ଅର୍ଥ ମନ୍ତ୍ରଣାଳୟ

ଅର୍ଥମନ୍ତ୍ରୀ ମୁମ୍ବାଇରେ ପବ୍ଲିକ ସେକ୍ଟର ବ୍ୟାଙ୍କ ସଂସ୍କାର ଏଜେଣ୍ଡା – ଇଏଏସ୍‍ଇ ୪.୦ ସଂସ୍କରଣର ଉନ୍ମୋଚନ କରିଛନ୍ତି

ଇଏଏସ୍‍ଇ ୩.୦ ପୁରସ୍କାର ବିଜେତା ଘୋଷଣା

Posted On: 25 AUG 2021 4:59PM by PIB Bhubaneshwar

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀଥାରମଣ ଆଜି ୨୦୨୧-୨୨ ପାଇଁ ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସ୍ବି) ସଂସ୍କାର ଏଜେଣ୍ଡା " ଇଏଏସ୍ . ଚତୁର୍ଥ ସଂସ୍କରଣକୁ ଉନ୍ମୋଚନ କରିଛନ୍ତିପ୍ରଯୁକ୍ତିବିଦ୍ୟା-ସକ୍ଷମ, ସରଳୀକୃତ ଏବଂ ସହଯୋଗୀ ବ୍ୟାଙ୍କିଙ୍ଗ ସେ ୨୦୨୦-୨୧ ପାଇଁ ପିଏସ୍ବି ସଂସ୍କାର ଏଜେଣ୍ଡା ଇଏଏସ୍ . ପାଇଁ ବାର୍ଷିକ ରିପୋର୍ଟ ଉନ୍ମୋଚନ କରିଥିଲେ ଏବଂ ଇଏଏସ୍ . ବ୍ୟାଙ୍କିଙ୍ଗ୍ ସଂସ୍କାର ସୂଚକାଙ୍କରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କଗୁଡିକୁ ସମ୍ମାନିତ କରିବା ପାଇଁ ପୁରସ୍କାର ବିତରଣ ଉତ୍ସବରେ ଅଂଶଗ୍ରହଣ କରିଥିଲେ

ଏହି କାର୍ଯ୍ୟକ୍ରମରେ ଆର୍ଥିକ ସେବା ବିଭାଗର ଅତିରିକ୍ତ ସଚିବ ଶ୍ରୀ ପଙ୍କଜ ଜୈନ, ଆର୍ଥିକ ସେବା ବିଭାଗର ଅତିରିକ୍ତ ସଚିବ ଏବଂ ଆଇବିଏର ଅଧ୍ୟକ୍ଷ ଶ୍ରୀ ଅମିତ ଅଗ୍ରୱାଲ ଏବଂ ଶ୍ରୀ ରାଜକିରଣ ରାୟ ଜି ମଧ୍ୟ ଉପସ୍ଥିତ ଥିଲେ

ଏସବିଆଇ, ବିଓବି ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୀର୍ଷ ପୁରସ୍କାର ଜିଣିଛନ୍ତି

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଇଏଏସ୍ ସୂଚକାଙ୍କକୁ ଆଧାର କରି ପିଏସ୍ବି ସଂସ୍କାର ଇଏଏସ୍ . ପାଇଁ ସର୍ବୋତ୍ତମ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପୁରସ୍କାର ଜିତିଛନ୍ତି

ଇଣ୍ଡିଆନ ବ୍ୟାଙ୍କ୍କ୍ଷେତ୍ର ସ୍ତରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପୁରସ୍କାର ଲାଭ କରିଛି ଏସବିଆଇ, ବିଓବି, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କ ପିଏସ୍ବି ସଂସ୍କାର ଏଜେଣ୍ଡା ଇଏଏସ୍ . ବିଭିନ୍ନ ବିଷୟବସ୍ତୁରେ ଶୀର୍ଷ ପୁରସ୍କାର ଜିତିଥିଲେ

ଇଏଏସ୍ . ପୁରସ୍କାରର ବିବରଣୀ ଏଠାରେ ପାଇ ପାରିବେ

 

 

 

ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକ ଲାଭ ବିଷୟରେ ରିପୋର୍ଟ କରିଛନ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଜ୍ଞାନକୌଶଳ ମାଧ୍ୟମରେ କରାଯାଉଥିବା ସଂସ୍କାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ଏହି ବ୍ୟାଙ୍କଗୁଡିକ ୨୦୨୧ ଆର୍ଥିକ ବର୍ଷରେ ୩୧,୮୧୭ କୋଟି ଟଙ୍କା ଲାଭ କରିଥିବା ରିପୋର୍ଟ କରିଛନ୍ତି ଯାହା ତୁଳନାରେ ୨୦୨୦ ଆର୍ଥିକ ବର୍ଷରେ  ୨୬,୦୧୬ କୋଟି ଟଙ୍କା କ୍ଷତି ହୋଇଥିଲା ପାଞ୍ଚ ବର୍ଷର କ୍ଷତି ପରେ ଏହା ହେଉଛି ପ୍ରଥମ ବର୍ଷ ଯେତେବେଳେ ପିଏସ୍ବି ଗୁଡିକ ଲାଭ ବିଷୟରେ ଜଣାଇଛନ୍ତି ସମୁଦାୟ ମୋଟ ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି ମାର୍ଚ୍ଚ ୨୦୨୧ ସୁଦ୍ଧା .୧୬ ଲକ୍ଷ କୋଟି ଟଙ୍କା ଥିଲା - ମାର୍ଚ୍ଚ ୨୦୨୦ ତୁଳନାରେ ୬୨,୦୦୦ କୋଟି ଟଙ୍କା କମ୍

 

ଡିଜିଟାଲ୍ ରଣ

କ୍ରେଡିଟ୍@କ୍ଲିକ୍ ଇଏଏସ୍ . ଅଧୀନରେ ଏକ ଫ୍ଲାଗସିପ୍ ପଦକ୍ଷେପ ଥିଲା ପାଖାପାଖି . ଲକ୍ଷ ଗ୍ରାହକ ଏପରି ତ୍ୱରିତ ଏବଂ ସରଳୀକୃତ ଋଣ ବ୍ୟବସ୍ଥା ଦ୍ୱାରା ଉପକୃତ ହୋଇଛନ୍ତି

ପିଏସ୍ବି ଗୁଡ଼ିକ ଗ୍ରାହକଙ୍କ ପାଇଁ ୨୪ ଘଣ୍ଟିଆ ବ୍ୟବସ୍ଥା କରିଛନ୍ତି ଯେଉଁଠାରେ ସେମାନେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍‌, ଏସ୍ଏମ୍ଏସ୍‍, ମିସ୍ କଲ୍ ଏବଂ କଲ୍ ସେଣ୍ଟର ଭଳି ଡିଜିଟାଲ୍ ଚ୍ୟାନେଲ ମାଧ୍ୟମରେ ଋଣ ପାଇଁ ଅନୁରୋଧ ପଞ୍ଜିକରଣ କରିପାରିବେ ୨୧ ଆର୍ଥିକ ବର୍ଷରେ, ପିଏସ୍ବି ଗୁଡିକ ସାମୂହିକ ଭାବରେ ବ୍ୟକ୍ତିଗତ, ଗୃହ ଏବଂ ଗାଡି ଋଣ ବାବଦରେ ଡିଜିଟାଲ ଚ୍ୟାନେଲ ବ୍ୟବସ୍ଥା ମାଧ୍ୟମରେ ୪୦,୮୧୯ କୋଟି ଟଙ୍କା ପ୍ରଦାନ କରିଛନ୍ତି

ଶ୍ରେଷ୍ଠ ପିଏସ୍ବି ଗୁଡିକ ଉତ୍ସର୍ଗୀକୃତ ବିଶ୍ଲେଷଣ ଦଳ ଏବଂ ବୈଷୟିକ ଭିତ୍ତିଭୂମି ମାଧ୍ୟମରେ ଏହାର ବିଦ୍ୟମାନ ଗ୍ରାହକଙ୍କୁ ସକ୍ରିୟ ଭାବରେ ଋଣ ପ୍ରଦାନ କରିବାକୁ ବିଶ୍ଲେଷଣ କ୍ଷମତା ର୍ନିମାଣ କରିଛନ୍ତି ବ୍ୟାଙ୍କରେ ଥିବା ଗ୍ରାହକଙ୍କ ଆର୍ଥିକ କାରବାର ତଥ୍ୟ ବ୍ୟବହାର କରି ଏହିପରି ଋଣ ପ୍ରଦାନର ସୁଯୋଗ ସୃଷ୍ଟି କରାଯାଇଥିଲା ୨୧ ଆର୍ଥିକ ବର୍ଷରେ ଶ୍ରେଷ୍ଠ ପିଏସ୍ବି ଦ୍ୱାରା ୪୯,୭୭୭ କୋଟି ଟଙ୍କାର ତାଜା ଖୁଚୁରା ଋଣ ବିତରଣ କରାଯାଇଥିଲା

ଖୁଚୁରା କ୍ଷେତ୍ରଣ୍ଟ ଏବଂ ଏମଏସଏମଇ କ୍ଷେତ୍ରରେଣ୍ଟଋଣ ପାଇଁ ପିଏସ୍ବି ଗୁଡିକ ବାହ୍ୟ ସହଭାଗୀତା ଏବଂ ଉତ୍ସର୍ଗୀକୃତ ବଜାର ବିକ୍ରିବଟା ନେଟୱାର୍କକୁ ମଧ୍ୟ ବ୍ୟାପକ ଭାବରେ ବ୍ୟବହାର କରିଛନ୍ତି ୨୧ ଆର୍ଥିକ ବର୍ଷରେ ଏହି ବ୍ୟବସ୍ଥା ମାଧ୍ୟମରେ . ଲକ୍ଷ ଋଣ ହୋଇଛି

ମୋବାଇଲ୍ / ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଗ୍ରାହକ ସେବା

ପିଏସ୍ବିରେ ହେଉଥିବା ପ୍ରାୟ ୭୨% ଆର୍ଥିକ କାରବାର ବର୍ତ୍ତମାନ ଡିଜିଟାଲ ଚ୍ୟାନେଲ ମାଧ୍ୟମରେ ଘଟୁଛି ପିଏସ୍ବି ଗୁଡିକ ବର୍ତ୍ତମାନ ଗ୍ରାହକଙ୍କ ସୁବିଧା ପାଇଁ ୧୪ ଟି ଆଞ୍ଚଳିକ ଭାଷାରେ ଯେପରିକି ତେଲୁଗୁ, ମରାଠୀ, କନ୍ନଡ, ତାମିଲ, ମାଲାୟାଲମ୍‌, ଗୁଜୁରାଟୀ, ବଙ୍ଗାଳୀ, ଓଡିଆ, କାଶ୍ମୀରୀ, କୋଙ୍କଣ, ହିନ୍ଦୀ, ପଞ୍ଜାବୀ, ଆସାମ ଭାଷାରେ କଲ୍ ସେଣ୍ଟର, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗରେ ସେବା ପ୍ରଦାନ କରୁଛନ୍ତି

ଆର୍ଥିକ ଅନ୍ତର୍ଭୂକ୍ତି ପଦକ୍ଷେପରେ ସାମିଲ ପ୍ରକ୍ରିୟାରେ କ୍ରମାଗତ ଉନ୍ନତି ପାଇଁ, ଗ୍ରାମାଞ୍ଚଳରେ ବ୍ୟାଙ୍କ ମିତ୍ରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କାରବାରରେ ୧୩% ଅଭିବୃଦ୍ଧି ଏବଂ ୨୦ ଆର୍ଥିକ ବର୍ଷର ଚତୁର୍ଥ କ୍ୱାର୍ଟର ତୁଳନାରେ ୨୧ ଆର୍ଥିକ ବର୍ଷର ଚତୁର୍ଥ କ୍ୱାର୍ଟରରେ କ୍ଷୁଦ୍ର ବ୍ୟକ୍ତିଗତ ଦୁର୍ଘଟଣା ବୀମା ପଞ୍ଜିକରଣରେ ୫୦% ଅଭିବୃଦ୍ଧି ଘଟିଛି

ପିଏସବି ଗୁଡିକ ଇଏଏସ୍ . ସଂସ୍କାର ଏଜେଣ୍ଡା ଆରମ୍ଭ ହେବା ପରଠାରୁ ଚାରି ଚତୁର୍ଥାଂଶରେ ସେମାନଙ୍କର ପ୍ରଦର୍ଶନରେ ଏକ ଅଦ୍ଭୁତ ଅଭିବୃଦ୍ଧି ରେକର୍ଡ କରିଛନ୍ତି   ମାର୍ଚ୍ଚ -୨୦୨୦ ରୁ ମାର୍ଚ୍ଚ -୨୦୨୧ ମଧ୍ୟରେ ପିଏସ୍ବି ଗୁଡ଼ିକର ମୋଟ ସ୍କୋର ୩୫% ବୃଦ୍ଧି ପାଇଛି ଏବଂ ହାରାହାରି ଇଏଏସ୍ ସୂଚକାଙ୍କ ସ୍କୋର ୧୦୦ ରୁ ୪୪. ରୁ ୫୯. କୁ ଉନ୍ନୀତ ହୋଇଛି ସଂସ୍କାର ଏଜେଣ୍ଡାର ଛଅଟି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଦେଖାଯିବା ସହିତ 'ସ୍ମାର୍ଟ ଋଣ ପ୍ରଦାନ' ଏବଂ 'ସୁଚିନ୍ତିତ ବ୍ୟାଙ୍କିଂର ଅନୁଷ୍ଠାନିକରଣ' ବିଷୟରେ ସର୍ବାଧିକ ଅଗ୍ରଗତି ପରିଲକ୍ଷିତ ହୋଇଛି  

ଇଏଏସ୍ ସଂସ୍କାରର ପରବର୍ତ୍ତୀ ସଂସ୍କରଣ ଯଥା ଇଏଏସ୍ . ଗ୍ରାହକ-କୈନ୍ଦ୍ରିକ ଡିଜିଟାଲ୍ ରୂପାନ୍ତରର ଏଜେଣ୍ଡାକୁ ଆଗକୁ ବଢାଇବାକୁ ଲକ୍ଷ୍ୟ ରଖିଛି ଏବଂ ପିଏସ୍ବି ଗୁଡ଼ିକର କାର୍ଯ୍ୟ ପଦ୍ଧତିରେ ଡିଜିଟାଲ୍ ଏବଂ ତଥ୍ୟକୁ ଗଭୀର ଭାବରେ ସ୍ଥାପିତ କରିଛି

ଇଏଏସ୍ . ଅଧୀନରେ, ପିଏସ୍ବି ଗୁଡିକ ଦେଉଥିବା ସୁବିଧା :

କୋଭିଡ-୧୯ ସମୟରେ ପିଏସ୍ବି ଗୁଡିକ ଦେଶକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି : ଅର୍ଥମନ୍ତ୍ରୀ

କୋଭିଡ ମହାମାରୀ ସମୟରେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ସେବା ତଥା ଋଣ ବିତରଣ ଜାରି ରଖିଥିବାରୁ ଅର୍ଥମନ୍ତ୍ରୀ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକୁ ପ୍ରଶଂସା କରିଛନ୍ତି ଦେଶର ଉପାନ୍ତ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ବିସ୍ତାର କରିବାରେ ମଧ୍ୟ ସେମାନେ ଆଗରେ ରହିଛନ୍ତି ବୋଲି ସେ କହିଛନ୍ତି

କୋଭିଡ-୧୯ ସମୟରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ପାଇଁ, ୮୦,୦୦୦ର ଅଧିକ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ଥିଲା ଏହା ସହିତ, ମାଇକ୍ରୋ ଏଟିଏମ୍ ମାଧ୍ୟମରେ ଆଧାର ସଂଯୁକ୍ତ ପଇଠ ବ୍ୟବସ୍ଥାଣ୍ଟ (ଏଇପିଏସ୍‍) କାରବାରରେ ପ୍ରାୟ ଦୁଇ ଗୁଣ ବୃଦ୍ଧି ଘଟିଛି ଏବଂ ୭୫,୦୦୦ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ମିତ୍ରଙ୍କ ଦ୍ୱାରା ଦୁଆର ମୁହଁରେ ବ୍ୟାଙ୍କିଙ୍ଗ୍ ସହାୟତା ବୃଦ୍ଧି କରାଯାଇଛି

ଇଏଏସ୍ . ରିପୋର୍ଟ ଏଠାରେ ପାଇ ପାରିବେ

 

HS



(Release ID: 1749056) Visitor Counter : 264