ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଦେଶରେ ମୋଟ୍ କୋଭିଡ-19 ଟିକାକରଣ 43.51 କୋଟି ଟପିଲା
● ସୁସ୍ଥତା ହାର 97.35%
● ବିଗତ 24 ଘଣ୍ଟା ମଧ୍ୟରେ 39,361 ନୂତନ ସଂକ୍ରମିତ ଚିହ୍ନଟ
● ଭାରତର ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା (4,11,189) ମୋଟ ସଂକ୍ରମିତଙ୍କ ସଂଖ୍ୟାର 1.31%
● କ୍ରମାଗତ 49 ଦିନ ପାଇଁ ଦୈନିକ ପଜିଟିଭିଟି ହାର (3.41%) 5%ରୁ କମ୍
प्रविष्टि तिथि:
26 JUL 2021 10:26AM by PIB Bhubaneshwar
ଗତକାଲି ଭାରତରେ ମୋଟ କୋଭିଡ ଟିକାକରଣ 43.51 କୋଟି ଅତିକ୍ରମ କରିଛି। ଆଜି ପୂର୍ବାହ୍ନ 8ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ମୋଟ 52,95,458 ସେସନ ମାଧ୍ୟମରେ 43,51,96,001 ଟିକା ଡୋଜ୍ ଦିଆଯାଇସାରିଛି। ବିଗତ 24 ଘଣ୍ଟା ମଧ୍ୟରେ 18,99,874 ଟିକା ଡୋଜ୍ ଦିଆଯାଇଛି।
ଏଗୁଡ଼ିକ ମଧ୍ୟରେ ସାମିଲ ରହିଛି:
|
ଏଚସିଡବ୍ଲ୍ୟୁ
|
ପ୍ରଥମ ଡୋଜ
|
1,02,87,343
|
|
ଦ୍ବିତୀୟ ଡୋଜ
|
77,06,397
|
|
ଏଫଏଲଡବ୍ଲ୍ୟୁ
|
ପ୍ରଥମ ଡୋଜ
|
1,78,56,000
|
|
ଦ୍ବିତୀୟ ଡୋଜ
|
1,08,45,879
|
|
18-44 ବର୍ଷ ବୟସ ବର୍ଗ
|
ପ୍ରଥମ ଡୋଜ
|
13,91,72,057
|
|
ଦ୍ବିତୀୟ ଡୋଜ
|
62,18,541
|
|
45-59 ବର୍ଷ ବୟସ ବର୍ଗ
|
ପ୍ରଥମ ଡୋଜ
|
10,09,68,508
|
|
ଦ୍ବିତୀୟ ଡୋଜ
|
3,45,89,799
|
|
60 ବର୍ଷରୁ ଅଧିକ ବୟସ୍କ
|
ପ୍ରଥମ ଡୋଜ
|
7,35,18,799
|
|
ଦ୍ବିତୀୟ ଡୋଜ
|
3,40,32,678
|
|
ମୋଟ
|
43,51,96,001
|
21 ଜୁନ, 2021 ଠାରୁ କୋଭିଡ-19 ସାର୍ବଜନୀନ ଟିକାକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ସାରା ଦେଶରେ କୋଭିଡ-19 ଟିକାକରଣର ଗତି ଏବଂ ପରିସରକୁ ବ୍ୟାପକ କରିବା ଲାଗି କେନ୍ଦ୍ର ସରକାର ସଂକଳ୍ପବଦ୍ଧ।
ମହାମାରୀ ଆରମ୍ଭ ହେବା ପରଠାରୁ ସଂକ୍ରମିତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 3,05,79,106 ଜଣ କୋଭିଡ-19ରୁ ସୁସ୍ଥ ହୋଇସାରିଲେଣି। ବିଗତ 24 ଘଣ୍ଟା ମଧ୍ୟରେ 35,968 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ସର୍ବମୋଟ ସୁସ୍ଥତା ହାର 97.35%ରେ ପହଞ୍ଚିଛି।

ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 39,361 ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
କ୍ରମାଗତ 29 ଦିନ ଧରି 50,000ରୁ କମ ଦୈନିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ଆସୁଛି। କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ସ୍ଥାୟୀ ଓ ସମ୍ମିଳିତ ପଦକ୍ଷେପ ଫଳରେ ଏହା ସମ୍ଭବ ହୋଇପାରିଛି।

ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 4,11,189 ରହିଛି ଏବଂ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟାର ଏହା ହେଉଛି 1.31 %।

ଦେଶରେ ନମୁନା ପରୀକ୍ଷା କ୍ଷମତା ମଧ୍ୟ ଲଗାତାର ଭାବେ ବୃଦ୍ଧି ପାଇଛି। ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 11,54,444 ନମୁନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ସର୍ବମୋଟ 45.74 କୋଟି (45,74,44,011) ନମୁନା ପରୀକ୍ଷା କରାଯାଇସାରିଛି।
ଗୋଟିଏ ପଟେ ଦେଶରେ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର 2.31% ଏବଂ ଦୈନିକ ପଜିଟିଭିଟି ହାର 3.41% ରହିଛି। କ୍ରମାଗତ 49 ଦିନ ଧରି ଦୈନିକ ପଜିଟିଭିଟି ହାର 5%ରୁ କମ୍ ରହିଛି।

*******
P.S
(रिलीज़ आईडी: 1739205)
आगंतुक पटल : 251
इस विज्ञप्ति को इन भाषाओं में पढ़ें:
Gujarati
,
Kannada
,
English
,
Urdu
,
हिन्दी
,
Marathi
,
Bengali
,
Punjabi
,
Tamil
,
Telugu
,
Malayalam