ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଫିଟ୍ ଇଣ୍ଡିଆ ଅଭିଯାନର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ୨୯ଅଗଷ୍ଟ ୨୦୨୧ରେ କ୍ରୀଡମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଫିଟ୍ ଇଣ୍ଡିଆ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କରିବେ

Posted On: 26 AUG 2021 1:19PM by PIB Bhubaneshwar

ମୁଖ୍ୟ ବିନ୍ଦୁ:

  • ଆପ୍ଲିକେଶନ ଶୁଭାରମ୍ଭ କରାଯିବାକୁ ଥିବା ଏହି କାର୍ଯ୍ୟକ୍ରମ ଦିଲ୍ଲୀର ପ୍ରସିଦ୍ଧ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆୟୋଜିତ ହେବ ।
  • ଭାରତୀୟ ହିକ ଦଳର ଅଧିନାୟକ ମନପ୍ରୀତ ସିଂହ, ପହିଲିବାନ ସଂଗ୍ରାମ ସିଂହ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
  • ଏହି ସମୟରେ ଫିଟ୍ ଇଣ୍ଡିଆ ଅଭିଯାନ ଆଜାଦି କା ଅମୃତ ମହୋତ୍ସବଅନ୍ତର୍ଗତ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୨.୦ ମଧ୍ୟ ଆୟୋଜିତ କରାଯାଇଛି ।

 

ଫିଟ୍ ଇଣ୍ଡିଆ ଅଭିଯାନର ଦ୍ୱିତୀୟ ବାର୍ଷିକ ପାଳନ ଅବସରରେ ଏବଂ ଆଜାଦି କା ଅମୃତ ମହୋତ୍ସବର ଅଂଶସ୍ୱରୂପ, ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ୨୯ ଅଗଷ୍ଟ, ୨୦୨୧ରେ ଫିଟ୍ ଇଣ୍ଡିଆ ମୋବାଇଲ ଆପ୍ଲିକେଶନ ଶୁଭାରମ୍ଭ କରିବେ ।

ଏହି କାର୍ଯ୍ୟକ୍ରମ ଦିଲ୍ଲୀର ପ୍ରସିଦ୍ଧ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମଠାରେ ଆୟୋଜିତ ହେବ ଯେଉଁଠି ଶ୍ରୀ ଠାକୁରଙ୍କ ସହିତ ଯୁବ ବ୍ୟାପାର ଏବଂ କ୍ରୀଡା ରାଜ୍ୟ ମନ୍ତ୍ରୀ ଶ୍ରୀ ନିସିଥ୍ ପାରମାଣିକ ମଧ୍ୟ ଉପସ୍ଥିତ ରହିବେ ।

ମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ୍ ସିଂହ, ପହିଲିବାନ ସଂଗ୍ରାମ ସିଂହ, କ୍ରୀଡା ଲେଖକ ଅୟାଜ ମେନନ, ଭାରତୀୟ ବାୟୁସେନାର କ୍ୟାପଟେନ ଏନୀ ଦିବ୍ୟା, ଜଣେ ବିଦ୍ୟାଳୟର ଛାତ୍ର, ଆଉ ଜଣେ ଗୃହିଣୀଙ୍କ ସହ ଯୋଡି ହେବେ । ଯାହାକି ଶୁଭାରମ୍ଭ ପରେ ଫିଟ୍ ଇଣ୍ଡିଆ ଆପ୍‌ର ବ୍ୟବହାର ପ୍ରକ୍ରିୟା ଉପରେ ଆଲୋକପାତ କରିବେ ।

ଫିଟ୍‌ଇଣ୍ଡିଆ ଆପ୍ ଏଣ୍ଡ୍ରୋଡ ଏବଂ ଆଇଓଏସ୍ ଉଭୟ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ । ଆଉ ମଧ୍ୟ ଏହା ବେସିକ୍ ସ୍ମାର୍ଟ ଫୋନରେ ଯେମିତି କାର୍ଯ୍ୟକ୍ଷମ ହୋଇପାରିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି ।

          ଏହି ସମାରୋହ ଫିଟ୍ ଇଣ୍ଡିଆର ଫେସବୁକ ପେଜରେ ପ୍ରତ୍ୟକ୍ଷ ଦେଖାଯାଇପାରିବ ଏବଂ ୨୯ ଅଗଷ୍ଟରୁ ଗୁଗୁଲ ପ୍ଲେ ଷ୍ଟୋର କିମ୍ବା  ଆପ୍ପଲ ଆପ୍ ଷ୍ଟୋରରୁ ମାଗଣାରେ ଡାଉନଲେଡ କରାଯାଇପାରିବ ।

          ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଏକ ଫିଟ୍ ଏବଂ ସୁସ୍ଥ ରାଷ୍ଟ୍ରଗଠନ କରିବାକୁ ସ୍ୱପ୍ନ ଦେଖିବା ସହିତ ୨୯ ଅଗଷ୍ଟ ୨୦୧୯ରେ ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଥିଲେ । ଗତ ଦୁଇବର୍ଷ ମଧ୍ୟରେ ଫିଟ୍ ଇଣ୍ଡିଆ ଅଭିଯାନ, ନିଜର ବିଭିନ୍ନ ଫିଟ୍‌ନେସ ଅଭିଯାନରେ ଯେପରିକି ଫିଟ୍ ଇଣ୍ଡିଆ ସ୍କୁଲ ୱିକ୍‌, ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍‌, ଫିଟ୍ ଇଣ୍ଡିଆ ସାଇକ୍ଲୋଥାଁନ ମାଧ୍ୟମରେ ଦେଶର ଲକ୍ଷ ଲକ୍ଷ ଜନସାଧାରଣଙ୍କୁ ଯୋଡିବାରେ ସକ୍ଷମ ହୋଇଛି ।

          ବର୍ତ୍ତମାନ ସମୟରେ ଫିଟ୍ ଇଣ୍ଡିଆ ଅଭିଯାନ, “ ଆଜାଦି କା ଅମୃତ ମହୋତ୍ସବଉପଲକ୍ଷେ ଫିଟ୍ ଇଣ୍ଡିଆ ରନ୍ ୨.୦ର ମଧ୍ୟ ଆୟୋଜନ କରୁଛି । ଭାରତ ସ୍ୱାଧୀନତାର ୭୫ବର୍ଷ ପାଳନ କରିବା ଉଦ୍ଦେଶ୍ୟରେ କରାଯାଉଥିବା ଏହି କାର୍ଯ୍ୟକ୍ରମ ଆଜାଦି କା ଅମୃତ ମହୋତ୍ସବହେଉଛି ଭାରତ ସରକାରଙ୍କ ଏକ ପ୍ରୟାସ ।

 

 

****

 

NS / SLP

 

 

 



(Release ID: 1749436) Visitor Counter : 246