ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏହି ଧରଣର ପ୍ରଥମ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଅଗଷ୍ଟ ୬ ତାରିଖରେ ବିଦେଶରେ ଥିବା ଭାରତୀୟ ମିଶନର ମୁଖ୍ୟ ତଥା ବାଣିଜ୍ୟ ଏବଂ ବ୍ୟବସାୟ କ୍ଷେତ୍ରର ସହଯୋଗୀମାନଙ୍କ ସହ ଆଲୋଚନା କରିବେ

"ଲୋକାଲ ଗୋଜ୍‍ ଗ୍ଲୋବାଲ୍ - ମେକ୍ ଇନ୍ ଇଣ୍ଡିଆ ଫର ୱାର୍ଲ୍ଡ “ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବେ

ପୋଷ୍ଟ କରାଯିବା ଦିନାଙ୍କ: 05 AUG 2021 10:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬ ଅଗଷ୍ଟ ୨୦୨୧ ରେ ଦେଶର ବାଣିଜ୍ୟ ଏବଂ ବ୍ୟବସାୟ କ୍ଷେତ୍ରର ସହଯୋଗୀ ଏବଂ ବିଦେଶରେ ଥିବା ଭାରତୀୟ ମିଶନ ମୁଖ୍ୟମାନଙ୍କ ସହ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା " ଗୋଜ୍‍ ଗ୍ଲୋବାଲ୍ - ମେକ୍ ଇନ୍ ଇଣ୍ଡିଆ ଫର ୱାର୍ଲ୍ଡ” ପାଇଁ ଏକ ଏକ ଆହ୍ୱାନ ଦିଆଯିବ ।

ରପ୍ତାନିରେ ଏକ ବୃହତ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି, ବିଶେଷକରି ଏମଏସଏମଇ ଏବଂ ଉଚ୍ଚ ଶ୍ରମ-ପ୍ରୋତ୍ସାହନ କ୍ଷେତ୍ର ସହିତ ଉତ୍ପାଦନ କ୍ଷେତ୍ର ଏବଂ ସାମଗ୍ରିକ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିଥାଏ । ଏହି ଆଲୋଚନାର ଉଦ୍ଦେଶ୍ୟ ହେଉଛି ଭାରତର ରପ୍ତାନି ଏବଂ ବିଶ୍ୱ ବାଣିଜ୍ୟରେ ଏହାର ଅଂଶକୁ ବୃଦ୍ଧି ଏବଂ ବିସ୍ତାର ପାଇଁ ଏକ ପାରସ୍ପରିକ ସହଯୋଗ ପ୍ରଦାନ କରିବା ।

ଏହି ଆଲୋଚନାର ଲକ୍ଷ୍ୟ ହେଉଛି ସ୍ଥାନୀୟ ସୁଯୋଗକୁ ବ୍ୟବହାର କରି ଆମର ରପ୍ତାନି ସମ୍ଭାବନାକୁ ବିସ୍ତାର କରିବା ଏବଂ ବିଶ୍ୱର ଚାହିଦା ପୂରଣ ପାଇଁ ସମସ୍ତ ସହଯୋଗୀଙ୍କୁ ପ୍ରୋତ୍ସାହିତ କରିବା ।

ଆଲୋଚନା ସମୟରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଏହି ଆଲୋଚନାରେ କୋଡ଼ିଏରୁ ଅଧିକ ବିଭାଗର ସଚିବ, ରାଜ୍ୟ ସରକାରୀ ଅଧିକାରୀ, ରପ୍ତାନି ପ୍ରୋତ୍ସାହନ ପରିଷଦ ଏବଂ ଚାମ୍ବର ଅଫ୍ କମର୍ସର ସଦସ୍ୟମାନେ ମଧ୍ୟ ଅଂଶଗ୍ରହଣ କରିବେ  ।


(ରିଲିଜ ଆଡି: 1743125) ପରିଦର୍ଶକ କାଉଣ୍ଟର : 297