ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ସେନାର ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦବୀକୁ ପଦୋନ୍ନତି

Posted On: 23 AUG 2021 2:18PM by PIB Bhubaneshwar

୨୬ ବର୍ଷର ନିରବଚ୍ଛିନ୍ନ ସେବା ପରେ ଭାରତୀୟ ସେନାର ଚୟନ ବୋର୍ଡ ପାଞ୍ଚ ଜଣ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ଦେବାପାଇଁ ନିଷ୍ପତ୍ତି ନେଇଛି । ପ୍ରଥମ ଥର ନିମନ୍ତେ ସେନା ସିଗନାଲ କୋର, ଇଲେକ୍ଟ୍ରୋନିକ ଏବଂ ମେକାନିକାଲ ଇଞ୍ଜିନିୟରିଂ କୋର ଓ ଇଞ୍ଜିନିୟରିଂ କୋରରେ ଯୋଗଦେଇଥିବା ମହିଳା ଅଧିକାରୀମାନେ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ପାଇଛନ୍ତି । ପୂର୍ବରୁ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦବୀକୁ ପଦୋନ୍ନତି କେବଳ ଆର୍ମି ମେଡିକାଲ କୋର, ଜଜ ଆଡଭୋକେଟ ଜେନେରାଲ ଏବଂ ଆର୍ମି ଏଜୁକେସନ କୋର ପାଇଁ ମିଳୁଥିଲା ।

ଭାରତୀୟ ସେନାର ଅନ୍ୟାନ୍ୟ ଶାଖା ଗୁଡିକୁ ପଦୋନ୍ନତି ସଂପ୍ରସାରଣ ସେନାରେ ମହିଳା ଅଧିକାରୀମାନଙ୍କ ନିମନ୍ତେ ଚାକିରି କାଳରେ ଅଧିକ ସୁଯୋଗ ସୃଷ୍ଟି କରିବ । ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ନିଷ୍ପତ୍ତି ସହ ସେନାର ଅଧିକ ଶାଖାରେ ପଦୋନ୍ନତି ଭାରତୀୟ ସେନାର ଲିଙ୍ଗଗତ ସମାନତାର ପରିଚାୟକ ।

କର୍ଣ୍ଣେଲ ପଦବୀକୁ ପଦୋନ୍ନତି ପାଇଥିବା ପାଞ୍ଚ ଜଣ ମହିଳା ଅଧିକାରୀ ହେଲେ କୋର ଅଫ ସିଗନାଲର ଲେଫ୍ଟନାଣ୍ଟ କର୍ଣ୍ଣେଲ ସଙ୍ଗୀତା ସାର୍ଦ୍ଦନା, କୋର ଅଫ ଇଏମଇର ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋନିଆ ଆନନ୍ଦ ଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ନବନୀତ ଡୁଗଲ, କୋର ଅଫ ଇଞ୍ଜିନିୟରର୍ସରୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ରୀନୁ ଖାନ୍ନା ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ରୀଚା ସାଗର ।

 

 

****************



(Release ID: 1748333) Visitor Counter : 252