ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ମୋଟ କୋଭିଡ-୧୯ ଟିକାକରଣ ୪୧.୭୮ କୋଟିକୁ ଟପିଲା

ସୁସ୍ଥତା ହାର ୯୭.୩୫%

ଗତ ୨୪ ଘଣ୍ଟାରେ ୪୧,୩୮୩ ନୂଆ ମାମଲା ଚିହ୍ନଟ

ଭାରତରେ ସକ୍ରିୟ ମାମଲା (୪,୦୯,୩୯୪) ଏବେ ମୋଟ ମାମଲାର ୧.୩୧% ରହିଛି

ଦୈନିକ ପଜିଟିଭିଟି ହାର (୨.୪୧%) ଗତ ୩୧ ଦିନ ଧରି ୩%ରୁ ତଳେ ରହିଛି

Posted On: 22 JUL 2021 12:04PM by PIB Bhubaneshwar

ଭାରତରେ କୋଭିଡ-୧୯ ଟିକାକରଣ ୪୧.୭୮ କୋଟିକୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୫୧,୬୦,୯୯୫ ସେସନରେ ମୋଟ ୪୧,୭୮,୫୧,୧୫୧ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୨୨,୭୭,୬୭୯ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,02,77,386

2nd Dose

76,11,600

FLWs

1st Dose

1,78,24,546

2nd Dose

1,05,49,835

Age Group 18-44 years

1st Dose

13,05,53,816

2nd Dose

53,22,634

Age Group 45-59 years

1st Dose

9,89,17,103

2nd Dose

3,15,85,098

Over 60 years

1st Dose

7,26,86,361

2nd Dose

3,25,22,772

Total

41,78,51,151

୨୦୨୧ ଜୁନ୍ ୨୧ ତାରିଖରୁ ଦେଶରେ କୋଭିଡ-୧୯ ଟିକାକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଦେଶରେ ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ମୋଟ ୩,୦୪,୨୯,୩୩୯ ଜଣ ଆକ୍ରାନ୍ତ କୋଭିଡ-୧୯ ସଂକ୍ରମଣରୁ ମୁକ୍ତ ହୋଇପାରିଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୬୫୨ ଜଣ ସୁସ୍ଥ ହୋଇଛନ୍ତି । ଏହା ଫଳରେ ଦେଶରେ ମୋଟ ସୁସ୍ଥତା ହାର ରହିଛି ୯୭.୩୫% ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୧,୩୮୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଗତ ୨୫ ଦିନ ହେବ ଦେଶରେ ଦୈନିକ ନୂଆ ସଂକ୍ରମଣ ୫୦ ହଜାର ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ଅଛି ୪,୦୯,୩୯୪ ଏବଂ ଏହା ମୋଟ ପଜିଟିଭ ମାମଲାର ୧.୩୧% ।

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୭,୧୮,୪୩୯ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୪୫.୦୬ (୪୫,,୧୧,୭୧୨)କୋଟିରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶରେ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର ୨.୧୨% ଏବଂ ଦୈନିକ ପଜିଟିଭିଟି ହାର ୨.୪୧% ରହିଛି । ଗତ ୩୧ ଦିନ ଧରି ଦୈନିକ ପଜିଟିଭିଟି ହାର ୩%ରୁ ତଳେ ରହିଛି ଏବଂ ଗତ ୪୫ ଦିନ ଧରି ଏହା ୫%ରୁ ତଳେ ରହିଛି ।

SR



(Release ID: 1737652) Visitor Counter : 207