ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆଇକନିକ ସପ୍ତାହ ସମାପ୍ତ

Posted On: 30 AUG 2021 5:18PM by PIB Bhubaneshwar

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ପାଳିତ ଆଜାଦି କା ଅମୃତ ମହୋତ୍ସବର ସପ୍ତାହବ୍ୟାପୀ ଉତ୍ସବ, ‘ଆଇକନିକ ସପ୍ତାହ ଶେଷ ହୋଇଛି ୨୩ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ମନ୍ତ୍ରଣାଳୟର ସମସ୍ତ ଗଣମାଧ୍ୟମ ୟୁନିଟ୍ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ

ସପ୍ତାହରେ ପ୍ରମୁଖ ବିଷୟଗୁଡିକ ମଧ୍ୟରେ ସମ୍ବିଧାନ ପ୍ରସ୍ତୁତି ଉପରେ -ଫଟୋ ପ୍ରଦର୍ଶନୀ ଏବଂ ଭର୍ଚୁଆଲ ପୋଷ୍ଟର ପ୍ରଦର୍ଶନୀ  ଚିତ୍ରାଞ୍ଜାଲୀ @୭୫ ଉଦଘାଟନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁରଙ୍କ ସହ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ, ଶ୍ରୀ ଅର୍ଜୁନ ରାମ ମେଘୱାଲ, ଡଃ.ଏଲ୍‍,ମୁରୁଗାନ ଏବଂ ଶ୍ରୀମତୀ ମିନାକ୍ଷୀ ଲେଖୀଙ୍କ ଦ୍ୱାରା କରାଯାଇଥିଲା

ଏହି ସପ୍ତାହରେ ଦୂରଦର୍ଶନ ନେଟୱାର୍କ ପକ୍ଷରୁ ଏକାଧିକ ଡକ୍ୟୁମେଣ୍ଟାରୀ ଯଥାନେତାଜୀ”, “ମରଜର ଅଫ୍ପ୍ରିନ୍ସଲି ଷ୍ଟେଟ” ଇତ୍ୟାଦି ପ୍ରସାରିତ ହୋଇଥିଲା ରଜୀ” ପରି ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ପ୍ରସାରଣ ହୋଇଥିଲା ଏନ୍ଏଫ୍ଡିସି ଏହାର ଓଟିଟି ପ୍ଲାଟଫର୍ମ www.cinemasofindia.com ରେ ଏକ ସ୍ୱତନ୍ତ୍ର କ୍ୟୁରେଟେଡ ବୁକେ ସ୍କ୍ରିନିଂ ସହିତ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରିଥିଲା, ଯେପରିକିଆଇଲ୍ୟାଣ୍ଡ ସିଟି”, “କ୍ରସିଂ ବ୍ରିଜେସ୍‍” ଇତ୍ୟାଦି ଥିଲା

ଦୂରଦର୍ଶ ଏବଂ ଆକାଶବାଣୀର ଆଞ୍ଚଳିକ ନ୍ୟୁଜ୍ ୟୁନିଟ୍ ଗୁଡିକ ସ୍ୱାଧୀନତା ସଂଗ୍ରାମୀ, ସ୍ଥାନ ଏବଂ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ସେମାନଙ୍କର ଦୈନିକ ବୁଲେଟିନ୍ ଏବଂ ବିଶେଷ କାର୍ଯ୍ୟକ୍ରମ ଭାବରେ ପ୍ରସାରିତ ହୋଇଥିଲା ଅନେକ ଗୋଷ୍ଠି ରେଡିଓ ଷ୍ଟେସନ୍ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରିଥିଲେ ଏହି କାର୍ଯ୍ୟକ୍ରମରେ ସଂଗ୍ରାମୀଙ୍କ ଅତୁଳନୀୟ ଅବଦାନ, ବୀରତ୍ୱ, ଉତ୍ସର୍ଗୀକୃତତା, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଏବଂ ସ୍ୱାଧୀନତା ସଂଗ୍ରାମର ଲୁକ୍କାୟିତ ନାୟକଙ୍କ ସମେତ ବିଭିନ୍ନ ଦିଗକୁ ଆଲୋକିତ କରାଯାଇଥିଲା

ବ୍ୟୁରୋ ଅଫ୍ ଆଉଟରିଚ୍ଏବଂ ଆଞ୍ଚଳିକ ଆଉଟରିଚ୍ବ୍ୟୁରୋ ଏବଂ ଯୋଗାଯୋଗ ପକ୍ଷରୁ ବିଭିନ୍ନ ସମନ୍ୱିତ ଯୋଗାଯୋଗ ମାଧ୍ୟମରେ ଛୋଟ ନାଟକ, ବ୍ୟଙ୍ଗ ନାଟକ, ମ୍ୟାଜିକ୍ ସୋ, ଲୋକକଳା ଏବଂ ସାରା ଦେଶରେ ଗୀତ ଏବଂ ଡ୍ରାମା ଡିଭିଜନ୍ ଦ୍ୱାରା ୧୦୦୦ ରୁ ଅଧିକ ପିଆରଟି ଅନୁଷ୍ଠିତ ହୋଇଥିଲା ନେହେରୁ ଯୁବ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକରେ ଏନ୍ଏସଏସ୍ୟୁନିଟ୍ ସହଭାଗିତାରେ ସ୍ୱାଧୀନତା ପଦଯାତ୍ରା ଆୟୋଜିତ ହୋଇଥିଲା ବେଙ୍ଗାଲୁରୁରେ ଆରଓବି ଦ୍ୱାରା ଆୟୋଜିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ଆୟୋଜିତ ପ୍ରଦର୍ଶନୀକୁ ରାଜ୍ୟ ସୂଚନା ଲୋକସମ୍ପର୍କ ରାଜ୍ୟମନ୍ତ୍ରୀ . ଏଲ୍ମୁରୁଗାନ ଉଦଘାଟନ କରିଥିଲେ ବିକାନେରରେ ଅନୁଷ୍ଠିତ ଅନୁରୂପ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଆରଓବି ରାଜସ୍ଥାନ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ

ପ୍ରେସ୍ ସୂଚନା ବ୍ୟୁରୋର ଆଞ୍ଚଳିକ ୟୁନିଟ୍ ସମଗ୍ର ଦେଶରେ ବିଭିନ୍ନ ପ୍ରସଙ୍ଗରେ ୱେବିନାର୍ ଆୟୋଜନ କରିଥିଲା ସ୍ୱାଧୀନତା ସଂଗ୍ରାମ ସମୟରେ ରାଜ୍ୟଗୁଡିକର ବୀରମାନଙ୍କ ଅବଦାନକୁ ଆଲୋକିତ କରିବାକୁ ଏହି ବିଷୟଗୁଡିକ ଚୟନ କରାଯାଇଥିଲା ଏକ ଉଲ୍ଲେଖନୀୟ ବିକାଶରେ, ଶତାୟୁ ସ୍ୱାଧୀନତା ସଂଗ୍ରାମୀ ରୋହିଣୀ ଗାଭାଙ୍କର ପିଆବି ମୁମ୍ବାଇ ୱେବିନିନରକୁ ସ୍ୱାଧୀନତା ସଂଗ୍ରାମରେ ମୁମ୍ବାଇର ଭୂମିକା ଉପରେ ସମ୍ବୋଧିତ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ୟୁନିଟ୍ ଦ୍ୱାରା ୱେବିନିନର ଆୟୋଜିତ ହୋଇଥିଲା

ସ୍ମରଣୀୟ ସପ୍ତାହରେ ବିଭିନ୍ନ କୁଇଜ୍ ଏବଂ ଅନ୍ୟ ବିଷୟ ଉପରେ ଆୟୋଜିତ ପ୍ରତିଯୋଗିତାରେ ଯୁବ ବର୍ଗ ସାମିଲ ହୋଇଥିଲେ

ଏହି ସ୍ମରଣୀୟ ସପ୍ତାହ ଜନ-ଭାଗିଦାରୀ ଅର୍ଥାତ ଲୋକଙ୍କ ଅଂଶଗ୍ରହଣ ଉପରେ କେନ୍ଦ୍ରିତ ହୋଇଥିଲା ଏହାର ଉଦ୍ଦେଶ୍ୟ ଥିଲା ସରକାରଙ୍କ ନେତୃତ୍ୱାଧୀନ କାର୍ଯ୍ୟକ୍ରମ ହେବା ପରିବର୍ତ୍ତେ ଆଜାଦି କା ଅମୃତ ମହୋତ୍ସବଙ୍କୁ ଏକ ଜନ ଆନ୍ଦୋଳନ କରିବା

HS



(Release ID: 1750538) Visitor Counter : 212