ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୩୯ କୋଟିର ମାଇଲଖୁଣ୍ଟକୁ ଅତିକ୍ରମ କରିଛି

ସୁସ୍ଥତା ହାର ୯୭.୨୮%କୁ ବୃଦ୍ଧି

ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୦୬ ନୂଆ ମାମଲା ଚିହ୍ନଟ ହୋଇଛି

ଭାରତରେ ସକ୍ରିୟ କରୋନା ମାମଲା (୪,୩୨,୦୪୧) ଏବେ ମୋଟ ମାମଲାର ୧.୩୯% ରହିଛି

ଦୈନିକ ପଜିଟିଭିଟି ହାର (୨.୧୫%) ଗତ ୨୪ ଦିନ ଧରି ୩% ତଳେ ରହିଛି

Posted On: 15 JUL 2021 9:44AM by PIB Bhubaneshwar

ଭାରତରେ କୋଭିଡ-୧୯ ଟିକାକରଣ ୩୯ କୋଟିର ମାଇଲଖୁଣ୍ଟକୁ ଅତିକ୍ରମ କରିସାରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୯,୪୧,୫୬୭ ସେସନରେ ମୋଟ ୩୯,୧୩,୪୦,୪୯୧ ଡୋଜ୍ ଟିକା ଦିଆଯାଇଛଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪,୯୭,୦୫୮ ଡୋଜ୍ ଟିକା ଦିଆଯାଇଛି ।

HCWs

1st Dose

1,02,59,902

2nd Dose

74,67,814

FLWs

1st Dose

1,77,49,670

2nd Dose

1,01,08,761

Age Group 18-44 years

1st Dose

11,80,17,979

2nd Dose

42,03,947

Age Group 45-59 years

1st Dose

9,60,12,486

2nd Dose

2,62,71,510

Over 60 years

1st Dose

7,14,89,465

2nd Dose

2,97,58,957

Total

39,13,40,491

୨୦୨୧ ଜୁନ୍ ୨୧ ତାରିଖରେ ଦେଶରେ କୋଭିଡ-୧୯ ଟିକାକରଣର ନୂତନ ସରଳୀକରଣ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ଦେଶରେ ମୋଟ ୩,୦୧,୪୩,୮୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୩୯,୧୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ଦେଶରେ ମୋଟ ସୁସ୍ଥତା ହାର ୯୭.୨୮%କୁ ବୃଦ୍ଧି ପାଇଛି ଏବଂ ଏହା ଉଦ୍ଧ୍ୱର୍ମୁଖୀ ରହିଛି ।

ଭାରତରେ ଗତ ୨୪ ଘଣ୍ଟାରେ ୪୧,୮୦୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ୧୮ ଦିନ ଧରି ଦେଶରେ ଦୈନିକ ନୂଆ ସଂକ୍ରମଣ ୫୦ ହଜାର ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟା ଯୋଗୁ ସମ୍ଭବ ହୋଇପାରିଛି ।

ଭାରତରେ ସକ୍ରିୟ କରୋନା ମାମଲା ୪,୩୨,୦୪୧ ରହିଛି ଏବଂ ଦେଶର ମୋଟ ପଜିଟିଭି ମାମଲାର ଏହା ୧.୩୯% ।

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯,୪୩,୪୮୮ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯର୍୍ୟନ୍ତ ମୋଟ ୪୩.୮୦ କୋଟି (୪୩,୮୦,୧୧,୯୫୮)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶରେ ଟେଷ୍ଟିଂ କ୍ଷମତା ବୃଦ୍ଧି ହୋଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୨୧% ଥିବା ବେଳେ ଦୈନିକ ପଜିଟିଭିଟି ହାର ଏବେ ରହିଛି ୨.୧୫% । ଗତ ୨୪ ଦିନ ଧରି ଦୈନିକ ପଜିଟିଭିଟି ହାର ୩%ରୁ କମ୍ ରହିଥିବା ବେଳେ ଗତ ୩୮ ଦିନ ଧରି ଏହା ୫% ତଳେ ରହିଛି ।

SR



(Release ID: 1735867) Visitor Counter : 204