ପୋଷ୍ଟ କରାଯିବା ଦିନାଙ୍କ:
17 AUG 2021 9:38AM by PIB Bhubaneswar
ଗତ ୨୪ ଘଣ୍ଟା ମଧ୍ୟରେ ୮୮.୧୩ ଲକ୍ଷରୁ ଅଧିକ ଟିକାକରଣ ହୋଇଛି, ଯାହାକି ବର୍ତ୍ତମାନ ଗୋଟିଏ ଦିନରେ ସବୁଠାରୁ ଅଧିକ ଟିକାକରଣ ।
ଦେଶରେ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୫୫.୪୭ କୋଟିରୁ ଅଧିକ ଟିକା ଦିଆଯାଇସାରିଛି । ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୨୫, ୧୬୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି; ଯାହାକି ୧୪୫ଦିନରେ ସବୁଠାରୁ କମ୍ ।
ସକ୍ରିୟ ରୋଗୀଙ୍କ ସଂଖ୍ୟା ସମଗ୍ର ସଂକ୍ରମିତଙ୍କ ସଂଖ୍ୟାର ୧. ୧୫ ପ୍ରତିଶତ ରହିଛି, ଯାହାକି ମାର୍ଚ୍ଚ ୨୦୨୦ ପରେ ସବୁଠାରୁ କମ୍ । ଭାରତରେ ବର୍ତ୍ତମାନ ୩, ୬୯, ୮୪୬ ରୋଗୀ ରହିଛନ୍ତି, ଯାହା ୧୪୬ଦିନରେ ସବୁଠାରୁ କମ୍ ।
ରିକଭରି ହାର, ବର୍ତ୍ତମାନ ୯୭.୫୧ ପ୍ରତିଶତ ରହିଛି, ଯାହାକି ମାର୍ଚ୍ଚ ୨୦୨୦ ପରେ ସବୁଠାରୁ ଅଧିକ ।
ଦେଶରେ ଏପର୍ଯ୍ୟନ୍ତ ସର୍ବମୋଟ ୩, ୧୪, ୪୮, ୭୫୪ ରୋଗୀ ସୁସ୍ଥ ହୋଇଛନ୍ତି ।
ଗତ ୨୪ଘଣ୍ଟା ମଧ୍ୟରେ ୩୬, ୮୩୦ ରୋଗୀ ସୁସ୍ଥ ହୋଇଛନ୍ତି । ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୧. ୯୮ ପ୍ରତିଶତ ରହିଛି, ଯାହାକି ଗତ ୫୩ଦିନ ମଧ୍ୟରେ ୩ପ୍ରତିଶତରୁ କମ୍ ।
ଦୈନିକ ପଜିଟିଭିଟି ହାର ୧. ୬୧ ପ୍ରତିଶତ ରହିଛି , ଏହା ଗତ ୨୨ଦିନ ମଧ୍ୟରେ ୩ ପ୍ରତିଶତ କମ୍ ରହିଛି ।
ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି-ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୪୯.୬୬ କୋଟି ପରୀକ୍ଷଣ କରାଯାଇସାରିଛି ।
****
NS / SLP