ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 14 JUL 2021 10:16AM by PIB Bhubaneshwar

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ 38.76 କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି ।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 3,01,04,720 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ସୁସ୍ଥତା ହାର 97.28 ପ୍ରତିଶତକୁ ବୃଦ୍ଧି ପାଇଛି ।

ଗତ 24 ଘଣ୍ଟା ମଧ୍ୟରେ 41,000 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା 38,792 ରହିଛି, ଯାହା 118 ଦିନ ମଧ୍ୟରେ ସର୍ବନିମ୍ନ ରହିଛି ।

ବର୍ତ୍ତମାନ ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା 4,29,946 ରହିଛି

ସକ୍ରିୟ ମାମଲା ମୋଟ ମାମଲାର 1.39 ପ୍ରତିଶତରେ ରହିଛି ।

ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 2.25 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 2.10 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 23 ଦିନ ମଧ୍ୟରେ 3 ପ୍ରତିଶତରୁ କମ୍ ରହିଛି ।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 43.59 କୋଟି ପରୀକ୍ଷା କରାଯାଇଛି ।

 

**********

TRP/



(Release ID: 1735662) Visitor Counter : 142