ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଋଷୀୟ ସଂଘର ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

Posted On: 24 AUG 2021 8:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଋଷୀୟ ସଂଘର ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ଫୋନ ବାର୍ତ୍ତାଳାପ କରିଛନ୍ତି ।

ଉଭୟ ନେତା ଆଫଗାନିସ୍ଥାନରେ ପରିବର୍ତ୍ତନଶୀଳ ସୁରକ୍ଷା ସ୍ଥିତି ଓ ଏହି ଅଞ୍ଚଳ ତଥା ବିଶ୍ୱ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଛନ୍ତି । ଦୁଇ ରଣନୈତିକ ଅଂଶୀଦାର ଏକାଠି କାମ କରିବା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବରିଷ୍ଠ ଅଧିକାରୀମାନେ ପରସ୍ପର ସହ ସମ୍ପର୍କ ବଜାୟ ରଖିବାକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି ।

କୋଭିଡ ମହାମାରୀ ଆହ୍ୱାନ ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିଶେଷ ଓ ବିଶେଷାଧିକାର ପ୍ରାପ୍ତ ଭାଗିଦାରୀର ଅଗ୍ରଗତିକୁ ନେଇ ଦୁଇ ନେତା ସନ୍ତୋଷ ପ୍ରକାଶ କରିଛନ୍ତି । କୋଭିଡ ମହାମାରୀ ବିରୋଧୀ ଲଢେଇ ବିଶେଷ କରି ସ୍ଫୁଟନିକ ଭି ଟିକାର ଯୋଗାଣ ଓ ଉତ୍ପାଦନରେ ମିଳୁଥିବା ଦ୍ୱିପାକ୍ଷିକ ସହଯୋଗକୁ ଉଭୟ ନେତା ପ୍ରଶଂସା କରିଛନ୍ତି ।

ବ୍ରିକ୍ସ ସମ୍ମିଳନୀ, ସୁରକ୍ଷା ପରିଷଦର ରାଷ୍ଟ୍ରମୁଖ୍ୟ ବୈଠକ ଓ ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମରେ ଭାରତର ଭାଗିଦାରୀ ଆଦି ବହୁପକ୍ଷୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇ ନେତା ଆଲୋଚନା କରିଥିଲେ ।

ଆଗାମୀ ଦ୍ୱିପାକ୍ଷିକ ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତକୁ ଅପେକ୍ଷା କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦ୍ୱିପାକ୍ଷିକ ଓ ବିଶ୍ୱ ପ୍ରସଙ୍ଗ, ବିଶେଷ କରି ଆଫଗାନିସ୍ତାନ ପରିସ୍ଥିତି ସମ୍ପର୍କରେ ଉଭୟ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଛନ୍ତିଷ

***

SR



(Release ID: 1748728) Visitor Counter : 156