ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଟେଡ୍‌

Posted On: 15 AUG 2021 9:28AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୫୪.୩୮କୋଟିରୁ ଅଧିକ ଟିକା ଦିଆଯାଇସାରିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ସମଗ୍ର ସଂକ୍ରମିତଙ୍କ ସଂଖ୍ୟାର ୧.୨୦ପ୍ରତିଶତ ରହିଛି ।

ଭାରତରେ  ବର୍ତ୍ତମାନ ୩, ୮୫, ୩୩୬ ସକ୍ର୍ରିୟ ରୋଗୀ ଅଛନ୍ତି । ବର୍ତ୍ତମାନ ଆରୋଗ୍ୟହାର ୯୭.୪୬ ପ୍ରତିଶତ ରହିଛି । ସମଗ୍ର ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୧୩, ୭୬, ୦୧୫ ରୋଗୀ ସୁସ୍ଥ ହୋଇସାରିଛନ୍ତି ।

ଗତ ୨୪ଘଣ୍ଟା ମଧ୍ୟରେ ୩୭,୯୨୭ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ୩୬,୦୮୩ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତରୁ ତଳେ ରହିଛି । ବର୍ତ୍ତମାନ ଏହା ୨.୦୦ ପ୍ରତିଶତ ଅଟେ ।

ଦୈନିକ ପଜିଟିଭିଟି ହାର ୧.୮୮ ପ୍ରତିଶତ ଅଟେ, ଯାହା ଗତ ୨୦ଦିନ ମଧ୍ୟରେ ଥିବା ପଜିଟିଭିଟି ହାର ଠାରୁ ୩ ପ୍ରତିଶତ କମ୍ ।

ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟ ଭାବେ ବୁଦ୍ଧି ଘଟିଛି -ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୪୯.୩୬ କୋଟି ପରୀକ୍ଷଣ କରାଯାଇସାରିଛି ।

 

****

NS / SLP



(Release ID: 1746159) Visitor Counter : 159