାଠ ଭଳି କେତେକ କ୍ଷେତ୍ରରେ ଆର୍ଥିକ ସହଯୋଗ ଉପରେ ମଧ୍ୟ କହିଥିଲେ । ଇଇଏଫ-୨୦୧୯ରେ ଭାରତୀୟ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କ ଅଂଶଗ୍ରହଣର ସ୍ମରଣ କରି ଦୂରପ୍ରାଚ୍ୟ ରୁଷର ୧୧ଟି ଅଞ୍ଚଳର ଗଭର୍ଣ୍ଣରମାନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ ।

            କୋଭିଡ ମହାମାରୀ ସତ୍ତ୍ୱେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀଙ୍କ ନେତୃତ୍ୱରେ କେତେକ ଅଗ୍ରଣୀ ତେଲ ଓ ଗ୍ୟାସ କମ୍ପାନୀଙ୍କ ପ୍ରତିନିଧିଦଳ ଇଇଏଫ ଅଧୀନରେ ଭାରତ-ରୁଷ ବ୍ୟାବସାୟିକ କଥାବାର୍ତ୍ତାରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ଓ ରୁଷର ସାଖା-ୟାକୁଟିଆ ପ୍ରଦେଶ ଗଭର୍ଣ୍ଣରଙ୍କ ମଧ୍ୟରେ ଗତ ଦୁଇତାରିଖ ଦିନ ଏକ ଅନଲାଇନ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ୫୦ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ କମ୍ପାନୀଙ୍କ ପ୍ରତିନିଧି ମଧ୍ୟ ଏହି ଅନଲାଇନ କଥାବର୍ତ୍ତାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

 

****

SM / SLP



(Release ID: 1751831) Visitor Counter : 237