ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଦାୟିତ୍ବ ଗ୍ରହଣ କଲେ ଅପୂର୍ବ ଚନ୍ଦ୍ରା

Posted On: 23 AUG 2021 6:00PM by PIB Bhubaneshwar

୧୯୮୮ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇଏଏସ ଶ୍ରୀ ଅପୂର୍ବା ଚନ୍ଦ୍ରା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ଚନ୍ଦ୍ରା ଦିଲ୍ଲୀ ଆଇଆଇଟିରୁ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ଏବଂ ଷ୍ଟ୍ରକଚରାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଛନ୍ତି।

ଏଥିପୂର୍ବରୁ ସେ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।  ୨୦୨୦ ସେପ୍ଟେମ୍ବରରେ ସଂସଦର ଅନୁମୋଦନ ଲାଭ କରିଥିବା ଶ୍ରମ ସଂହିତା କାର୍ଯ୍ୟକାରୀ କରିବାର ଗୁରୁଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ଥିଲା। ତାଙ୍କର ମାର୍ଗଦର୍ଶନରେ ସମସ୍ତ ଅଂଶୀଦାରମାନଙ୍କ ସହିତ ବ୍ୟାପକ ବିଚାରବିମର୍ଶ ପରେ ସମସ୍ତ ଚାରିଟି ଶ୍ରମ ସଂହିତା ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇଥିଲା।

ଏହା ପୂର୍ବରୁ ଶ୍ରୀ ଚନ୍ଦ୍ରା ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ (ଅଧିଗ୍ରହଣ) ଭାବେ କାର୍ଯ୍ୟ କରିସାରିଛନ୍ତି। ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଭାରତୀୟ ସେନାକୁ ସୁଦୃଢ଼ କରିବା କ୍ଷେତ୍ରରେ ତାଙ୍କର ସକ୍ରିୟ ଭୂମିକା ରହିଥିଲା। ତାଙ୍କର କାର୍ଯ୍ୟକାଳ ସମୟରେ ଏସ-୪୦୦ ମିସାଇଲ ସିଷ୍ଟମ, ଯୁଦ୍ଧ ହେଲିକପ୍ଟର, ନୌସେନା ଜାହାଜ, ଟି-୯୦ ଟ୍ୟାଙ୍କ ଆଦି କ୍ରୟ କରାଯାଇଥିଲା।

ଶ୍ରୀ ଚନ୍ଦ୍ର ଏଥିପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଭାବେ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଦୀର୍ଘ ଚାରି ବର୍ଷ ଧରି କାର୍ଯ୍ୟ କରିସାରିଛନ୍ତି। ସେ ମଧ୍ୟ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟରେ ସାତ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି। ବିଭିନ୍ନ ନୀତି ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ସକ୍ରିୟ ସମ୍ପୃକ୍ତି ରହିଥିଲା। ଏହାଛଡ଼ା ମହାରତ୍ନ ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ଗେଲ ଇଣ୍ଡିଆ ଲିଃ ଏବଂ ପେଟ୍ରୋନେଟ ଏଲଏନଜି ଲିଃର ନିର୍ଦ୍ଦେଶକ ମଣ୍ଡଳୀରେ ମଧ୍ୟ ସେ କାର୍ଯ୍ୟ କରିସାରିଛନ୍ତି।

 

******

P.S



(Release ID: 1748355) Visitor Counter : 202