ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୩୮.୭୬ କୋଟିକୁ ଟପିଲା

ସୁସ୍ଥତା ହାର ୯୭.୨୮%କୁ ବୃଦ୍ଧି

ଗତ ୨୪ ଘଣ୍ଟା ମଧ୍ୟରେ ୩୮,୭୯୨ ନୂଆ ମାମଲା ଚିହ୍ନଟ

ଭାରତରେ ଥିବା ସକ୍ରିୟ କରୋନା ମାମଲା (୪,୨୯,୯୪୬) ଏବେ ମୋଟ ମାମଲାର ମାତ୍ର ୧.୩୯%

ଦୈନିକ ପଜିଟିଭିଟି ହାର (୨.୧୦%) ଗତ ୨୩ ଦିନ ଧରି ୩% ତଳେ ରହିଛି

Posted On: 14 JUL 2021 11:07AM by PIB Bhubaneshwar

ଭାରତରେ ମୋଟ କୋଭିଡ-୧୯ ଟିକାକରଣ ୩୮.୭୬ କୋଟିକୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୯,୧୦,୮୭୬ ସେସନରେ ମୋଟ ୩୮,୭୬,୯୭,୯୩୫ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୩୭,୧୪,୪୪୧ ଡୋଜ୍ ଟିକା ଦିଆଯାଇଛି ।

HCWs

1st Dose

1,02,56,229

2nd Dose

74,47,783

FLWs

1st Dose

1,77,30,845

2nd Dose

1,00,52,409

Age Group 18-44 years

1st Dose

11,64,12,064

2nd Dose

40,30,999

Age Group 45-59 years

1st Dose

9,56,42,767

2nd Dose

2,54,39,376

Over 60 years

1st Dose

7,13,45,634

2nd Dose

2,93,39,829

Total

38,76,97,935

୨୦୨୧ ଜୁନ୍ ୨୧ ତାରିଖରୁ ଦେଶବ୍ୟାପୀ କୋଭିଡ-୧୯ ଟିକାକରଣର ସରଳୀକରଣ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶରେ କୋଭିଡ-୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଦେଶରେ ମହାମାରୀ ଆରମ୍ଭ ହେବା ପରଠାରୁ ୩,୦୧,୦୪,୭୨୦ ଜଣ ଆକ୍ରାନ୍ତ କୋଭିଡ-୧୯ରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୪୧ ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ମୋଟ ସୁସ୍ଥତା ହାର ୯୭.୨୮%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମେ ଉଦ୍ଧ୍ୱର୍ମୁଖୀ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୮,୭୯୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ୧୭ ଦିନ ଧରି ଦୈନିକ ନୂଆ ସଂକ୍ରମଣ ୫୦ ହଜାର ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ମିଳିତ ପ୍ର୍ରଚେଷ୍ଟାର ଫଳ ।

ଭାରତରେ ସକ୍ରିୟ କରୋନା ମାମଲା ଏବେ ୪,୨୯,୯୪୬ ଅଛି ଏବଂ ଏହା ମୋଟ କରୋନା ମାମଲାର ମାତ୍ର ୧.୩୯% ।

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୯,୧୫,୫୦୧ ଟେଷ୍ଟ କରାଯାଇଛି । ଭାରତରେ ମୋଟ ୪୩.୫୯ କୋଟି (୪୩,୫୯,୭୩,୬୩୯ )ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୨୫% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୧୦% । ଗତ ୨୩ ଦିନ ଧରି ଦୈନିକ ପଜିଟିଭିଟି ହାର ୩% ତଳେ ଥିବା ବେଳେ ଗତ ୩୭ ଦିନ ଧରି ୫% ତଳେ ରହିଛି ।

SR



(Release ID: 1735500) Visitor Counter : 190