ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ମୋଟ କୋଭିଡ-୧୯ ଟିକାକରଣ ୪୮.୯୩ କୋଟିକୁ ଅତିକ୍ରମ କରିଛି

ସୁସ୍ଥତା ହାର ଏବେ ରହିଛି ୯୭.୩୭%

ଗତ ୨୪ ଘଣ୍ଟାରେ ଦୈନିକ ନୂଆ କରୋନା ସଂକ୍ରମଣ ୪୨,୯୮୨

ଭାରତରେ ସକ୍ରିୟ ମାମଲା (୪,୧୧,୦୭୬) ଏବେ ମୋଟ ମାମଲାର ୧.୨୯% ରହିଛି

ଦୈନିକ ପଜିଟିଭିଟି ହାର (୨.୫୮%) ଗତ ୧୦ ଦିନ ଧରି ୩% ତଳେ ରହିଛି

Posted On: 05 AUG 2021 10:19AM by PIB Bhubaneshwar

ଭାରତରେ ମୋଟ କୋଭିଡ-୧୯ ଟିକାକରଣ ୪୮.୯୩ କୋଟିକୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୫୭,୨୧,୯୩୭ ସେସନରେ ମୋଟ ୪୮,୯୩,୪୨,୨୯୫ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୩୭,୫୫,୧୧୫ ଡୋଜ୍ ଟିକା ଦିଆଯାଇଛି ।

HCWs

1st Dose

1,03,21,218

2nd Dose

79,16,997

FLWs

1st Dose

1,80,12,481

2nd Dose

1,15,34,779

Age Group 18-44 years

1st Dose

16,64,37,738

2nd Dose

1,02,76,584

Age Group 45-59 years

1st Dose

10,90,91,506

2nd Dose

4,09,44,600

Over 60 years

1st Dose

7,72,63,332

2nd Dose

3,75,43,060

Total

48,93,42,295

ଦେଶରେ କୋଭିଡ-୧୯ ଟିକାକରଣର ନୂତନ ସରକଳୀକରଣ ପର୍ଯ୍ୟାୟ୨୦୨୧ ଜୁନ୍ ୨୧ରେ ଆରମ୍ଭ ହୋଇଥିଲା । କୋଭିଡ-୧୯ ଟିକାକରଣକୁ ଦେଶବ୍ୟାପୀ ତ୍ୱରାନ୍ୱିତ ଓ ବ୍ୟାପକ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଦେଶରେ ମହାମାରୀ ଆରମ୍ଭ ହେବା ପରଠାରୁ କୋଭିଡ-୧୯ ସଂକ୍ରମଣରୁ ୩,୦୯,୭୪,୭୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୭୨୬ ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ଦେଶରେ ସୁସ୍ଥତା ହାର ରହିଛି ୯୭.୩୭% ।

ଗତ ୨୪ ଘଣ୍ଟାରେ ଦେଶରେ ୪୨,୯୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଗତ ୩୯ ଦିନ ଧରି କ୍ରମାଗତ ଭାବେ ଦେଶରେ ଦୈନିକ ନୂଆ ସଂକ୍ରମଣ ୫୦ ହଜାର ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ଆଜି ସକ୍ରିୟ କରୋନା ମାମଲା ରହିଛି ୪,୧୧,୦୭୬ ଏବଂ ଦେଶର ମୋଟ ମାମଲାର ୧.୨୯% ରହିଛି ସକ୍ରିୟ ମାମଲା ।

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୬,୬୪,୦୩୦ ଟେଷ୍ଟ ହୋଇଛି । ମୋଟ ଉପରେ ଭାରତରେ ୪୭.୪୮ କୋଟି (୪୭,୪୮,୯୩,୩୬୩)ରୁ ଅଧିକ ଟେଷ୍ଟ କରାଗଲାଣି ।

ଏକ ପକ୍ଷରେ ଦେଶରେ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ଆଜି ୨.୩୭% ଏବଂ ଦୈନିକ ପଜିଟିଭିଟି ହାର ୨.୫୮% ରହିଛି । ଗତ ୫୯ ଦିନ ଧରି ଦୈନିକ ପଜିଟିଭିଟି ହାର ୫% ତଳେ ରହିପାରିଛି ।

SR



(Release ID: 1742702) Visitor Counter : 293