ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପ୍‌ଡେଟ

Posted On: 02 SEP 2021 9:30AM by PIB Bhubaneshwar

ଗତ ୨୪ଘଣ୍ଟାରେ  ୮୧ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି ।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୬୬.୩୦ କୋଟିରୁ ଅଧିକ ଟିକା ଦାନ କରାଯାଇଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୭,୦୯୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ସକ୍ରିୟ ମାମଲା ସର୍ବମୋଟ ମାମଲାର ୧.୧୯ ପ୍ରତିଶତ ଅଟେ ।

ଭାରତରେ ବର୍ତ୍ତମାନ ୩, ୮୯, ୫୮୩ ସକ୍ରିୟ ରୋଗୀ ରହିଛନ୍ତି  ।

ବର୍ତ୍ତମାନ ଆରୋଗ୍ୟ ହାର ୯୭.୪୮ ପ୍ରତିଶତ ରହିଛି ।

ଗତ ୨୪ଘଣ୍ଟା ମଧ୍ୟରେ ୩୫,୧୮୧ ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୦, ୨୮, ୮୨୫ରୋଗୀ ସୁସ୍ଥ ହୋଇଛନ୍ତି ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୬୨ ପ୍ରତିଶତ ରହିଛି, ଯାହା ଗତ ୬୯ ଦିନରେ ୩ ପ୍ରତିଶତରୁ କମ୍ ।

ଦୈନିକ ପଜିଟିଭିଟି ହାର ୨. ୮୦ ପ୍ରତିଶତ ଅଟେ ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୨.୪୮କୋଟି ପରୀକ୍ଷଣ କରାଯାଇସାରିଛି ।

 

****

 NS / SLP



(Release ID: 1751521) Visitor Counter : 187