ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଉବାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

Posted On: 19 JUL 2021 2:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ ଶ୍ରୀ ଶେର ବାହାଦୂର ଦେଉବାଙ୍କ ସହ ବାର୍ତ୍ତାଳାପ କରି ନେପାଳ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଓ ସଂସଦରେ ଆସ୍ଥା ଭୋଟ ଜିତିବାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଭାରତ ଓ ନେପାଳ ମଧ୍ୟରେ ସ୍ୱତନ୍ତ୍ର ବନ୍ଧୁତାକୁ ଦର୍ଶାଉଥିବା ନିଆରା ତଥା ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ସମ୍ପର୍କକୁ ସ୍ମରଣ କରି ଦୁଇ ନେତା ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବାକୁ ଏକମତ ହୋଇଛନ୍ତି ।

ସେମାନେ ବିଶେଷ ଭାବରେ, କୋଭିଡ-୧୯ ମହାମାରୀ ବିରୋଧରେ ଜାରି ଉଦ୍ୟମରେ ସମନ୍ୱୟ ଓ ସହଯୋଗ ମଜବୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି ।  

 

SR



(Release ID: 1736945) Visitor Counter : 150