ଜାହାଜ ଚଳାଚଳ ମନ୍ତ୍ରଣାଳୟ
ଓଡ଼ିଶା ସମେତ ବିଭିନ୍ନ ଉପକୂଳ ରାଜ୍ୟରେ ଆରଓ-ପ୍ୟାକ୍ସ ଓ ଜଳ ଟ୍ୟାକ୍ସି ସେବା ପାଇଁ ପଦକ୍ଷେପ
प्रविष्टि तिथि:
26 JUL 2021 3:24PM by PIB Bhubaneshwar
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସାଗରମାଳା କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ସମେତ କେତେକ ଉପକୂଳ ରାଜ୍ୟର ଜଳମାର୍ଗରେ ଆରଓ-ଆରଓ/ଆରଓ-ପ୍ୟାକ୍ସ ପ୍ରକଳ୍ପ ଆରମ୍ଭ କରାଯାଇଛି। ଜଳ ମାର୍ଗରେ ପରିବହନ ତୁଳନାତ୍ମକ ଭାବେ ଶସ୍ତା ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ସାଗରମାଳା କାର୍ଯ୍ୟକ୍ରମ ଅନ୍ତର୍ଗତ ଆରଓ-ଆରଓ ଏବଂ ଆର-ପ୍ୟାକ୍ସ ଫେରୀ ସେବା ପାଇଁ ସମ୍ପୂର୍ଣ୍ଣ ହୋଇଥିବା ଏବଂ ପ୍ରସ୍ତାବିତ ଭିତ୍ତିଭୂମି ପ୍ରକଳ୍ପର ବିବରଣୀ ନିମ୍ନରେ ଦିଆଗଲା।
|
ରାଜ୍ୟ
|
ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ
|
କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ
|
ବିକଶିତ ହେଉଥିବା ପ୍ରକଳ୍ପ
|
ସର୍ବମୋଟ
|
|
ମହାରାଷ୍ଟ୍ର
|
5
|
13
|
20
|
38
|
|
ଗୋଆ
|
1
|
|
13
|
14
|
|
ଆନ୍ଧ୍ରପ୍ରଦେଶ
|
|
1
|
8
|
9
|
|
ତାମିଲନାଡ଼ୁ
|
|
|
3
|
3
|
|
ଗୁଜରାଟ
|
1
|
|
1
|
2
|
|
ଓଡ଼ିଶା
|
|
|
2
|
2
|
|
କର୍ଣ୍ଣାଟକ
|
|
|
1
|
1
|
|
କେରଳ
|
|
|
1
|
1
|
|
ପଶ୍ଚିମବଙ୍ଗ
|
|
|
1
|
1
|
|
ସର୍ବମୋଟ
|
7
|
14
|
50
|
71
|
ଜାତୀୟ ଜଳମାର୍ଗ (ଏନଡବ୍ଲୁ) ପାଇଁ ପ୍ରସ୍ତୁତ ହୋଇଥିବା ବୈଷୟିକ ଆର୍ଥିକ କାର୍ଯ୍ୟକାରିତା ଏବଂ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ପରିଣାମକୁ ଆଧାର କରି ମାଲ ଓ ଯାତ୍ରୀ ପରିବହନ ଲାଗି 23ଟି ଜଳ ମାର୍ଗ ଏବଂ ପର୍ଯ୍ୟଟନ ପାଇଁ ଦୁଇଟି ଜଳମାର୍ଗକୁ ଉପଯୋଗୀ ଭାବେ ଚିହ୍ନଟ କରାଯାଇଥିଲା।
ଏହି ସବୁ ଜଳମାର୍ଗଗୁଡ଼ିକର ବିକାଶ ଏବଂ ସେଗୁଡ଼ିକୁ ଉପକୂଳ ମାର୍ଗ ସହିତ ଯୋଡ଼ିବା ଫଳରେ ଦେଶର ଆର୍ଥିକ ବିକାଶ ତ୍ବରାନ୍ବିତ ହୋଇପାରିବ।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳ ମାର୍ଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁର ରାଜ୍ୟସଭାରେ ଆଜି ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା ଦେଇଥିଲେ।
********
P.S.
(रिलीज़ आईडी: 1739209)
आगंतुक पटल : 251