ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ (ତା୦୧.୦୯.୨୦୨୧)ଦିନ ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ

Posted On: 31 AUG 2021 2:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ତା୦୧.୦୯.୨୦୨୧) ଅପରାହ୍ନ ୪.୩୦ରେ ଶ୍ରୀଲ ଭକ୍ତ ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବେ । 

 

ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ସମ୍ପର୍କରେ-ସ୍ୱାମୀ ଜୀ  International Society for Krishna Consciousness (ISKCON)ଲୋକପ୍ରିୟ ଭାବେ ଜଣାଶୁଣା ହରେକୃଷ୍ଣ ଆନ୍ଦୋଳନର ପ୍ରତିଷ୍ଠା କରିଥିଲେ । ଇସ୍‌କନ୍ ଶ୍ରୀମଦ୍ ଭାଗବତ୍ ଗୀତା ଓ ଅନ୍ୟାନ୍ୟ ବୈଦିକ ସାହିତ୍ୟ କୃତି ଗୁଡିକ ୮୯ ଟି ଭାଷାରେ ଅନୁବାଦ କରିଛନ୍ତି । ସମଗ୍ର ବିଶ୍ୱରେ ବୈଦିକ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଇସ୍କନ୍ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

 

ସ୍ୱାମୀଜୀଙ୍କ ଶତାଧିକ ମନ୍ଦିର ନିର୍ମାଣ କରିବା ସହ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ବିଶ୍ୱରେ ଭକ୍ତି ଯୋଗ ଶିକ୍ଷାଦାନ ମଧ୍ୟ କରିଛନ୍ତି

 କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

 

*****

SM / SLP



(Release ID: 1750920) Visitor Counter : 198