ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟରେ ନିବେଶକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯାନବାହାନ ଷ୍କ୍ରାପ୍ରେଜ୍ ନୀତି ଶୁଭାରମ୍ଭ

• ରହି ପାରିବା ଭଳି ପରିବେଶ ଅନୁକୂଳ ଅର୍ଥନୀତି ଓ ପରିବେଶ ନେଇ ଉତ୍ତରଦାୟୀ ରହିବା ତଥା ସମସ୍ତ ଅଶୀଦାରମାନଙ୍କୁ ଠିକ ଭାବେ ଦେଖିବା ଆମର ଲକ୍ଷ୍ୟ- ପ୍ରଧାନମନ୍ତ୍ରୀ
• ଯାନବାହାନ ଷ୍କ୍ରାପ୍ରେଜ ନୀତି ଦେଶର ଯାନବାହାନ ଆଧୁନିକୀକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରବ । ଏହା ବଜାରରୁ ଫିଟ ନଥିବା ଯାନବାହାନଗୁଡିକୁ ବୈଜ୍ଞାନିକ ଢ଼ଙ୍ଗରେ ରାସ୍ତାରୁ ହଟାଇବ- ପ୍ରଧାନମନ୍ତ୍ରୀ
• ଏକବିଂଶ ଶତାବ୍ଦୀ ଭାରତରେ ଭିଡ଼ମୁକ୍ତ ଓ ବାଧାରହିତ ଯାତ୍ରାର ଆବଶ୍ୟକତା ରହିଛି- ପ୍ରଧାନମନ୍ତ୍ରୀ
• ନୀତି ଯୋଗୁ ୧୦ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ ହେବା ସହ ହଜାର ହଜାର କର୍ମ ନିଯୁକ୍ତି ସୃଷ୍ଟି ହେବ- ପ୍ରଧାନମନ୍ତ୍ରୀ
• ନୂତନ ସ୍କ୍ରାପିଂ ନୀତି ପରିବେଶ ଅନୁକୂଳ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ । ଏହା ଅର୍ଥନୀତିକୁ ନଷ୍ଟରୁ ସମ୍ପଦ ଆଡକୁ ନେଇଯିବ ।
• ସ୍କ୍ରାପିଂ ପ୍ରମାଣପତ୍ର ଥିବା ପୁରୁଣା ଯାନବାହାନ ମାଲିକଙ୍କୁ ନୂତନ ଗାଡିର ପଞ୍ଜିକରଣ ବାବଦରେ କିଛି ଦେବାକୁ ପଡିବ ନାହିଁ
• ଅଟୋ ନିର୍ମାଣ କ୍ଷେତ୍ରରେ ଆମେ ଅଛୁ । ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଆମର ଲକ୍ଷ୍ୟ
• ହାଇଡ୍ରୋଜେନ ଇନ୍ଧନ, ଇଥାନଲ, ଇଲେକ୍ଟି୍ରକ୍ ମୋବିଲିଟି ଗବେଷଣା ଓ ପରିପାଟ୍ଟୀ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଶିଳ୍ପ କଳକାରଖାନାରେ ସହଯୋଗ ଦରକାର: ପ୍ରଧାନମନ୍ତ୍ରୀ

Posted On: 13 AUG 2021 12:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟରେ ନିବେଶକଙ୍କ ଶିଖର ବୈଠକରେ ଉଦବୋଧନ ଦେଇଛନ୍ତି । ଦେଶରେ ଯାନବାହାନ ସ୍କ୍ରାପିଂ ଭିତ୍ତିଭୂମି ଗଠନ ନିମନ୍ତେ ପୁଞ୍ଜିନିବେଶକାରୀ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଶିଖର ସମ୍ମିଳନୀ ହୋଇଥିଲା । ଏହାଛଡା ଏହା ଯାହାଜ ଭଙ୍ଗା ଶିଳ୍ପ ସଂସ୍ଥାନ ସହ ଆଲାଙ୍ଗରେ ମିଳିମିଶି କାମ କଲେ ଅନେକ ଜ୍ଞାତସାର ତଥ୍ୟ ପାଇପାରିବ । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ଭାରତୀୟ ବିକାଶ ଯାତ୍ରାରେ ଯାନବାହାନ ଷ୍କ୍ରାପେଜ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଗୁଜରାଟରେ ଏହି ସମ୍ମିଳନୀର ଆୟୋଜନ ଅନେକ ନୂତନ ସମ୍ଭାବନା ସୃଷ୍ଟି କରିବ । ଯାନବାହାନ ସ୍କ୍ରାପିଂ ପ୍ରଦୂଷଣକାରୀ ଓ ଅସଜଡା ଯାନବାହା ଗୁଡିକ କ୍ରମଶଃ ପରିବେଶ ଅନୁକୂଳ ନିୟମ ଅନୁସାରେ ରାସ୍ତାରୁ ଅପସାରଣ କରିଦେବ । ପ୍ରଧାନମନ୍ତ୍ରୀ ଧାରାବାହିକ ଟ୍ୱିଟ ଜରିଆରେ ପରିବେଶ ଅନୁକୂଳ ଅର୍ଥନୀତି ପାଇଁ ଏହାର ଆବଶ୍ୟକତା ଥିବା ଯୁକ୍ତି ବାଢ଼ିଛନ୍ତି ।

ଜାତୀୟ ଅଟୋମୋବାଇଲ ସ୍କ୍ରାପେଜ ନୀତି ଉଦଘାଯନ କରି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ନୀତି  ଅଟୋ କ୍ଷେତ୍ରକୁ ଏକ ନୂତନ ପରିଚୟ ଦେବାସହ ଦେଶକୁ ନବଭାରତ ରାସ୍ତାରେ ଆଗେଇ ନେବ । ଏକ ବିଜ୍ଞାନ ସମ୍ମତ ଉପାୟରେ ଏହା ଦେଶରୁ ଫିଟ ନଥିବା ଯାନ ଗୁଡିକୁ ସଡକରୁ ହଟାଇ ଦେଶକୁ ଆଧୁନିକୀକରଣ ଦିଗରେ ନେବ । ଯାତ୍ରାକାଳରେ ଆଧୁନିକତାର ପ୍ରୟୋଗ କେବଳ ପରିବହନ ଓ ଯାତ୍ରାର ଯନ୍ତ୍ରଣା କମାଏ ନାହିଁ ବରଂ ଆର୍ଥିକ ବିକାଶରେ ସାହାଯ୍ୟ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ସ୍କ୍ରାପିଂ ନୀତି ପରିବେଶ ଅନୁକୂଳ ଅର୍ଥନୀତି ପାଇଁ ବେଶ ଉପଯୋଗୀ । ଏହା ଆମର ନଗରୀ ଓ ଦେଶରୁ ପ୍ରଦୂଷଣ କମାଇବା ପାଇଁ ଆମ ଅଂଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରେ । ପୁନଃ ପ୍ରକ୍ରିୟାକରଣ, ପୁନରୁଦ୍ଧାର ଓ ପୁନଃ ବ୍ୟବହାର ଏହି ନୀତି ଅନୁସରଣ କରୁଥିବାରୁ ଏହା ଅଟୋ ଓ ମେଟାଲ କ୍ଷେତ୍ରରେ ଆମର ଆତ୍ମନିର୍ଭରଣଶୀଳତା ମଧ୍ୟ ରକ୍ଷା କରିବ । ଏ କ୍ଷେତ୍ରରେ ଦଶ ହଜାର କୋଟିରୁ ଅଧିକ ପୁଞ୍ଜ ନିବେଶ ହେବା ସହ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ, ଭାରତ ଏହାର ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିଲା ବେଳେ ଆଗାମୀ ୨୫ ବର୍ଷ ସବୁଠାରୁ ମହତ୍ୱପୂର୍ଣ୍ଣ । ଆଗାମୀ ୨୫ ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ଆସିବ । ପରିବର୍ତ୍ତନ ମଧ୍ୟରେ ଆମକୁ ଆମର ପରିବେଶର ସୁରକ୍ଷା କରିବା ଦରକାର । ପରିବେଶ ସହ ଆମର କଞ୍ଚାମାଲ, ଆମର ପୃଥିବୀ ଓ ସମ୍ପଦ ସୁରକ୍ଷା ମଧ୍ୟ ଦରକାର । ସେ କହିଛନ୍ତି ଯ ଆମେ ଉଦଭାବନ ଓ ପ୍ରଯୁକ୍ତି ବିଦ୍ୟା ଉପରେ କାମ କରୁଥିଲେ ମଧ୍ୟ ଧରିତ୍ରୀ ମାତା ପାଖରୁ ଆମେ ଯାହା ପାଇଛୁ ତାହା ଆମ ହାତରେ ନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଗୋଟେ ପଟରେ ଆମେ ଗଭୀର ସମୁଦ୍ରରେ ନୂତନ ସମ୍ଭାବନା ଖୋଜୁଥିବାବେଳେ, ଅନ୍ୟ ପକ୍ଷରେ ଏହା ପରିବେଶ ଅନୁକୂଳ ଅର୍ଥନୀତିକୁ ପ୍ରୋତ୍ସାହିତ କରେ । ଏହି ଉଦ୍ୟମ ଯୋଗୁଁ ନିରନ୍ତର ବିକାଶ ହେବା ସହ ଅନୁକୂଳ ପରିବେଶ ମଧ୍ୟ ରହିବ ବୋଲି ମୋଦୀ କହିଛନ୍ତି ।

ଶକ୍ତିକ୍ଷେତ୍ରରେ ହୋଇଥିବା ଅଭୂତପୂର୍ବ କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସୌର ଓ ପବନ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ଅଗ୍ରଣୀ ରହିଛି । ଶ୍ରୀ ମୋଦୀ କହିଛନ୍ତି ଯେ, ସମ୍ପଦହାନୀ ଠିକ କରିବା ପାଇଁ ଅଭିଯାନ ସ୍ୱଚ୍ଛତା ଓ ଆତ୍ମନିର୍ଭର ଭାରତ ଯଥେଷ୍ଟ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଧାରଣ ଜନତା ଏହି ନୀତିରୁ ପ୍ରତ୍ୟେକ କ୍ଷେତ୍ରରେ ଉପକୃତ ହେବେ । ପ୍ରଥମ ସୁବିଧା ହେଉଛି ଏକ ପୁରୁଣା ଯାନ ଆକାମୀ କରାଗଲେ ଏକ ପ୍ରମାଣପତ୍ର ମିଳିବ । ଯାହାକୁ ଏହି ପ୍ରମାଣପତ୍ର ମିଳିବ ନୂତନ ବାହାନ କିଣିବା ବେଳକୁ କୌଣସି ପଞ୍ଜୀକରଣ ବାବଦ ଅର୍ଥ ଦେବାକୁ ପଡିବ ନାହିଁ । ଏଥିସହ ତାଙ୍କୁ ପଥକର ମଧ୍ୟ କିଛି ରିହାତି ମିଳିବ । ଏହାଛଡା ଅନେକ ସୁବିଧା ହେଲା ରକ୍ଷଣାବେଷଣ । ମରାମତି  ବାବଦ ଖର୍ଚ୍ଚ ମଧ୍ୟ ରହିଯିବ ।

ତୃତୀୟ ସୁବିଧା ହେଲା ଏହା ସିଧାସଳଖ ଜୀବନ ସହ ସଂଶ୍ଳିଷ୍ଟ । ପୁରୁଣା ପ୍ରଯୁକ୍ତି ଜ୍ଞାନ ଯୁକ୍ତ ଓ ପୁରୁଣା ଗାଡ଼ି ଯୋଗୁଁ ଦୁର୍ଘଟଣାର ସମ୍ଭାବନା ମଧ୍ୟ ହ୍ରାସ ପାଏ । ଚତୁର୍ଥ, ଆମର ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ପ୍ରଭାବ ମଧ୍ୟ ହ୍ରାସ ପାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂତନ ନୀତି ଅଧୀନରେ କେବଳ ପୁରୁଣା ହୋଇଥିବାରୁ ଯାନବାହାନ ଆକାମୀ ହେବ ନାହିଁ । ଯାନବାହାନ ଗୁଡିକୁ ବୈଜ୍ଞାନିକ ପଦ୍ଧତିରେ ସ୍ୱୟଂକ୍ରିୟ ପରୀକ୍ଷା କେନ୍ଦ୍ରରେ ସ୍ୱୀକୃତ ପ୍ରାପ୍ତ ଓ ଅଭିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ଏହାର ପରୀକ୍ଷା ନୀରିକ୍ଷା କରାଯାଏ । ତା ପରେ ଯାଇ ଏହା ଆକାମୀ ଘୋଷିତ ହୁଏ । ସମଗ୍ର ଦେଶରେ ଏହି ସ୍କ୍ରାପିଂ ପ୍ରକ୍ରିୟା ସ୍ୱଚ୍ଛ ଓ ପ୍ରଯୁକ୍ତି ଜ୍ଞାନ ଆଧାରରେ ହିଁ ହୋଇଥାଏ ।

ଏହି ନୂତନ ନୀତି ସ୍କ୍ରାପିଂ ସମ୍ପକୀୟ କ୍ଷେତ୍ରକୁ ନୂତନ ଶକ୍ତି ଓ ସୁରକ୍ଷା ଯୋଗାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କର୍ମଚାରୀ ଓ କ୍ଷୁଦ୍ର ଉଦ୍ୟୋଗୀମାନେ ଏକ ନିରାପଦ ବାତାବରଣ ପାଇବା ସହ ଅନ୍ୟାନ୍ୟ ସଂଗଠିତ କ୍ଷେତ୍ରର କର୍ମଚାରୀମାନେ ପାଉଥିବା ସୁବିଧା ସୁଯୋଗ ପାଇପାରନ୍ତି । ସେମାନେ ସ୍ୱୀକୃତିପ୍ରାପ୍ତ ସ୍କ୍ରାପିଂ କେନ୍ଦ୍ରରେ ସ୍ୱୀକୃତିପ୍ରାପ୍ତ ଏଜେଣ୍ଟ ଭାବେ କାର୍ଯ୍ୟ କରିଯାନ୍ତି । ଆମର ବିରଳ ମୃତ୍ତିକା ଧାତୁ ପଥର ଆମ ଶକ୍ତି ପାଉଥିବା ଓ ଆମେ ବିଦେଶରୁ ୨୩ ହଜାର କୋଟି ଟଙ୍କାର ସ୍କ୍ରାପ ଇସ୍ପାତ କିଣିବା ଭଳି ଘଟଣା ପ୍ରଚାରକୁ ଶ୍ରୀ ମୋଦୀ ତୀବ୍ର ନିନ୍ଦା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଇଥାନଲ ହେଉ ବା ଉଦଯାନ ଇନ୍ଧନ ବା ବିଦୁ୍ୟତ ବ୍ୟବହାର ଏଗୁଡିକ ହେଉଛି ସରକାରଙ୍କ ପ୍ରାଥମିକତା । କାରଖାନାର ସକ୍ରିୟ ଅଂଶଗ୍ରହଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଗବେଷଣା ଓ ପରିପାଟୀ ଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ଶିଳ୍ପ ଏହାର ଅଂଶୀଦାରିତା ବୃଦ୍ଧି କରିବା ଅନିବାର୍ଯ୍ୟ । ଆଗାମୀ ୨୫ ବର୍ଷ ନିମନ୍ତେ ଆତ୍ମନିର୍ଭର ଭାରତର ଦିଗଦର୍ଶନ ନକ୍ସା ପସ୍ତୁତ କରିବାକୁ ଶ୍ରୀ ମୋଦୀ କହିଥିଲେ । ଏଥିପାଇଁ ସମସ୍ତ ଆବଶ୍ୟକ ସାହାଯ୍ୟ ସରକାର ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।

ଆଜି ଯେତେବେଳେ ଦେଶ ଏକ ପରିଷ୍କାର ଓ ଭିଡମୁକ୍ତ ବାତାବରଣ ଦିଗରେ ଅଗ୍ରସର ହେଉଛି,ସେତେବେଳେ ଅନେକ ପୁରୁଣା ଚଳଣି ଓ ଅଭ୍ୟାସକୁ ବାଦ ଦେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଭାରତ ତାର ନାଗରିକମାନଙ୍କୁ ବିଶ୍ୱସ୍ତରୀୟ ନିରାପତ୍ତା ଓ ଗୁଣାତ୍ମକମାନ ଦେବାକୁ ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଦୃଷ୍ଟିରୁ ବିଏସ- ୪ରୁ ବିଏସ-୬ ଅଭିମୁଖେ ଯିବା ଅପରିହାର୍ଯ୍ୟ ବୋଲି ଶ୍ରୀ ମୋଦୀ କହିଛନ୍ତି ।

 




*****************

SM



(Release ID: 1745766) Visitor Counter : 216