ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତରପ୍ରଦେଶର ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

• ଭାରତୀୟ ଇତିହାସରେ ଅଗଷ୍ଟ ୫ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ହେବାକୁ ଯାଉଛି କାରଣ ସମ୍ବିଧାନର ୩୭୦ଧାରା ଉଚ୍ଛେଦ ସହ ରାମମନ୍ଦିର ନିର୍ମାଣ ଏଥିସହ ସଂଶ୍ଳିଷ୍ଟ: ପ୍ରଧାନମନ୍ତ୍ରୀ
• ଆମର ଯୁବଗୋଷ୍ଠୀ ଆଜି ଜାତୀୟ ଖେଳ ହକିର ଗୌରବ ଫେରାଇ ଆଣିବାରେ ବିରାଟ ପଦକ୍ଷେପ ନେଇଛନ୍ତି: ପ୍ରଧାନମନ୍ତ୍ରୀ
• ଆମର ଯୁବଗୋଷ୍ଠୀ ବିଜୟ ପାଇଁ ଗୋଲ ସ୍କୋର କଲାବେଳେ କେତେକ ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ଆତ୍ମଘାତୀ ଗୋଲ କରୁଛନ୍ତି: ପ୍ରଧାନମନ୍ତ୍ରୀ
• ଭାରତୀୟ ଯୁବଗୋଷ୍ଠୀଙ୍କ ଦୃଢ ବିଶ୍ୱାସ ଯେ ସେମାନେ ଓ ଭାରତ ଆଗେଇ ଚାଲିଛନ୍ତି: ପ୍ରଧାନମନ୍ତ୍ରୀ
• ମହାନ ଦେଶ ସ୍ୱାର୍ଥ ଓ ଜାତୀୟତା ବିରୋଧୀ ରାଜନୀତିର ପଣବନ୍ଦୀ ହୋଇପାରିବ ନାହିଁ: ପ୍ରଧାନମନ୍ତ୍ରୀ
• ଡବଲଇଞ୍ଜିନ ସରକାର ଗରିବ, ନିଷ୍ପେସିତ, ଅନଗ୍ରସର, ଆଦିବାସୀଙ୍କ ନିମନ୍ତେ ବିଭିନ୍ନ ଯୋଜନା ସଫଳତାର ସହ ଉତ୍ତରପ୍ରଦେଶରେ ତ୍ୱରାନ୍ୱିତ କରୁଛନ୍ତି: ପ୍ରଧାନମନ୍ତ୍ରୀ
• ଉତ୍ତରପ୍ରଦେଶକୁ ସବୁବେଳେ ରାଜନୀତିର ପ୍ରିଜିମରେ ଦେଖାଯାଏ । ୟୁପି ଦିନେ ଦେଶର ଅଭିବୃଦ୍ଧି ଶକ୍ତିକ୍ଷେତ୍ର ଭାବେ ନିକଟରେ ଉଭା ହୋଇଛି ଏହି ବିଶ୍ୱାସ ଅଛି : ପ୍ରଧାନମନ୍ତ୍ରୀ
• ଉତ୍ତରପ୍ରଦେଶର ସାତ ଦଶନ୍ଧି ଧରି ରହିଥିବା ଭୂଲଭଟକା ଓ ଅଭାବ ଏହି ଦଶନ୍ଧିରେ ପୂରଣ ହେବ: ପ୍ରଧାନମନ୍ତ୍ରୀ

Posted On: 05 AUG 2021 3:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମତ ବିନିମୟ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ଏଥିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ୫ତାରିଖ ଭାରତ ପାଇଁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଦୁଇବର୍ଷ  ପୂର୍ବେ ଅଗଷ୍ଟ ୫ତାରିଖ ଦିନ ଏକ ଭାରତ, ଶ୍ରେଷ୍ଠ ଭାରତ ଉତ୍ସାହ ଦ୍ୱାରା  ମଜବୁତ ହୋଇଥିଲା ଯେତେବେଳେ ଭାରତୀୟ ସମ୍ବିଧାନର ୩୭୦ଧାରା ଉଚ୍ଛେଦ ହେଲା ।

ଏହା ଫଳରେ ଜମ୍ମୁ କାଶ୍ମୀରର ପ୍ରତ୍ୟେକ ନାଗରିକଙ୍କୁ  ସମସ୍ତ ଅଧିକାର ଓ ସୁବିଧା ମିଳିପାରିବ । ଶହ ଶହ ବର୍ଷ ପରେ ଅଗଷ୍ଟ ୫ତାରିଖ ଦିନ ଭାରତ ଭବ୍ୟ ରାମ ମନ୍ଦିର ଲାଗି ପ୍ରଥମ ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ।  ଆଜି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ।

ଗୋଟେ ପଟେ ଆମର ଦେଶ, ଆମର ଯୁବଶକ୍ତି ବିଜୟ ପାଇଁ ଗୋଲସ୍କୋର କରୁଥିବାବେଳେ, ରାଜନୈତିକ ସ୍ୱାର୍ଥପରତାର ପରବଶ ହୋଇ କେତେକ ବ୍ୟକ୍ତି ନିଜର ପ୍ରଭାବ ବିସ୍ତାର କରି ସ୍ୱାର୍ଥ ସାଧନ କରୁଥିବାରୁ ସେ ତାର ସମାଲୋଚନା କରିଥିଲେ । ଦେଶ କଣ ଦରକାର କରେ, ଦେଶ କଣ ହାସଲ କରିଛି ଓ ଦେଶରେ କଣ ପରିବର୍ତ୍ତନ ଘଟୁଛି ସେଥିରେ ସେଭଳି ବ୍ୟକ୍ତିଙ୍କ କିଛି ଯାଏ ଆସେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶ କେବେବି ଏଭଳି ସ୍ୱାର୍ଥନ୍ୱେଷୀ ଓ ଦେଶ ବିରୋଧୀ ରାଜନୀତିର ପଣବନ୍ଦୀ ହେଇ ରହିବ ନାହିଁ । ଏଭଳି ଲୋକେ ବିକାଶ ଧାରାକୁ ବନ୍ଦ କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଦେଶ ସେମାନଙ୍କ ଦ୍ୱାରା ପରିଚାଳିତ ହେବ ନାହିଁ। ସମସ୍ତ ଆହ୍ୱାନର ସମ୍ମୁଖୀନ ହୋଇ ଦେଶ ସବୁ କ୍ଷେତ୍ରରେ ଦୃତଗତିରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି ।

ଏହି ନୂତନ ଉତ୍ସାହର ଉଦାହରଣ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ଅନେକ ଭାରତୀୟଙ୍କ ସଫଳତାର ବିବରଣୀ ଦେଇଥିଲେ । ଅଲମ୍ବିକ୍ସକୁ ଛାଡି ୫୦କୋଟି ଟିକାକରଣ ଛୁଇଁବାକୁ ଯାଉଥିବା ଅଭିଯାନ, ଜୁଲାଇ ମାସରେ ଏକଲକ୍ଷ ୧୬ହଜାର କୋଟିର ରେକର୍ଡ ଜିଏସ୍‌ଟି ଆଦାୟ, ଦେଶ ଆର୍ଥିକ ଅଗ୍ରଗତିର ପରିଚାୟକ କହିଲେ ଅତ୍ୟୁକ୍ତି ହେବନାହିଁ । ସେ ମଧ୍ୟ ଅଢେଇ ଲକ୍ଷ କୋଟି ଟଙ୍କାର କୃଷିଭିତ୍ତିକ ମାସିକ ରପ୍ତାନୀର ମଧ୍ୟ ନଜିର  ଦେଇଥିଲେ । ଏହା ସ୍ୱାଧୀନତା ପରଠାରୁ ସର୍ବାଧିକ ଥିବାବେଳେ ବିଶ୍ୱର ଦଶଟି ମୁଖ୍ୟ କୃଷିଭିତ୍ତିକ ରପ୍ତାନୀ ଦେଶ ମଧ୍ୟରେ ନିଜକୁ ଆମ ଦେଶ ସାମିଲ କରିପାରିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତରେ ତିଆରି ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତ ବିଷୟରେ କହିଥିବାବେଳେ ଇ-ରୂପୀ ଓ ବିଶ୍ୱର ସର୍ବୋଚ୍ଚ ଉଚ୍ଚତାରେ ଯାନବାହନ ଯାତାୟତ କରିପାରୁଥିବା ଲଦାଖର ସଡକ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଯେଉଁମାନେ କେବଳ ପଦପଦବୀ ଜାବୁଡି ଧରି ରହିବା ପାଇଁ ବ୍ୟସ୍ତ  ସେମାନେ ଦେଶର ପ୍ରଗତି ରୋକିପାରିବେ ନାହିଁ ବୋଲି କହି ପ୍ରଧାନମନ୍ତ୍ରୀ ଏପରି ବିରୋଧୀମାନଙ୍କୁ ସମାଲୋଚନା କରିଛନ୍ତି । ନୂତନ ଭାରତ ପଦକ ବିଜୟୀ ହୋଇ ବିଶ୍ୱରେ ଶାସନ କରୁଛି ପଦବୀ ପାଇଁ ନୁହଁ , ନବଭାରତରେ ଆଗକୁ ବଢିବାର ନୂତନ ରାସ୍ତା ପରିବାରର ନାଁ ଯୋଗୁ ନୁହଁ କଠିନ ପରିଶ୍ରମ ଯୋଗୁଁ ସମ୍ଭବ । ଭାରତୀୟ ଯୁବଶକ୍ତିର ଦୃଢ ବିଶ୍ୱାସ ଯେ ଭାରତ ଅଗ୍ରଗତି ପଥରେ ଆଗେଇ ଚାଲିଛି । ବୈଶ୍ୱିକ ମହାମାରୀ ନେଇ ସେ କହିଛନ୍ତି ଯେ ଅତୀତରେ ଯେତେବେଳେ ଏଭଳି ସ୍ଥିତି ଆସୁଥିଲା ସେତେବେଳେ ଦେଶର ବ୍ୟବସ୍ଥା ଭୁଶୁଡି ପଡୁଥିଲା । ମାତ୍ର ଆଜି ଭାରତରେ ପ୍ରତ୍ୟେକ ନାଗରିକ ନିଜର ସମସ୍ତ ଶକ୍ତି ଖଟାଇ ଏହାର ମୁକାବିଲା କରୁଛି । ଶହେବର୍ଷରେ ଏଭଳି ପରିସ୍ଥିତି ଥରେ ଆସିଲେ ତାକୁ କିପରି ମୁକାବିଲା କରିବ ପ୍ରଧାନମନ୍ତ୍ରୀ ସେ ନେଇ ବିଶଦ୍‌ଭାବେ ବର୍ଣ୍ଣନା କରିଥିଲେ । ମେଡିକାଲ ଭିତ୍ତିଭୂମି ବୃଦ୍ଧି, ବିଶ୍ୱର ବୃହତ୍ତମ ଟୀକାକରଣ କାର୍ଯ୍ୟକ୍ରମ, ଦେଶର  ଅବହେଳିତ ଓ ବଂଚିତ ଲୋକଙ୍କ ଅନାହାର ବିରୁଦ୍ଧରେ ସଂଗ୍ରାମ ଉଦ୍ୟନିମନ୍ତେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେଉଥିବାବେଳେ ଦେଶ ସଫଳତାର ସହ ଆଗେଇ ଚାଲିଛି । ବୈଶ୍ୱିକ ମହାମାରୀ ସତ୍ତ୍ୱେ ରାଜପଥ ପ୍ରକଳ୍ପ, ଉତ୍ତରପ୍ରଦେଶ ପ୍ରତିରକ୍ଷା କରିଡର ଇତ୍ୟାଦି କାର୍ଯ୍ୟ ଚାଲିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଯୋଗୁଁ ଗରିବ, ଅବହେଳିତ, ଆଦିବାସୀମାନଙ୍କ ନିମନ୍ତେ ହୋଇଥିବା ଯୋଜନାମାନ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ବୈଶ୍ୱିକ ମହାମାରୀ କାଳରେ ମଧ୍ୟ କଠିନ ପରିସ୍ଥିତିର କିପରି ସମାଧାନ କରାଯାଇଥିଲା ତାହାର ସବିଶେଷ ବର୍ଣ୍ଣନା କରିଥିଲେ । ଚାଷୀମାନଙ୍କ ନିମନ୍ତେ ସାର ରିହାତି ଯୋଜନା କାର୍ଯ୍ୟକାରି କରାଯିବା ଯୋଗୁଁ ରେକର୍ଡ ଉତ୍ପାଦନ ସାଙ୍ଗକୁ ସରକାର ରେକର୍ଡ ପରିମାଣରେ ଶସ୍ୟ ସଂଗ୍ରହ ମଧ୍ୟ କରିଛନ୍ତି । ଉତ୍ତରପ୍ରଦେଶ ସରକାର ରେକର୍ଡ ସହାୟକ ମୂଲ୍ୟ ଦେଇ ଶସ୍ୟ କିଣି ଥିବାରୁ ଶ୍ରୀ ମୋଦି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି । ଉତ୍ତରପ୍ରଦେଶର ୧୩ଲକ୍ଷ କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ୨୪ହଜାର କୋଟି ଟଙ୍କା ଏମଏସପି ବାବଦ ଜମା ହୋଇଛି ।

ଉତ୍ତରପ୍ରଦେଶରେ ୧୭ଲକ୍ଷ ପରିବାରଙ୍କୁ ଘର ଆବଣ୍ଟନ କରାଯାଉଥିବାବେଳେ ଲକ୍ଷ ଲକ୍ଷ ଗରିବ ଲୋକଙ୍କ ଶୌଚାଳୟ ରହିଛି । ୨୭ଲକ୍ଷ ପରିବାର ପାଇପ ଜଳ ସଂଯୋଗ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ଦଶନ୍ଧିରେ ଉତ୍ତରପ୍ରଦେଶକୁ ସଦାବେଳେ ରାଜନୀତିରେ ପ୍ରିଜିମରେ ଦେଖାଯାଉଛି । ଉତ୍ତରପ୍ରଦେଶ ଦେଶର ଅଭିବୃଦ୍ଧି  ଶକ୍ତିକେନ୍ଦ୍ର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 ଶେଷରେ ଶ୍ରୀ ମୋଦୀ କହିଥିଲେ ଯେ  ଉତ୍ତରପ୍ରଦେଶରେ ଗତ ସାତ ଦଶନ୍ଧି ମଧ୍ୟରେ ବାକି  ରହିଥିବା ବିଷୟଗୁଡିକ ଏଇ ଦଶନ୍ଧି ମଧ୍ୟରେ ପୂରଣ ହେବ । ଉତ୍ତରପ୍ରଦେଶର ଯୁବ ସମାଜ, ଝିଅ, ଗରିବ ଓ ଅନଗ୍ରସରଙ୍କ ଯୋଗଦାନ ତଥା ସେମାନଙ୍କୁ ସୁଯୋଗ ନ ଦେଇ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହୋଇପାରିବ ନାହି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

*****

SM / SLP



(Release ID: 1742997) Visitor Counter : 229