ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା କୋହଳ ଡ୍ରୋନ ନିୟମ ୨୦୨୧

Posted On: 26 AUG 2021 12:01PM by PIB Bhubaneshwar

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ର କୋହଳ ଡ୍ରୋନ ଚଳାଚଳ ନିୟମ ଜାରି କରାଯାଇଛି । ଚଳିତବର୍ଷ ମାର୍ଚ୍ଚ ମାସରେ ମନ୍ତ୍ରଣାଳୟ ପକ୍ଷରୁ ଏହି ମାନବ ବିହୀନ ବ୍ୟୋମଯାନ ବ୍ୟବସ୍ଥା (ୟୁଏଏସ) ନୀତି ପ୍ରକାଶ ପାଇଥିଲା । ଏହାର ବ୍ୟବହାର ଓ ଉଡାଣ ପାଇଁ ବିଭିନ୍ନ ପ୍ରକାର ସରକାରୀ କଟକଣା ରହିଥିଲା । କେବଳ କେତେକ ଗ୍ରୀନ ଜୋନ ଓ ନିର୍ଦ୍ଧାରିତ ଫ୍ରି ଜୋନରେ ଏହାର ବ୍ୟବହାର ପାଇଁ ଅନୁମତି ମିଳୁଥିଲା । ତେବେ ପରିବର୍ତ୍ତିତ ସମୟର ଆବଶ୍ୟକତା ପୂରଣ ପାଇଁ ଡ୍ରୋନ ଉଡାଣ ଓ ବ୍ୟବହାର ନୀତିକୁ କୋହଳ କରିବାକୁ ବିଭିନ୍ନ ମହଲରୁ ନିରନ୍ତର ଦାବି ହେଉଥିଲା । ଶିକ୍ଷା, ଗବେଷଣା, ଅନୁସନ୍ଧାନ ଆଦି ବିଭିନ୍ନ କ୍ଷେତ୍ରରେ ଏହାର ବ୍ୟବହାର ପାଇଁ ସମ୍ପୃକ୍ତ ବିଭିନ୍ନ ପକ୍ଷ ଓ ଷ୍ଟାର୍ଟଅପମାନେ ଦାବି କରିଆସୁଥିଲେ । ଏହାକୁ ବିଚାରକୁ ନେଇ ସରକାର ପୁରୁଣା ଡ୍ରୋନ ଆଇନକୁ ଗତମାର୍ଚ୍ଚରେ ରଦ୍ଦ କରି ନୂଆ ନିୟମ ସେହି ମାସରେ ପ୍ରସ୍ତୁତ କରିଥିଲେ । ଏହା ପୂର୍ବାପେକ୍ଷା ଅଧିକ କୋହଳ ଓ ଉଦାର ।

ଦେଶର ସବୁ କ୍ଷେତ୍ରରେ ଡ୍ରୋନ ବ୍ୟବସ୍ଥାର ଯଥେଷ୍ଟ ଆବଶ୍ୟକତା ଓ ଗୁରୁତ୍ୱ ରହିଛି । ଅର୍ଥନୀତି, କୃଷି, ଖଣି ଓ ଭିତ୍ତିଭୂମି, ତଦାରଖ ବ୍ୟବସ୍ଥା, ଜରୁରୀକାଳୀନ, ଆବଶ୍ୟକତା ପୂରଣ, ପରିବହନ, ଭୂ-ସ୍ଥାନିକ (ଜିଓସ୍ପେଶାଲ)ମାନଚିତ୍ର ପ୍ରସ୍ତୁତି, ପ୍ରତିରକ୍ଷା, ଆଇନ ପ୍ରବର୍ତ୍ତନ ଆଦି ବିଭିନ୍ନ  କ୍ଷେତ୍ରରେ ଡ୍ରୋନର ବ୍ୟବହାର ଏବେ ବିଶେଷ ଅନୁଭୂତ । କର୍ମନିଯୁକ୍ତି ସୃଷ୍ଟି ଓ ଅର୍ଥନୈତିକ ଅଭିବୃଦ୍ଧିରେ ଏହାର ଭୂମିକା ଅଧିକ । ଏହାର ବ୍ୟବହାର ସହଜ, ଏହା ସୁବିଧାରେ ବିଭିନ୍ନ ସ୍ଥାନରେ ପହଞ୍ଚିପାରେ । ଦେଶର ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳରେ ବିବିଧ ସେବା ଯୋଗାଣ ପାଇଁ ଏହା ସମର୍ଥ । ନବସୃଜନ, ସୂଚନାପ୍ରଯୁକ୍ତି, ମିତବ୍ୟୟୀ ଇଞ୍ଜିନିୟରିଂ  ବ୍ୟବସ୍ଥା ଓ ବିପୁଳ ଘରୋଇ ଚାହିଦା ଦୃଷ୍ଟିରୁ ଏଭଳି ବ୍ୟବସ୍ଥାକୁ ଅଧିକରୁ ଅଧିକ ଉପଯୋଗ କରି ଭାରତ୨୦୩୦ ସୁଦ୍ଧା ବିଶ୍ୱର ଏକ ଡ୍ରୋନ ହବ ହେବାର ସାମର୍ଥ୍ୟ ରଖିଛି ।

୨୦୨୧ ଡ୍ରୋନ ନିୟମର ପ୍ରମୁଖ ବୈଶିଷ୍ଟ୍ୟ

୧) ବିଶ୍ୱାସ, ଆତ୍ମପ୍ରମାଣନ ଏବଂ ହସ୍ତକ୍ଷେପବିହୀନ ତଦାରଖ ବ୍ୟବସ୍ଥାରେ ଡ୍ରୋନର ତିଆରି ଓ ଉପଯୋଗ ହେବ ।

୨) ଅସାଧାରଣ ଅଭିବୃଦ୍ଧି ଆଣିବାରେ ଡ୍ରୋନର ଡିଜାଇନ ପ୍ରସ୍ତୁତି ହେବ ଏବଂ ଏଥିରେ ନିରାପତ୍ତା ଓ ସୁରକ୍ଷାକୁ ଆବଶ୍ୟକ ଗୁରୁତ୍ୱ ପ୍ରଦାନ କରାଯିବ ।

୩) ଏ କ୍ଷେତ୍ରରେ ଥିବା ନାନାବିଧ ଅନୁମୋଦନ ବ୍ୟବସ୍ଥା ରହିବନାହିଁ । ୟୁନିକ ଅଥରାଇଜେସନ ନମ୍ବର, ୟୁନିକ ପ୍ରୋଟୋଟାଇପ, ଆଇଡେଣ୍ଟିଫିକେସନ ନମ୍ବର, ନିର୍ମାଣ ପ୍ରମାଣପତ୍ର ଓ ରିମୋଟ୍ ପାଇଲ୍‌ଟ ଇନ୍‌ଷ୍ଟ୍ରକ୍ଟର ଅଥରାଇଜେସନ, ଡୋନପୋର୍ଟ  ଅଥରାଇଜେନସ, ବିଦ୍ୟାର୍ଥୀଙ୍କୁ ଡ୍ରୋନ ନିର୍ମାଣ ପାଇଁ ଅନୁମତି ଆଦି ବ୍ୟବସ୍ଥା ସରଳ କରାଯାଇଛି ।

୪) ଏଥିପାଇଁ ଆବେଦନ ଫର୍ମର ସଂଖ୍ୟା ୨୫ରୁ ୫କୁ କମାଇ ଦିଆଯାଇଛି ।

୫) ଏଥିପାଇଁ ଥିବା ୭୨ପ୍ରକାର ଫିକୁ କମାଇ ୪ କରାଯାଇଛି ।

୬) ଡ୍ରୋନର ଆକାର ଅନୁସାରେ ଫି ପରିମାଣ ଧାର୍ଯ୍ୟ ହୋଇଛି । ରିପୋର୍ଟ ପାଇଲଟ୍ ଲାଇସେନ୍ସ ଫି ୩୦୦୦ଟଙ୍କାରୁ ୧୦୦ଟଙ୍କାକୁ ହ୍ରାସ କରାଯାଇଛି ଓ  ଏହା ୧୦ବର୍ଷ ଯାଏ ବୈଧ ରହିବ ।

୭) ଅଧିକାଂଶ ଅନୁମତି ସେଲ୍ଫ ଜେନେରେଟେଡ୍ ବ୍ୟବସ୍ଥାରେ ମିଳିବ । ଏହି ନିୟମ ପ୍ରକାଶିତ ହେବାର ୩୦ ଦିନ ମଧ୍ୟରେ ଇଣ୍ଟର ଆକ୍ଟିଭ ଏୟାର ସ୍ପେଶ୍ ମ୍ୟାପ-ଗ୍ରୀନ, ୟେଲୋ ଓ ରେଡ୍ ଜୋନକୁ ପ୍ରଦର୍ଶନ କରିବାକୁ ପଡିବ ।

୮) ଗ୍ରୀନ ଜୋନରେ ଡ୍ରୋନ ଚଳାଚଳ ପାଇଁ ଅନୁମତି ଅନାବଶ୍ୟକ । ଗ୍ରୀନ ଜୋନ ଅର୍ଥ ୪୦୦ ଫୁଟ । ଏହି ଉଡାଣ ଅଂଚଳ ଏୟାର ସ୍ପେଶରେ ରେଡ କିମ୍ବା ୟେଲୋ ଜୋନଭାବେ ଗଣାଯାଉ ନ ଥିବ । କାର୍ଯ୍ୟକ୍ଷମ ବିମାନବନ୍ଦରର ୮ରୁ ୧୨କିମି ପରିଧି ମଧ୍ୟରେ ଏହି ଡ୍ରୋନ ଉଡାଣ ହୋଇପାରିବ ନାହିଁ ।

୯) ଗ୍ରୀନ ଜୋନର ପରିସର ବିମାନବନ୍ଦର ପରିଧିର  ୪୫ କିମିରୁ ୧୨ କିମିକୁ ହ୍ରାସ କରାଯାଇଛି ।

୧୦) ଅଣବ୍ୟବସାୟିକ ଓ କ୍ଷୁଦ୍ର ଡ୍ରୋନ ପାଇଁ ରିମୋର୍ଟ ପାଇଲଟ୍ ଲାଇସେନ୍ସ ଅନାବଶ୍ୟକ ।

୧୧) ଲାଇସେନ୍ସ ଓ ପଞ୍ଜୀକରଣ ପାଇଁ ନିରାପତ୍ତା କ୍ଲିୟରାନ୍ସର ଆବଶ୍ୟକତା ନାହିଁ ।

୧୨) ଗ୍ରୀନ ଜୋନ ନିମନ୍ତେ ସାର୍ଟିଫିକେଟ, ୟୁଆଇଏନ, ରିମୋଟ ପାଇଲଟ୍ ଲାଇସେନ୍ସ ଅନାବଶ୍ୟକ  ।

୧୩) ଭାରତୀୟ ଡ୍ରୋନ କମ୍ପାନୀରେ ବିଦେଶୀ ମାଲିକାନା ଘେନି କଟକଣା ନାହିଁ ।

୧୪) ଡିଜିଏଫଟି ଡ୍ରୋନ ଆମଦାନୀକୁ ନିୟନ୍ତ୍ରିତ କରିବେ ଏବଂ ଆମଦାନୀ ଅନୁମତି ଦେବେ ।

୧୫) ଡିଜିସିଏଙ୍କ ଦ୍ୱାରା ଦିଆଯାଉଥିବା ଆମଦାନୀ ଅନୁମତି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି ।

୧୬) ନୂଆ ନିୟମରେ ଡ୍ରୋନର ଭାର ବହନ କ୍ଷମତା ୩୦୦ କିଲୋରୁ ୫୦୦ କିଲେଗ୍ରାମକୁ ବୃଦ୍ଧି କରାଯାଇଛି । ଏହା ଡ୍ରୋନ ଟ୍ୟାକ୍ସି ପାଇଁ ମଧ୍ୟ ପ୍ରଯୁର୍ଜ୍ୟ୍ୟ ।

୧୭) ଗବେଷଣା ଓ ଶୈକ୍ଷିକ ପ୍ରୟୋଗ ପାଇଁ ଉଦ୍ଦିଷ୍ଟ ଡ୍ରୋନ ନିମନ୍ତେ ସାର୍ଟିଫିକେଟ ଦରକାର ପଡିବ ନାହିଁ । ଡିଜିଟାଲ ସ୍କାଏ ପ୍ଲାଟଫର୍ମରେ ଡ୍ରୋନର ଟ୍ରାନ୍ସଫର ଓ ପଞ୍ଜୀକରଣ ରଦ୍ଦ ବ୍ୟବସ୍ଥାକୁ ସହଜ କରାଯାଇଛି ।

୧୮) ୨୦୨୧ ନଭେମ୍ବର ୩୦ ପୂର୍ବରୁ ଭାରତରେ ଥିବା ଡ୍ରୋନକୁ  ୟୁଆଇଏନ ପ୍ରଦାନ କରାଯିବ । ଏଥିପାଇଁ ଜିଏସ୍‌ଟି ପେଡ୍ ଇଏଭଏସ୍ ଦେବାକୁ ହେବ । ସେଥିପାଇଁ ଡିଏଏନ୍ ଦରକାର ।

୧୯) ଡିଜିସିଏ, ଡିଜିଟାଲ ସ୍ମାଟ ପ୍ଲାଟଫର୍ମରେ ଷ୍ଟାଣ୍ଡାର୍ଡ ଅପରେସନ ପ୍ରସିଡିଓର ଓ ଟ୍ରେନିଂ ପ୍ରୋସିଡିଓର ମାନୁଆଲ ଜାରି କରିବେ ।

୨୦) ନିୟମ ଉଲ୍ଲଂଘନ କ୍ଷେତ୍ରରେ ସର୍ବାଧିକ ଜୋରିମାନା ପରିମାଣ ଏକଲକ୍ଷ ଟଙ୍କାକୁ ହ୍ରାସ କରାଯାଇଛି ।

୨୧) ନିରାପତ୍ତା ସଂକ୍ରାନ୍ତ ସବୁ ନିୟମ ପାଳନ କରିବାକୁ ଆବଶ୍ୟକ ପ୍ରସ୍ତୁତି ଶେଷ କରିବା ପାଇଁ ଡ୍ରୋନ ଉଦ୍ୟୋଗକୁ ୬ମାସ ସମୟ ମିଳିବ

୨୨) ମାଲ ପରିବହନ ଡ୍ରୋନ କରିଡର ବିକଶିତ ହେବ ।

୨୩) ଏକ ଡ୍ରୋନ ପ୍ରମୋଶନ କାଉନସିଲ ଗଠିତ ହେବ । ଏଥିରେ ଷ୍ଟାର୍ଟଅପ, ଏକାଡେମିଆ ଓ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷ ସଦସ୍ୟ ରହିବେ । ଏହି ପରିଷଦ ଏକ ଅଭିବୃଦ୍ଧି ଭିତ୍ତିକ ଡ୍ରୋନ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରସ୍ତୁତ କରିବ ।

 

****

 

TM / SLP



(Release ID: 1749575) Visitor Counter : 369