ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

କରୋନା ମହାମାରୀ ସମୟରେ ଭଗବାନ ବୁଦ୍ଧଙ୍କର ଅଧିକ ପ୍ରାସଙ୍ଗିକତା ରହିଛି: ପ୍ରଧାନମନ୍ତ୍ରୀ

ଆମେ ବୁଦ୍ଧଙ୍କ ମାର୍ଗରେ ଯାଇ ସବୁଠୁ କଠିନ ଆହ୍ୱାନର ମଧ୍ୟ କିଭଳି ସାମ୍ନାକୁ କରିପାରିବା, ତାହା ଭାରତ କରିଦେଖାଇଛି: ପ୍ରଧାନମନ୍ତ୍ରୀ

ସଂକଟ ସମୟରେ ସାରା ବିଶ୍ୱ ତାଙ୍କ ବାଣୀଗୁଡ଼ିକରେ ଥିବା ଶକ୍ତିର ଅନୁଭବ କରିଛି: ପ୍ରଧାନମନ୍ତ୍ରୀ

Posted On: 24 JUL 2021 8:58AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି କରୋନା ମହାମାରୀର ସଂକଟପୂର୍ଣ୍ଣ ସମୟରେ ଭଗବାନ ବୁଦ୍ଧଙ୍କର ବେଶ୍ ପ୍ରାସଙ୍ଗିକତା ରହିଛି । ଆମେ ବୁଦ୍ଧଙ୍କ ମାର୍ଗରେ ପରିଚାଳିତ ହୋଇ ସବୁଠୁ କଠିନ ଆହ୍ୱାନର ମଧ୍ୟ ସାମ୍ନା କରିପାରିବା ବୋଲି ଭାରତ ତାହା ଦେଖାଇ ଦେଇଛି । ବୁଦ୍ଧଙ୍କ ଶିକ୍ଷାକୁ ପାଥେୟ କରି ସମଗ୍ର ବିଶ୍ୱ ମିଳିମିଶି ଆଗକୁ ବଢୁଛି । ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମ ଅବସରରେ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ପ୍ରାର୍ଥନା ସହ ଯତ୍ନପଦକ୍ଷେପ ବେଶ୍ ପ୍ରଶଂସନୀୟ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ମନ ଓ ବାଣୀ ମଧ୍ୟରେ ସାମଞ୍ଜସ୍ୟ ଏବଂ ଆମର କର୍ମ ଓ ପ୍ରୟାସ ମଧ୍ୟରେ ସଂକଳ୍ପ ଆମକୁ ଦୁଃଖରୁ ଦୂର କରି ପ୍ରସନ୍ନତା ଅଭିମୁଖେ ନେଇଯିବାକୁ ମାର୍ଗଦର୍ଶନ କରିପାରିବ । ଏହା ଆମକୁ ଭଲ ସମୟରେ ଜନ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥାଏ ଓ ଆମକୁ ପ୍ରତିକୂଳ ସମୟର ସାମ୍ନା ପାଇଁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ବୁଦ୍ଧ ଆମକୁ ଏହି ସଦଭାବ ହାସଲ ପାଇଁ ଆଠଟି ମାର୍ଗ ପ୍ରଦାନ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ତ୍ୟାଗ ଓ ସହନଶୀଳତା ନିଅାଁରେ ଜଳି ବୁଦ୍ଧ ଯେତେବେଳେ କହିଥାନ୍ତି, ତାଙ୍କ ମୁହଁରୁ କେବଳ ଶବ୍ଦ ବାହାରି ନ ଥାଏ, ବରଂ ସମଗ୍ର ଧମ୍ମଚକ୍ରର ପ୍ରାରମ୍ଭ ହୋଇଥାଏ ଏବଂ ତାଙ୍କଠାରୁ ପ୍ରବାହିତ ଜ୍ଞାନ ବିଶ୍ୱର କଲ୍ୟାଣ ସହ ସମାନାର୍ଥକ ହୋଇପଡ଼େ । ସେହି କାରଣରୁ ଆଜି ସାରା ବିଶ୍ୱରେ ତାଙ୍କର ଅନୁଗାମୀ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ଧମ୍ମ ପଦର ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, ଶତ୍ରୁତା ଦ୍ୱାରା ଶତ୍ରୁତା ସମାପ୍ତ ହୋଇ ନ ଥାଏ । ବରଂ, ଶତ୍ରୁତାକୁ ପ୍ରେମ ଓ ବିଶାଳ ହୃଦୟ ଦ୍ୱାରା ଶାନ୍ତ କରାଯାଇ ପାରିବ । ସଂକଟ ସମୟରେ ପ୍ରେମ ଓ ସଦଭାବର ଏହି ଶକ୍ତିକୁ ଅନୁଭବ କରିଛି ବିଶ୍ୱ । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନର ଅନ୍ତିମରେ କହିଛନ୍ତି, ବୁଦ୍ଧଙ୍କ ଏହି ଜ୍ଞାନ ଦ୍ୱାରା ମାନବତାର ଏହି ଅନୁଭବ ସମୃଦ୍ଧ ହେବାରେ ଲାଗିଛି, ଏବଂ ଏହାଦ୍ୱାରା ବିଶ୍ୱ ସଫଳତା ଏବଂ ସମୃଦ୍ଧିର ନୂଆ ଉଚ୍ଚତାକୁ ଛୁଇଁବ । 

https://youtu.be/Sq6i8ZGgmqU

 

 

SR



(Release ID: 1738593) Visitor Counter : 157